କରୋନା ଭ୍ୟାକସିନ୍ ତିଆରି କରିବାରେ ନିୟମ ଉଲଙ୍ଘନ ହୋଇଥିବା ବିରୋଧରେ ଇସ୍ତଫା ଦେଲେ ଋଷର ଟପ୍ ଡାକ୍ତର

Published By : Prameya-News7 Bureau | August 14, 2020 IST

ମସ୍କୋ ୧୪/୦୮ : ଋଷ କରୋନା ଭ୍ୟାକସିନ ତିଆରି କରିଥିବା ଦାବିକୁ ନେଇ ବିବାଦ ଜୋର ଧରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶ୍ନ ପରେ ଋଷର ଜଣେ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଭ୍ୟାକସିନ ତିଆରି ପ୍ରକ୍ରିୟାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି | ଡାକ୍ତର ଆଲେକ୍ସାଣ୍ଡର୍ କୁଶଲିନ୍ କହିଛନ୍ତି ଯେ ଭ୍ୟାକସିନ ତିଆରି କରିବାରେ ମେଡିକାଲ ଏଥିକ୍ସର ଉଲଙ୍ଘନ ହୋଇଛି | ରାଜନୈତିକ ଚାପ ଯୋଗୁଁ ପରୀକ୍ଷଣ ମଧ୍ୟ ଠିକ ଭାବେ ହୋଇନାହିଁ ଏବଂ କୌଣସି ମେଡିକାଲ ଜର୍ନାଲରେ ଭ୍ୟାକସିନ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ ପାଇଛି | ଡାକ୍ତର ଆଲେକ୍ସାଣ୍ଡର୍ କୁଶଲିନ୍ ଋଷର ଟପ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଏବଂ ଋଷ ଏଥିକ୍ସର ସଦସ୍ୟ ମଧ୍ୟ ଥିଲେ | ଭ୍ୟାକସିନ ତିଆରି ହୋଇଥିବା ଶୀଘ୍ରତାକୁ ନେଇ କାଉନସିଲରୁ ଇସ୍ତଫା ଦେଇଛନ୍ତି | ସେ କହିଛନ୍ତି ଋଷ ଭ୍ୟାକସିନ ସ୍ପୁଟନିକ୍-ଭି ପାଇଁ ମଞ୍ଜୁରୀ ନିଆଯାଇନାହିଁ ଏବଂ ଶୀଘ୍ରତାର ଏହାର ଘୋଷଣା ମଧ୍ୟ କରାଯାଇଛି | ଏହି ଭ୍ୟାକସିନର ସୁରକ୍ଷା ନେଇ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସେ କହିଛନ୍ତି |

ଡାକ୍ତର ଆଲେକ୍ସାଣ୍ଡର୍ କହିଛନ୍ତି ଏହି ପ୍ରକ୍ରିୟାରେ ମୁଖ୍ୟତ ଦୁଇ ଜଣ ଡାକ୍ତର ସାମିଲ ଅଛନ୍ତି ଯେଉଁମାନେ ସମସ୍ତ ନିୟମାବଳୀକୁ ଅଣଦେଖା କରି ଭ୍ୟାକସିନକୁ ମଞ୍ଜୁରୀ ଦେଇଛନ୍ତି | ଗାମାଲିଆ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦେଶକ ପ୍ରଫେସର ଆଲେକ୍ସଜାଣ୍ଡାର୍ ଗିନ୍ସବର୍ଗ ଏବଂ ଋଷ ସେନାର ବରିଷ୍ଠ ଭାଇରୋଲୋଜିଷ୍ଟ୍ ମେଡିକାଲ୍ କର୍ଣ୍ଣେଲ ପ୍ରଫେସର ସର୍ଗେଇ ବୋରିଶେଭିକଙ୍କ ଉପରେ ପୁଟିନ ସରକାରଙ୍କ ଚାପରେ ଭ୍ୟାକସିନକୁ ମଞ୍ଜୁରୀ ଦେବାର ଗମ୍ଭୀର ଆରୋପ ଲାଗିଛି | ଏହି ଦୁଇଜଣଙ୍କ ଟିମ ମିଶି ଭ୍ୟାକସିନ ତିଆରି କରିଛନ୍ତି ଓ ମଞ୍ଜୁରୀ ଟିମରେ ମଧ୍ୟ ଦୁଇଜଣ ସାମିଲ ଥିଲେ |

