Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କ୍ୟାମେରା ମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ଋଷ ଏମର୍ଜେନ୍ସି ମିନିଷ୍ଟର

8/09/2021 at 4:38 PM

ନୂଆଦିଲ୍ଲୀ ୮/୦୯: ଋଷର ଜରୁରିକାଳୀନ ମନ୍ତ୍ରୀ (ଏମର୍ଜେନ୍ସି ମିନିଷ୍ଟର)ଜିନିଚେବଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। କ୍ୟାମେରା ମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ଜିନିଚେବ ପ୍ରାଣ ହରାଇଛନ୍ତି। ଋଷ ମିଡିଆରେ ପ୍ରକାଶିତ ଖବର ମୁତାବିକ, ​‌ସୈନ୍ୟ ଅଭ୍ୟାସ ସମୟରେ ସୁଟିଂ କରୁଥିବା କ୍ୟାମେରା ମ୍ୟାନ ପାଣିରେ ପଡ଼ିଯାଉଥିବା ଦେଖି ସେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ତାଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ହୋଇଛି ।

ମନ୍ତ୍ରୀ ଜିନିଚେବଙ୍କ ମୃତ୍ୟୁ ଖବର ଜରୁରିକାଳୀନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଦିଆଯାଇଛି। ୫୫ ବର୍ଷୀୟ ଜିନିଚେବ ନୋରିଲସ୍କରେ ଚାଲିଥିବା ସେନା ଅଭ୍ୟାସ ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅନେକ ଲୋକ ଥିଲେ। କିନ୍ତୁ ସେମାନେ ଜାଣିପାରିଲେ ନାହିଁ କାହିଁକି ଜିନିଚେବ ପାଣିକୁ ଡେଉଁଛନ୍ତି। ସେ ପାଣିକୁ ଲମ୍ଫ ମାରିବା ପରେ ତଳେ ଥିବା ଏକ ପଥରରେ ପିଟି ହୋଇଯାଇଥିଲେ ବୋଲି ଏକ ଋଷ ଗଣମାଧ୍ୟମର ସମ୍ପାଦକ ମାର୍ଗାରିଟା ସିମୋନିଆନ୍‌ କହିଛନ୍ତି।

ଜିନିଚେବ ୨୦୧୮ରୁ ଋଷର ଏମର୍ଜେନ୍ସି ମିନିଷ୍ଟର ଥିଲେ। ତାଙ୍କ ପୂର୍ବରୁ ଏହି ପଦରେ ଯିଏ ଥିଲେ ତାଙ୍କୁ ସାଇବେରିଆରେ ସପିଂ ମଲ୍‌ରେ ଘଟିଥିବା ଅଗ୍ନିକାଣ୍ଡ ପରେ ବହିଷ୍କାର କରାଯାଇଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାର ସେ ତଦରଖ କରୁଥିଲେ ବୋଲି କୁହାଯାଏ।

   Related Posts