Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶ୍ରୀସନ୍ଥଙ୍କ କାରନାମାର ଖୋଲିଲା ଆଉ ଏକ ଗୁମର : ଆଇପିଏଲ ମ୍ୟାଚ୍ ବେଳେ ବିବାଦୀୟ କ୍ରିକେଟରଙ୍କ ରୁମ୍‌ରେ ରହୁଥିଲେ ଯୁବତୀ, ବିଲ୍ ଆସୁଥିଲା ୩ ଲକ୍ଷ ଟଙ୍କା

31/07/2020 at 3:47 PM

ନୂଆଦିଲ୍ଲୀ, ୩୧|୦୭:   ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୧୩ରେ ମ୍ୟାଚ୍ ଫିକ୍ସିଂ ମାମଲା ସାମ୍ନାକୁ ଆସିଥିଲା । ଯାହା ସାରା ବିଶ୍ୱକୁ ଚକିତ କରିଥିଲା । ଏହି ଘଟଣାରେ ରାଜସ୍ଥାନ ରୟାଲ୍ସର ଅଙ୍କିତ ଚୌହାନ, ଅଜିତ ଚାନ୍ଦିଲାଙ୍କ ସହ ଷ୍ଟାର୍ ଖେଳାଳି ଏସ ଶ୍ରୀସନ୍ଥ ମଧ୍ୟ ଗିରଫ ହୋଇଥିଲେ । ଏହାପରେ ଶ୍ରୀସନ୍ଥଙ୍କ କ୍ରିକେଟ କ୍ୟାରିଅର ଶେଷ ହୋଇଥିଲା । ଏପରିକି ତାଙ୍କୁ ଦଳରୁ ବାସନ୍ଦ ମଧ୍ୟ କରାଯାଇଥିଲା । ଏବେ ରାଜସ୍ଥାନ ରୟାଲ୍ସର ପୂର୍ବତନ କ୍ରିକେଟର ତଥା ଅଣ୍ଡର ୧୯ ଟିମ୍‌ର ଖେଳାଳି ହରମିତ୍ ସିଂ ଏକ ବଡ ଖୁଲାସା କରିଛନ୍ତି ।

ହରମିତ୍ ସିଂ କହିଛନ୍ତି ଯେ, ଯେତେବେଳେ ସେ ରାଜସ୍ଥାନରେ ସାମିଲ ଥିଲେ ଶ୍ରୀସନ୍ଥ ତାଙ୍କ ସହ ଅଧିକ ସମୟ ରହୁଥିଲେ । ତାଙ୍କ ରୁମ୍ ଶ୍ରୀସନ୍ଥଙ୍କ ରୁମ୍ ପାଖରେ ଥିଲା । ଶ୍ରୀସନ୍ଥ ରାତି ସାରା ପାର୍ଟି କରୁଥିଲେ । ତାଙ୍କୁ ରୁମ୍‌ରେ ଯୁବତୀମାନେ ରହୁଥିଲେ ।ସେହି ସମୟରେ ରାଜସ୍ଥାନ ଦଳରେ ରାହୁଲ ଦ୍ରାବିଡ ଥିଲେ ।

୨୦୧୩ରେ ଶ୍ରୀସନ୍ଥ ଗିରଫ ହେବା ପରେ କେତେକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା । ଏଥିରେ ଅନେକ ଯୁବତୀ ଶ୍ରୀସନ୍ଥଙ୍କ ରୁମକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ହରମିତ୍ ସକାଳେ ୬ଟାକୁ ଜିମ୍ ପାଇଁ ଉଠୁଥିଲେ । ସେତେବେଳେ ମଧ୍ୟ ଶ୍ରୀସନ୍ଥ ପାର୍ଟି କରୁଥିଲେ । ତେବେ ସେ କେବେ ତାଙ୍କୁ ସନ୍ଦେହ କରିନଥିଲେ ।

ହରମିତ୍ ଆହୁରି କହିଛନ୍ତି ଯେ, ଶ୍ରୀସନ୍ଥଙ୍କ ରୁମ୍‌ର ବିଲ୍ ୨ରୁ ୩ ଲକ୍ଷ ଆସୁଥିଲା । ୨,୩ ଦିନ ରୁମ୍ ପାଇଁ ଏତେ ଟଙ୍କା ବିଲ୍ ଦେବାକୁ ହେଉଥିଲା । ସେ ଅଧିକ ମଦ୍ୟପାନ କରୁଥିଲେ । ତାଙ୍କୁ ଅନେକ ଲୋକ ମଦ ଉପହାର ଦେଉଥିଲେ । ଶ୍ରୀସନ୍ଥ ମଧ୍ୟ ଅନେକଙ୍କୁ ମଦ ଉପହାର ଦେଇଛନ୍ତି । ତେବେ ଶ୍ରୀସନ୍ଥ ଧନୀ ଥିବା ପ୍ରଥମେ ସେ ଭାବିଥିଲେ । କାରଣ ସେ ଆଇପିଏଲ ଓ ଭାରତୀୟ ଦଳରେ ଖେଳୁଥିଲେ । ତେଣୁ ଫିକ୍ସିଂକୁ ନେଇ କିଛି ସନ୍ଦେହ ହୋଇ ନଥିଲା । ତେବେ ଏନେଇ ଶ୍ରୀସନ୍ଥ କହିଛନ୍ତି ଯେ, ହରମିତ୍ ବହୁତ ପରିଶ୍ରମ କରନ୍ତି । ସେ ଏପରି ଖେଳାଳିଙ୍କୁ ପସନ୍ଦ କରନ୍ତି ।

   Related Posts