wp:core-embed/twitter {"url":"https://twitter.com/MailOnline/status/1294076528247156736","type":"rich","providerNameSlug":"twitter","className":""}
https://twitter.com/MailOnline/status/1294076528247156736
/wp:core-embed/twitter

ଡାକ୍ତର ଆଲେକ୍ସଜାଣ୍ଡାର୍ କହିଛନ୍ତି- 'ମୁଁ କେବଳ ଏହି ସମସ୍ତ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ ଆପଣ ସମସ୍ତେ ଭ୍ୟାକସିନ ମଞ୍ଜୁରୀ ପାଇଁ ଋଷ ଫେଡେରେସନ୍ ବିଧାନସଭା ଏବଂ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟର ନିର୍ଦ୍ଦେଶାବଳୀ ଅନୁସରଣ କରିଛନ୍ତି କି ? ଯଦି କରିଛନ୍ତି ତାହେଲେ ପ୍ରମାଣ କରିବାକୁ କାହିଁକି ଭୟ କରୁଛନ୍ତି ? ଏହି କାମ ପୁରା ହୋଇନଥିଲା | ଏଥିରେ ଭ୍ୟାକସିନ ତିଆରି କରିବାର ନୈତିକତା ନୀତିକୁ ଅନୁସରଣ କରାଯାଇନାହିଁ | କୌଣସି ଔଷଧ ତିଆରି ପାଇଁ ନିୟମ ଉଲଙ୍ଘନ କରିବା ମୁଁ କେବେ ଦେଖିନଥିଲି | ମୁହଁ ନ ଖୋଲିବାକୁ ମୋତେ ଚାପ ପକାଯାଉଥିଲା | ଯେଉଁ ବୈଜ୍ଞାନିକମାନେ ଭ୍ୟାକସିନ ତିଆରି କରିଛନ୍ତି ସେମାନେ ମୋ ଉପରେ ଚାପ ପକାଉଥିଲେ |'

ସାଇନ୍ସ ଜେନେରାଲ Nauka i Zhizn ସହ କଥାବାର୍ତ୍ତାରେ ଡାକ୍ତର ଆଲେକ୍ସଜାଣ୍ଡାର୍ ଯେ ଭ୍ୟାକସିନ କିମ୍ବା ଯେକୌଣସି ଔଷଧ ତିଆରି ବେଳେ ଟିକିନିଖି ଭାବେ ପରୀକ୍ଷଣ କରିବାକୁ ପଡିଥାଏ | କାରଣ ସୁରକ୍ଷା ସବୁଠାରୁ ବଡ ପ୍ରସଙ୍ଗ | ସେ କହିଛନ୍ତି ଯେ ଏହି ଭ୍ୟାକସିନ ମଣିଷ ଉପରେ କେତେ ପ୍ରଭାବ ପକାଇବ ତାହା କେହି ଜାଣିନାହାନ୍ତି |

ଡାକ୍ତର ଆଲେକ୍ସଜାଣ୍ଡାର୍ ଋଷ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଲମୋନୋଲୋଜି ପ୍ରତିଷ୍ଠା କରିଛନ୍ତି | ସେ ପିରଗୋଭ ନ୍ୟାସନାଲ ରିସର୍ଚ୍ଚ ମେଡିକାଲ ୟୁନିଭର୍ସିଟିରେ ହସ୍ପିଟାଲ ଥେରାପି ବିଭାଗର ମୁଖ୍ୟ ମଧ୍ୟ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.