ଭାରତୀୟ ସେନାରେ ସାମିଲ୍‌ ହେବ ବିଶ୍ୱର ଏହି ଶକ୍ତିଶାଳୀ ଯୁଦ୍ଧାସ୍ତ୍ର - ଚୀନ୍‌ ଓ ପାକିସ୍ତାନରେ ଭୀତି ସଞ୍ଚାର

Published By : Prameya-News7 Bureau | November 06, 2019 IST

ନୂଆଦିଲ୍ଲୀ - ଖୁବ୍‌ ଶୀଘ୍ର ଭାରତୀୟ ସେନାରେ ଋଷ୍‌ ନିର୍ମିତ ଏସ୍‌-୪୦୦ ମିସାଇଲ୍‌ ସାମିଲ୍‌ ହେବ । ଏହାକୁ ଯେ କୌଣସି ସ୍ଥାନରୁ ଉତ୍‌କ୍ଷେପଣ କରାଯାଇ ପାରିବେ । ଏକ ସ୍ୱତନ୍ତ୍ର ଟ୍ରକ ବା ଯାନରୁ ଏହାକୁ ଯେ କୌଣସି ସ୍ଥାନରୁ ଉତ୍‌କ୍ଷେପଣ କରାଯାଇ ପାରିବ । ଏହା ବିଶ୍ୱର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ । ଋଷ୍‌ ଆଉ ମାତ୍ର ବର୍ଷେ ମଧ୍ୟରେ ଭାରତକୁ ଏସ୍‌-୪୦୦ ଯୋଗାଇଦେବ । ଏଥିପାଇଁ ଖୁବ୍ ଶୀଘ୍ର Russian-Indian intergovernmental commission on military and technical cooperation ର ବୈଠକ ହେବ ।

୨୦୧୮ ମସିହାରେ ଭାରତକୁ ଅତ୍ୟାଧୁନିକ ଏସ୍‌ ୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇ ଦେବାପାଇଁ ଭାରତ ଓ ଋଷ୍‌ ମଧ୍ୟରେ ଚୁକ୍ତି ହୋଇଥିଲା । ଭାରତ ଓ ଋଷ୍‌ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ରାଜିନାମା ହୋଇଛି ।

{"id":179912}

ଏସ୍‌-୪୦୦ରେ ଅତ୍ୟାଧୁନିର ଯନ୍ତ୍ରପାତି ଓ କ୍ଷେପଣାସ୍ତ୍ର ଲାଗିଛି । ଏହା ପାକିସ୍ତାନ ଓ ଚୀନ୍‌ ର ଚିନ୍ତା ବଢାଇଛି ।

ଏହି ଏୟାର ଡିଫେନ୍ସ ସିଷ୍ଟମ ଶୁତ୍ର ଦେଶ ଉପରେ ଏକାଥରକେ ୩୬ଥର ପ୍ରହାର ବା ଆକ୍ରମଣ କରିପାରିବ ।

ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମରେ ୧୨ଟି ମିସାଇଲ୍‌ ଲଞ୍ଚର ରହିଛି ।

ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ବା ମିସାଇଲ୍‌କୁ ଏହା ଆକାଶମାର୍ଗରେ ନଷ୍ଟ କରିଦେବ ।

{"id":179913}

କୌଣସି ପରମାଣୁ ଅସ୍ତ୍ର ବା ନ୍ୟୁକ୍ଲିଅର୍‌ ମିସାଇଲ୍‌କୁ ଏହା ଶତ୍ରୁ ଦେଶ ମଧ୍ୟରେ ନଷ୍ଟ କରିଦେବ ।

ଗୋଟିଏ ସମୟରେ ଶତ୍ରୁପକ୍ଷରର ୩୦ କିଲୋମିଟର ମଧ୍ୟରେ ଏକା ଥରକେ ତିନୋଟି କ୍ଷେପଣାସ୍ତ୍ର ମାଡ କରିପାରିବ ।

ରାଡାର ଏହାକୁ ଠାବ କରି ପାରିବ ନାହିଁ ।

୬ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ରାଡାର ମଧ୍ୟରେ ଆସିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.