Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ISSରେ ପହଞ୍ଚିଲା ଏସ୍.ଏସ୍.କଳ୍ପନା ଚାୱଲା ସିଗ୍ନସ ମହାକାଶ ଯାନ, କ୍ୟାନସରର ଔଷଧ ଗବେଷଣା ମଧ୍ୟ କରିବ

5/10/2020 at 9:14 PM

ୱାସିଂଟନ: ଭାରତୀୟ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ନାମିତ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା)ର କାର୍ଗୋ ସ୍ପେସ୍ ସିପ୍ ସିଗ୍ନସ ସୋମବାର ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ(ଆଇଏସ୍ଏସ୍)ରେ ପହଞ୍ଚିଚିଛି। ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩ଟା ବେଳେ ମହାକାଶ ଯାନ ଏଥିରେ ଡକ୍ କରିଛି। ଏଠାରେ ରହଣୀକାଳରେ କର୍କଟ ରୋଗର ଗବେଷଣା ଲାଗି ମଧ୍ୟ ଯାନରେ ଆବଶ୍ୟକ ସାମଗ୍ରୀ ନେଇ ଯାଇଥିବା ଜଣାପଡିଛି।

ନର୍ଥରୋପ ଗ୍ରୁମେନ୍ ଏନଜିଆର-୧୪ ମିସନ ଲାଗି ମହାକାଶଯାନ ସିଗ୍ନସ୍‌କୁ ଭର୍ଜିନିଆ ମିଡ ଆଟଲାଣ୍ଟିକ ସ୍ପେସ୍ ପୋର୍ଟରୁ ଅକ୍ଟୋବର ୨ ତାରିଖ ଦିନ ଆଇଏସଏସ୍ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏଥିରେ ଅନ୍ତରୀକ୍ଷ କେନ୍ଦ୍ରକୁ ପଠାଯାଇଥିବା  କ୍ୟାପସୁଲରେ ହଜାରେ କିଲୋଗ୍ରାମ ଉପକରଣ ସାଙ୍ଗକୁ ଚାଳକ ଦଳର ସପ୍ଲାଇ ଓ ଅନ୍ୟ ଗବେଷଣା ସାମଗ୍ରୀ ମଧ୍ୟ ଯାଇଛି। 

ଏସ୍.ଏସ୍. କଳ୍ପନା ଚାୱଲା ସିଗ୍ନସ୍‌ କ୍ୟାପସୁଲ ଏକ ପ୍ରେସରଯୁକ୍ତ  କାର୍ଗୋ ମଡ୍ୟୁଲ। ଯାହାକୁ ଇଟାଲୀର ଟ୍ୟୁରିନ୍‌ରେ ଥେଲସ୍ ଏଲୋନିଆ ସ୍ପେସ୍‌ ନିର୍ମାଣ କରିଛନ୍ତି। ଏହାର ସର୍ଭିସ ମଡ୍ୟୁଲରେ ୨ଟି ସୋଲାର ନେଭିଗେସନ ଉପକରଣ ଥିବା ବେଳେ ପ୍ରପଲ୍ୟୁଜନ ତତ୍ୱ ଭର୍ଜିନିଆରେ ନିର୍ମିତ ହୋଇଛି। ଏହାକୁ ଡ. କଳ୍ପନା ଚାୱାଲାଙ୍କ ନାମାନୁସାରେ ନାମିତ କରାଯାଇଛି। ଏଥିରେ ଗୁରୁତ୍ୱାକର୍ଷଣରେ କର୍କଟ ରୋଗର ଔଷଧ ପରୀକ୍ଷଣ ଲାଗି କର୍କଟ ଉପଚାର ଟେକନିକ୍ ଓ ଆବଶ୍ୟକ ସାମଗ୍ରୀ ମଧ୍ୟ ସାଙ୍ଗରେ ପଠାଯାଇଛି। 

କଳ୍ପନା ଚାୱଲା ୧୭ ମାର୍ଚ୍ଚ୧୯୬୨ରେ ହରିୟାଣାର କର୍ଣ୍ଣଲ ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜରୁ ଏରୋସ୍ପେସ୍ ଇଞ୍ଜିନିୟରିଂ ଉତୀର୍ଣ୍ଣ ହେବା ପରେ ୧୯୮୨ ମସିହାରେ ଆମେରିକା ଚାଲିଯାଇଥିଲେ। ସେ ୧୯୯୭ ମସିହାରେ ରବୋଟିକ୍ ହ୍ୟାଣ୍ଡ ଅପରେଟର ଓ ମିସନ ବିଶେଷଜ୍ଞ ଭାବେ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ସେ ଏକ ସ୍ପେସ୍ ମିସନରୁ ମହାକାଶ ଯାନ କଲମ୍ବିଆରେ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

   Related Posts