୭ ବର୍ଷ ପରେ ପଡିଆକୁ ଫେରିବେ ଏସ ଶ୍ରୀସନ୍ଥ, ଜଣାଇଲେ ଟିମ୍ ଇଣ୍ଡିଆକୁ କେମିତି କରିବେ ପ୍ରତ୍ୟାବର୍ତ୍ତନ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮।୧୧: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସାତ ବର୍ଷର ବାସନ୍ଦାଦେଶ ଭୋଗିବା ପରେ କ୍ରିକେଟ୍‌ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ। ଶ୍ରୀସନ୍ଥ ସ୍ଥାନୀୟ ଟି-୨୦ ଟୂର୍ଣ୍ଣାମେଣ୍ଟ ସହିତ ପ୍ରତିଯୋଗିତାମୂଳଖ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି। କେରଳ କ୍ରିକେଟ୍ ସଂଘ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ବିସିସିଆଇ ଆଇପିଏଲରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ବାସନ୍ଦାଦେଶ ସମାପ୍ତ ହୋଇଥିଲା।

ଶ୍ରୀସନ୍ଥ ପଡିଆକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଲକ୍ଷ୍ୟ ୨୦୨୩ ବିଶ୍ଵକପରେ ଭାରତୀୟ ଦଳରେ ସାମିଲ ସାମିଲ ହେବା। ଏଥିପାଇଁ ସେ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ସଂପ୍ରତି ତାଙ୍କର ନଜର ଡିସେମ୍ବରରେ ହେବାକୁ ଥିବା ପ୍ରେସିଡେଣ୍ଟ ଟି-୨୦ କପ୍‌ ଉପରେ ରହିଛି। ଏହା ପରେ ସୟଦ ମୁସ୍ତାକ ଅଲୀ ଏବଂ ପୁଣି ଆଇପିଏଲ ୨୦୨୧ରେ କଣ୍ଟାକ୍ଟ ହାସଲ କରିବା ଉପରେ ରହିଛି। ଦେଶ ପାଇଁ ଖେଳିବାକୁ ବିସିସିଆଇଠୁ ମଞ୍ଜୁରୀ ମାଗିବେ ବୋଲି ସେ କହିଛନ୍ତି।

ଟୂର୍ଣ୍ଣାମେଣ୍ଟରେ ଶ୍ରୀସନ୍ଥଙ୍କୁ କେସିଏ ଟାଇଗର୍ସ ଟିମ୍‌ରେ ସ୍ଥାନ ମିଳିଛି। ଏହି ଦଳର ନେତୃତ୍ଵ ନେଇଛନ୍ତି ସଚିନ ବେବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.