ଭୟଙ୍କର ସ୍ଲିପ୍ ଏକ୍ସପେରିମେଣ୍ଟ: କୋଠରୀରେ ବନ୍ଦ ଥିବା କଏଦୀ ଖାଇଯାଇଥିଲେ ନିଜ ମାଂସ, ଜାଣନ୍ତୁ ପୁରା କାହାଣୀ

Published By : Prameya-News7 Bureau | August 16, 2020 IST

ମସ୍କୋ ୧୬/୦୮ : ଯଦି କୌଣସି ବ୍ୟକ୍ତିଙ୍କୁ ଭଲ ନିଦ ନ ହୁଏ ତାହେଲେ ଅନେକ ରୋଗରେ ପୀଡିତ ହୋଇପାରନ୍ତି | ଅନେକ ସମୟରେ ଦେଖିବାକୁ ମିଳେ ଯେ ୨୪ ଘଣ୍ଟାରୁ ଅଧିକ ସମୟ ଯାଏଁ ନ ଶୋଇବାରୁ ମଣିଷକୁ ମୁଣ୍ଡ ବିନ୍ଧ, ଥକାପଣ ଭଳି ସମସ୍ୟା ହୋଇଥାଏ | କେବେ ଭାବିଛନ୍ତି, ଯଦି ଜଣେ ମଣିଷ ଦିନେ କି ଦୁଇ ଦିନ ନୁହେଁ ବରଂ ଯଦି ପାଖାପାଖି ମାସେ ଯାଏଁ ନ ଶୁଏ ତାହେଲେ ତା ସହିତ କଣ ହେବ ? ଆପଣ ଭାବିବେ ବୋଧହୁଏ ସେହି ବ୍ୟକ୍ତିଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେବ | କେହି ଜାଣିନଥିବେ ଯେ ଜଣେ ବ୍ୟକ୍ତି ମାସେ ଯାଏଁ ନ ଶୋଇ ମଧ୍ୟ ରହିପାରେ | ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଏହିଭଳି ଏକ ପ୍ରୟୋଗ ହୋଇଥିଲା ଯେଉଁଥିରେ ଋଷର ବୈଜ୍ଞାନିକ ଏହିଭଳି ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ |

{"id":315603,"sizeSlug":"large"}

୧୯୪୦ ମସିହା ଶେଷ ଆଡକୁ ଋଷ ବୈଜ୍ଞାନିକ ଏକ ପ୍ରୟୋଗାତ୍ମକ ଗ୍ୟାସ ଆଧାରିତ ଉତ୍ତେଜକ ଉପଯୋଗ କରି ୧୫ ଦିନ ଯାଏଁ ୫ ଜଣଙ୍କୁ ଜାଗ୍ରତ ରଖିଥିଲେ | ଏମାନଙ୍କୁ ଏମିତି ଏକ କୋଠରୀରେ ରଖାଯାଇଥିଲା ଯାହା ସମ୍ପୂର୍ଣ ସିଲ ଥିଲା | ନିଶ୍ୱାସ ନେବା ପାଇଁ ଅକ୍ସିଜେନ ଉପଯୋଗ ଉପରେ ସାବଧାନତା ଅବଲମ୍ବନ କରାଯାଇଥିଲା | ଏହି କୋଠରୀରେ କିଛି ବହି ଥିଲା, ପର୍ଯ୍ୟାପ୍ତ ଭୋଜନ ଥିଲା, ପାଣି ଓ ଟଏଲେଟ ଭଳି ସୁବିଧା ଥିଲା | ସେଠାରେ ଏକ ୫ ଇଞ୍ଚ ମୋଟା କାଚର ଝରକା ଥିଲା | ଝରକା ଦେଇ ସେମାନଙ୍କ ଉପରେ ନଜର ରଖାଯାଉଥିଲା | ଯେଉଁମାନଙ୍କୁ ପରୀକ୍ଷଣ ପାଇଁ ଅଣାଯାଇଥିଲା ସେମାନେ ରାଜନୈତିକ କଏଦୀ ଥିଲେ | ଏହି ଏକ୍ସପେରିମେଣ୍ଟ ପରେ ସେମାନଙ୍କୁ ଛାଡି ଦିଆଯିବ ବୋଲି ମିଛ ପ୍ରତିଶୃତି ଦିଆଯାଇଥିଲା | ସେଥିପାଇଁ ଏମାନେ ରାଜି ହୋଇଯାଇଥିଲେ | ପରୀକ୍ଷଣର ପ୍ରଥମ ୫ ଦିନ ଯାଏଁ ସବୁ ଠିକ ଥିଲା | ସେମାନଙ୍କ ସବୁ ଗତିବିଧି ଉପରେ ନଜର ରଖାଯାଉଥିଲା | ଆରମ୍ଭରୁ ସେମାନେ ନିଜ ଅତୀତର ଭୟଙ୍କର ଘଟଣା ସମ୍ପର୍କରେ କଥାବାର୍ତ୍ତା କରୁଥିଲେ | କିନ୍ତୁ ଏହାପରେ ଧୀରେ ଧୀରେ ସବୁ ବଦଳି ଯାଇଥିଲା | ଧୀରେ ଧୀରେ ଏମାନେ ପରସ୍ପର ସହ କଥାବାର୍ତ୍ତା ହେବ ବନ୍ଦ କରିଦେଇଥିଲେ | ବେଳେ କୋଠରୀରେ ଲାଗିଥିବା କାଚ ଝରକା ସହ କଥାବାର୍ତ୍ତା କରୁଥିଲେ | ଏହିଭଳି ଅଜବ ଅଜବ ବ୍ୟବହାର କରୁଥିଲେ |

