ବିଜେପିରେ ବିଦ୍ରୋହ : ସିଏଏ, ଏନଆରସି ପ୍ରସଙ୍ଗରେ ଇସ୍ତଫା ଦେଲେ ୮୦ ନେତା

Published By : Prameya-News7 Bureau | January 24, 2020 IST

ଭୋପାଳ ୨୪.୦୧-  ନାଗରିକତା ସଂଶୋଧନ ଆଇନ (CAA)  ଏବଂ ରାଷ୍ଟ୍ରିୟ ନାଗରିକ ପଞ୍ଜିକା (NRC) ନେଇ ଦେଶର ବିଭିନ୍ନ ଅଞ୍ଚଳରେ ବିରୋଧ । ବିରୋଧି ରାଜନୈତୀକ ଦଳ ସହ ବିଭିନ୍ନ ସଂଗଠନ  ଆନ୍ଦୋଳନ, ପ୍ରତିବାଦ ଜାରି ରଖିଚନ୍ତି . ତାହାର ମୁକାବିଲା ଲାଗି ବିଜେପି ସିଏଏ ଏବଂ ଏନଆରସି ସପକ୍ଷରେ ଦେଶବ୍ୟାପୀ ସଚେତନାତା କାର୍ଯ୍ୟକ୍ରମ କରୁଛି । ଅଥଚ ଏସବୁ ଭିତରେ ବିଜେପି ଲାଗି ଏକ ସମସ୍ୟ ହେଲା ନିଜ ଦଳରେ ବିଦ୍ରୋହ । ସିଏଏ ଏବଂ ଏନଆରସି  ବିରୋଦରେ ବିଜେପିରେ ବି ଭିନ୍ନ ସ୍ବର ରହିଚି । ଦଳର ଅନେକ ସଂକ୍ୟାଲଘୁ ନେତା ଏହାର ବିରୋଧ କରୁଛନ୍ତି । ତେବେ ଏହି ବିରୋଧ ଦୁଇ ଦିନ ତଳେ ଫୁଟି ବାହାରିଛି, ଅର୍ଥାତ୍ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ  ୮୦ ଜଣ ବିଜେପି ନେତା ସାଂଗଠନୀକ ପଦରୁ ଇସ୍ତଫା ଦେଇ ଦଳରେ ସିଏଏ  ଏବଂ ଏନଆରସି ଜନୀତ ବିବାଦ ଥମୁନଥିବାନେଇ ଅସନ୍ତୋଷ ଜାହିର କରିଛନ୍ତି ।

ମଧ୍ୟପ୍ରଦେଶର ଇନ୍ଦୋର, ଖାଡଗନ, ଦେୱାସ ଓ ମାହୋ ଅଞ୍ଚଳର ବିଜେପି ସଂଖ୍ୟାଲଘୁ ସେଲ୍‌ ନେତାଏ ଇସ୍ତାଫା ଦେବା ବେଳେ ଦଳର ସିଏଏ  ଏବଂ ଏନଆରସି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।ହିନ୍ଦୁ- ମୁସଲିମ୍‌ଙ୍କୁନେଇ ଚାଲିଥିବା ବିତର୍କକୁ ମଧ୍ୟ ସମାଲୋଚନା କରିଛନ୍ତି ବିଜେପିର ସଂଖ୍ୟାଲଘୁ ନେତାଏ । ସେମାନଙ୍କ ଯୁକ୍ତି ହେଲା  ଦେଶ ଆଗରେ ଅର୍ଥନୀତି, ବେକାରୀ ଆଦି ବଡପ୍ରସଙ୍ଗ ରହିଛି, ଯାହାର ସମାଧାନ ଲୋଡା । କିନ୍ତୁ  ରାମ ମନ୍ଦିର, ବାବ୍ରୀ ମସଜିଦ୍, ଧାରା ୩୭୦ ଉଚ୍ଛେଦ, ତିନି ତଲାକ ଭଳି ପ୍ରସଙ୍ଗକୁ ନେଇ ବିତର୍କ ବନ୍ଦ ହେବା ଦରକାର । ଏବେ ସିଏଏ, ଏନଆରିସି ପ୍ରସଙ୍ଗ ପରେ ଅନେକ ନକରାତ୍ମକ ସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଇଛନ୍ତି ଇନ୍ଦୋରର ସଂଖ୍ୟାଲଘୁ ବିଜେପି ନେତା ୱାସିମ ଇକବଲ ଖାନ ଏବଂ ମଂଜୁର ଅହମ୍ମଦ । ଏହା ୮୫ ପ୍ରତିଶତ ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି କରିବ ବୋଲି ସେମାନେ ଯୁକ୍ତି ରଖିଚନ୍ତି ।

ବିଜେପି ସଂଖ୍ୟାଲଘୁ ସେଲ୍‌ର ୮୦ରୁ ନେତା ଇସ୍ତାଫା ଦେବା ଅବସରରେ ଦଳୀୟ ଆଭିମୁଖ୍ୟ ନେଇ ଅସନ୍ତୋଷ ଜାହିର କରିବାକୁ ବିରୋଧି କଂଗ୍ରେସ ଏକ ବଡ ଘଟଣା ବୋଲି ମନେ କରୁଛି । କାରଣ ପାର୍ଲାମେଣ୍ଟରେ ପାସ୍‌ ସିଏଏ ତିନି ଦେଶର ଅଣ ମୁସଲିମ୍ ସଂଖେ୍ୟାଲଘୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରୁଥିବାରୁ  ଏହା ସାମାଜିକ ଭେଦଭାବ ସହ ସଂକଟର ଆଶଙ୍କା  ସୃଷ୍ଟି କରୁଥିବା ଯୁକ୍ତି କରୁଛନ୍ତି ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.