Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଲେ, ଚୀନ ସୀମାରେ ସ୍ଥିତି ବହୁତ ଗମ୍ଭୀର

8/09/2020 at 11:15 AM

ନୂଆଦିଲ୍ଲୀ ୦୮/୦୯: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଆଜି ରୁଷ ଅଭିମେୁଖେ ଯାତ୍ରା କରିବେ। ସେପ୍ଟେମ୍ବର ୧୦ରେ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା ପୂର୍ବରୁ ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ସ୍ଥିତି ବହୁତ ଗମ୍ଭୀର ରହିଛି।  ଏଣୁ ଚୀନ ବିଦେଶ ମନ୍ତ୍ରୀଙ୍କ ସହ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।

ଏବକା ସ୍ଥିତି ଆଦୌ ଭଲ ନାହିଁ। ଏହାକୁ ନେଇ ଦୁଇ ପକ୍ଷ ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ  ଆଲୋଚନା ଖୁବ୍ ଜରୁରୀ ବୋଲି ସେ ମତ ରଖିଛନ୍ତି। ସେପ୍ଟେମ୍ବର ୧୧ ସୁଦ୍ଧା ଜୟଶଙ୍କର ମସ୍କୋରେ ରହିବେ। ଯଦି ସୀମାରେ ଶାନ୍ତି ଓ ସ୍ଥିରତା ନ ରହେ ପୂର୍ବ ପରି ସମ୍ପର୍କ ରହିବ ନାହିଁ । ସେ ଏକଥା ବି କହିଛନ୍ତି ଗତ ୩୦ ବର୍ଷ କଥା ଯଦି ଆଲୋଚନା କରାଯାଏ ତେବେ ସେତେବେଳେ ସୀମାରେ ସ୍ଥିରତା ଓ ଶାନ୍ତି ଥିଲା। ଅବଶ୍ୟ ସସମ୍ୟା ବି ଥିଲା।

ସୂଚନାଯୋଗ୍ୟ, ସେ‌ପ୍ଟେମ୍ବର ୪ରେ ରୁଷ ରାଜଧାନୀ ମସ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଚୀନ ରକ୍ଷା ମନ୍ତ୍ରୀ ଜେନେରାଲ ଓ୍ବାଇ ଫେଗେଙ୍କ ସହ ଆଲୋଚନା ହୋଇଥିଲା। ଭାରତ-ଚୀନ ବିବାଦ ମଧ୍ୟରେ ରାଜନାଥ ଓ ଚୀନା ଜେନେରାଲଙ୍କ ମଧ୍ୟରେ ତାହା ଥିଲା ପ୍ରଥମ ବଡ଼ ବୈଠକ । ଏବେ ପୁଣି ଥରେ ଜୟଶଙ୍କର ଓ ଓ୍ବାଙ୍କ ଆଲୋଚନା ଉପରେ ସଭିଁଙ୍କ ନଜର ରହିଛି। ତେବେ ଦୁହିଁଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ  ଆଲୋଚନା ହେବା ପୂର୍ବରୁ ପୁଣିଥରେ ସୀମାରେ ସ୍ଥିତି ବିଗିଡ଼ିଯାଇଛି।

   Related Posts