Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ପଡିଆରେ ପୁରୁଣା ଶ୍ରୀସନ୍ଥ, ଅଭ୍ୟାସ ମ୍ୟାଚ୍ ବେଳେ ବ୍ୟାଟସମ୍ୟାନଙ୍କୁ କଲେ ସ୍ଲେଜିଂ, ଭିଡିଓ ଭାଇରାଲ

1/01/2021 at 10:21 AM

ନୂଆଦିଲ୍ଲୀ,୦୧/୦୧:  ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳର ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କେରଳ ଟିମରେ ସ୍ଥାନ ପାଇଛନ୍ତି । ସେ ଆଗାମୀ ଟି୨୦ରେ କେରଳ ପାଇଁ ବୋଲିଂ ବିଭାଗ ସମ୍ଭାଳିବେ । ଏହି ସିରିଜ୍ ପୂର୍ବରୁ ସେ ଓ୍ୱାର୍ମ ଅଫ୍ ମ୍ୟାଚରେ ଖେଳିଥିଲେ । ଏହି ମ୍ୟାଚରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା ।

ଷ୍ଟାଡିୟମରେ ସବୁଠାରୁ ଅଧିକ ଆକ୍ରମଣାତ୍ମକ ରୂପ ଆପଣାଉଥିବା ଶ୍ରୀସନ୍ଥ ଓ୍ୱାର୍ମଅଫରେ ବ୍ୟାଟସମ୍ୟାନଙ୍କୁ ନାଲି ଆଖି ଦେଖାଇବା ସହ ସ୍ଲେଜିଂ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ୩୭ ବର୍ଷୀୟ କ୍ରିକେଟ ଜମା ବି ବଦଳି ନାହାଁନ୍ତି । ସେ ଦ୍ରୁତ ଗତିରେ ବୋଲିଂ କରିଥିଲେ । ୨୦୧୯ରେ ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦାଦେଶକୁ କୋହଳ କରାଯାଇଥିଲା । ଏହାପରେ ସେ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଅନୁମତି ପାଇଥିଲେ ।

ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୨୦୨୩ ବିଶ୍ୱକପ୍ ଖେଳିବେ । ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟ ତାଙ୍କ ଉପରେ ସକରାତ୍ମକ ରୂପ ଦେଖାଇଛନ୍ତି । ସେ କେରଳ ପାଇଁ ରଣଜୀ ଓ ଇରାନୀ ଟ୍ରଫି ମଧ୍ୟ ଜିତିବାକୁ ଚାହୁଁଛନ୍ତି ।

ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା କଠିନ ହେଲେ ମଧ୍ୟ ଆଇପିଏଲରେ ଖେଳିବାର ସମ୍ଭାବନା ରହିଛି । ସେ ଶେଷଥର ପାଇଁ ୨୦୧୩ରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିଲେ ।

   Related Posts