'ଟିମ୍ ଇଣ୍ଡିଆର ଟପ୍ ଅର୍ଡରରେ ସଚିନ, ଗାଙ୍ଗୁଲି ଓ ସେହ୍ୱାଗଙ୍କ ଭଳି ଖେଳାଳି ଦରକାର', ଏପରି କାହିଁକି କହିଲେ ପୂର୍ବତନ କ୍ରିକେଟର ବଦ୍ରିନାଥ

Published By : Prameya-News7 Bureau | December 01, 2020 IST

ମୁମ୍ବାଇ,୦୧/୧୨:  ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ଉଭୟ ଦଳ ମଧ୍ୟରେ ଦିନିକିଆ, ଟି୨୦ ଓ ଟେଷ୍ଟ୍ ସିରିଜ ଖେଳାଯିବ । ପ୍ରଥମ ଦୁଇଟି ଦିନିକିଆରେ ଭାରତ ପରାସ୍ତ ହୋଇ ସିରିଜ ହାତଛଡା କରିଛି । ବୋଲରଙ୍କ ପାଇଁ ଭାରତୀୟ ଦଳ ପରାଜୟର ସ୍ୱାଦ ଚାଖୁଥିବା କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି । ଦଳର ପୂର୍ବତନ ଖେଳାଳି ଏସ ବଦ୍ରିନାଥ କହିଛନ୍ତି ଯେ, ଟପ୍ ଅର୍ଡରରେ ବିରେନ୍ଦ୍ର ସେହ୍ୱାଗ, ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳିଙ୍କ ଅଭାବ ପରିଲକ୍ଷିତ ହେଉଛି । ଯେଉଁମାନେ ଆବଶ୍ୟକ ସ୍ଥଳେ ବୋଲିଂ ମଧ୍ୟ କରିପାରିବେ ।

ବର୍ତ୍ତମାନ ସମୟରେ ଦଳର ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ମଧ୍ୟରୁ କେହି ବି ନାହାଁନ୍ତି ଯେଉଁମାନେ ଆବଶ୍ୟକ ସମୟରେ ବୋଲିଂ କରିପାରିବେ । ତେଣୁ ଦଳକୁ ଏହାର ଫଳ ଭୋଗିବାକୁ ପ଼ଡୁଛି । ବଦ୍ରିନାଥ ସ୍ପୋର୍ଟସ୍ ଷ୍ଟାରଙ୍କୁ କହିଛନ୍ତି ଯେ, ଟପ୍ ୫ ବ୍ୟାଟସମ୍ୟାନଙ୍କ ମଧ୍ୟରୁ କେହିବି ବୋଲିଂ କରିପାରିବେ ନାହିଁ । ପୂର୍ବରୁ ଦଳ ଏପରି ନଥିଲା । ଗାଙ୍ଗୁଲି ମଧ୍ୟ ବୋଲିଂ କରୁଥିଲେ । ଆକାଶ ଚୋପ୍ରା ମଧ୍ୟ ପରାଜୟ ପାଇଁ ବୋଲିଂ ବିଭାଗକୁ ଦାୟୀ କରିଛନ୍ତି ।

{"id":370669,"sizeSlug":"large"}

ଆକାଶ ଚୋପ୍ରା କହିଥିଲେ ଯେ, ଭାରତୀୟ ବୋଲର ନୂଆ ବଲରେ ଓ୍ୱିକେଟ୍ ନେଇପାରୁ ନାହାଁନ୍ତି । ଭାରତୀୟ ବ୍ୟାଟସମ୍ୟାନ୍ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ବୋଲର ବିଫଳ ହେଉଛନ୍ତି । ନୂଆ ବଲରେ ଓ୍ୱିକେଟ ନନେଲେ  ବିପକ୍ଷ ଦଳ ବଡ ସ୍କୋର କରିଥାଏ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.