ଗୁରୁତର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୫ ପ୍ରତିଶତ ପର୍ଯ୍ୟନ୍ତ ଖସିବ ଅଭିବୃଦ୍ଧି ହାର : S&P

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୬: ବେଳକୁ ବେଳ ଗୁରୁତର ହେବାରେ ଲାଗିଛି ଭାରତର ଅର୍ଥ ବ୍ୟବସ୍ଥା । ଏହି ଆକଳନ କରିଛନ୍ତି ଗ୍ଲୋବାଲ ରେଟିଂ ଏଜନ୍ସୀ ଷ୍ଟାଣ୍ଡର୍ଡସ ଏଣ୍ଡ ପୁଅର୍ସ (ଏସଏଣ୍ଡ ପି)। ଜାରି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୫ ପ୍ରତିଶ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଭୂତାଣୁ ସଂକ୍ରମଣ ଓ ଅର୍ଥନୀତିର ଅନ୍ତର୍ନିହିତ ଦୁର୍ବଳତା ୨୦୨୧ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଅଭିବୃଦ୍ଧି ହ୍ରାସ କରିବ ବୋଲି ଜାରି ରିପୋର୍ଟରେ ଏଜେନ୍ସୀ ଆଶଙ୍କା ପ୍ରକାଶ କରିଛି।  

କେବଳ ଭାରତ ନୁହେଁ  ବାଲାନ୍ସ ସିଟ୍‌ରେ ପ୍ରଶାନ୍ତ-ଏସିୟା କ୍ଷେତ୍ରର ଏହି ଅବଧିରେ  କ୍ଷତିର ପରିମାଣ ଅନୁନ୍ୟ ୩ ଟ୍ରିଲିୟନ ଡଲାର ଆକଳନ କରାଯାଇଛି।  ତେବେ ୨୦୨୧ରେ ସମ୍ଭାବିତ  ଅଭିବୃଦ୍ଧି ହାର ୬.୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ରିପୋର୍ଟରେ ଆକଳନ ନୂଆ ଆଶା ସଞ୍ଚାର କରିଛି। କୋଭିଡ-୧୯ ମୁକାବିଲାରେ ପ୍ରଶାନ୍ତ ଏସିଆ କ୍ଷେତ୍ରକୁ କିଛିଟା ସଫଳତା ମିଳିଛି। ଏଥିରେ ଆର୍ଥିକ ସୁଧାର କ୍ଷେତ୍ରରେ ମାକ୍ରୋ ଇକୋନମିକ୍ସର ପ୍ରତିକ୍ରିୟା ମଧ୍ୟ ଦେଖା ଯାଇଛି ବୋଲି ଏସଏଣ୍ଡପି ଗ୍ଲୋବାଲ ରେଟିଂର ପ୍ରଶାନ୍ତ-ଏସିଆ କ୍ଷେତ୍ର ମୁଖ୍ୟ ଅର୍ଥନୀତିଜ୍ଞ ସାନ ରୋଚେ କହିଛନ୍ତି। 

କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତି ବାଲାନ୍ସ ସିଟ୍‌ ଆରମ୍ଭରୁ ସ୍ପଷ୍ଟ ହେଉ ନଥିଲେ ମଧ୍ୟ କ୍ଲୋଜିଂରେ ମାନ୍ଦାବସ୍ଥା ସ୍ପଷ୍ଟ  ସୂଚିତ କରିବ। ଏଥିରୁ କୋରନାରୁ ମୁକ୍ତି ଲାଗି ଚିକିତ୍ସା ଅଥବା ଔଷଧ ଆସିବା ପର୍ଯ୍ୟନ୍ତ ଆର୍ଥିକ ସୁଧାର ମନ୍ଥର ରହିବବୋଲି ରୋଚେ କହିଛନ୍ତି। ମହାମାରୀ ଯୋଗୁ ଅଚାନକ ଆର୍ଥିକ କାର୍ଯ୍ୟକଳାପରେ ରୋକ ଲାଗିଯାଇଥିଲା। ତେବେ ଏଥିଯୋଗୁ ହେବାକୁ ଥିବା ବିପର୍ଯ୍ୟୟ ଟାଳିବା ନିମନ୍ତେ ନୀତି ନିର୍ଦ୍ଧାରକଙ୍କ ସମୟୋଚିତ ନିଷ୍ପତ୍ତି ଓ ବ୍ୟାଙ୍କମାନଙ୍କର ସହଯୋଗ ପରିସ୍ଥିକୁ ଅନେକାଂଶରେ ରୋକି ପାରିଥିଲେ ହେଁ ମାନ୍ଦାବସ୍ଥାକୁ ରୋକି ପାରିନାହିଁ ବୋଲି ରୋଚେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.