{"id":315605,"sizeSlug":"large"}

ପରୀକ୍ଷଣର ୯ ଦିନ ପରେ ୫ ଜଣଙ୍କ ମଧ୍ୟରୁ ଜଣେ କଏଦୀ ଜୋରରେ ପାଟି କରିଥିଲା | ସେ ଲଗାତାର ପାଟି କରି କୋଠାର ଭିତରେ ଏପଟେ ସେପଟେ ଦୌଡୁଥିଲା | ସେ ପାଖାପାଖି ୩ ଘଣ୍ଟା ଯାଏଁ ଏହିଭଳି କରିଥିଲା | ଏହାପରେ ତା ଆବାଜ ବନ୍ଦ ହୋଇଯାଇଥିଲା | ବୈଜ୍ଞାନିକ ଭାବିଲେ ଜୋର ଜୋରରେ ପାଟି କରିବାରୁ କଏଦୀର ଭୋକଲା କାର୍ଡ ଫାଟିଗଲା | ତେବେ ସେତେବେଳେ ଅନ୍ୟ କୌଣସି କଏଦୀ କିଛି ପ୍ରତିକ୍ରିୟା ରଖିନଥିଲେ ଯାହା ବୈଜ୍ଞାନିକଙ୍କ ପାଇଁ ଆଶ୍ଚର୍ଯ୍ୟର କଥା ଥିଲା | ୧୧ ଦିନ ପରେ କୋଠରୀ ଭିତରୁ କିଛି ଆବାଜ ଆସିନଥିଲା | ୧୪ ଦିନ ସକାଳୁ ଗବେଷକ କୋଠରୀକୁ ଖୋଲିବାକୁ ପ୍ରୟାସ କରିଥିଲେ | ଏହା ପୂର୍ବରୁ ସେମାନେ କୋଠରୀ ଭିତରକୁ ଘୋଷଣା କରିଥିଲେ ମାଇକ୍ରୋଫୋନ ପରୀକ୍ଷଣ ପାଇଁ କୋଠରୀ ଖୋଲାଯିବ |

{"id":315608,"width":568,"height":321,"sizeSlug":"large"}

ସେଥିପାଇଁ କବାଟରୁ ଦୁରେଇ ଜମିରେ ଗଡିଯିବାକୁ ନିର୍ଦେଶ ଦିଆଯାଇଥିଲା | ନଚେତ ଗୁଳି କରିଦିଆଯିବ ବୋଲି କୁହାଯାଇଥିଲା | କିନ୍ତୁ ଭିତରୁ ଯାହା ଆବାଜ ଆସିଥିଲା ତାହା ବୈଜ୍ଞାନିକଙ୍କୁ ଚକିତ କରିଦେଇଥିଲା | ଭିତରୁ ଆବାଜ ଆସିଥିଲା ଯେ ସେମାନେ ସ୍ୱାଧୀନ ହେବାକୁ ଚାହୁଁ ନାହାନ୍ତି | ଏହାପରେ ବୈଜ୍ଞାନିକ ୧୫ ଦିନ ମଧ୍ୟରାତ୍ରିରେ କବାଟ ଖୋଲିବାକୁ ନିଷ୍ପତ୍ତି ନେଲେ | ଯେତେବେଳେ କୋଠରୀର କବାଟ ଖୋଲାଗଲା ବୈଜ୍ଞାନିକ ଯାହା ଦେଖିଲେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ୫ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଥିଲା | ଅନ୍ୟ ୪ ଜଣଙ୍କ ଶରୀରରେ ମାଂସ ନଥିଲା | ସେମାନଙ୍କୁ ଦେଖି ଜଣାପଡୁଥିଲା ସେମାନେ ନିଜେ ନିଜର ମାଂସ ଖାଇ ଦେଇଛନ୍ତି |

{"id":315606,"sizeSlug":"large"}

ଏହାପରେ ବୈଜ୍ଞାନିକ କଏଦୀମାନଙ୍କୁ କୋଠରୀରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ | ଏଥିପାଇଁ ଋଷ ସେନାଙ୍କୁ ଡକାଯାଇଥିଲା | ଅନେକ ଋଷ ସେନାଙ୍କ ମୃତ୍ୟୁ ହୋଇଥିଲା କାରଣ ସେମାନେ ବାହାରକୁ ଆସିବାକୁ ଚାହୁଁନଥିଲେ | ସୈନିକମାନେ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କଲେ କଏଦୀମାନେ ତାଙ୍କୁ ମାରିଦେଇଥିଲେ | ବହୁ କଷ୍ଟରେ ଏମାନଙ୍କୁ ବାହାର କରାଯାଇଥିଲା ଓ ରିସର୍ଚ୍ଚ ସେଣ୍ଟରରେ ସେମାନଙ୍କ ଚିକିତ୍ସା କରାଯାଇଥିଲା | ଏହାପରେ ଜଣେ ଋଷ କମାଣ୍ଡର କଏଦୀମାନଙ୍କୁ ପୁଣି ସେହି କୋଠରୀ ରଖି ପରୀକ୍ଷଣ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ |

{"id":315607,"sizeSlug":"large"}

କିନ୍ତୁ ଟିମର ଜଣେ ସଦସ୍ୟ ଋଷ କମାଣ୍ଡର ସମେତ ଅନ୍ୟ ଲୋକମାନଙ୍କୁ ମଧ୍ୟ ମାରିଦେଇଥିଲା ଓ ପରୀକ୍ଷଣ ସମ୍ବନ୍ଧୀୟ ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିଲା | ଏବେ ମଧ୍ୟ ଅନେକ ଲୋକ ଏହି ପରୀକ୍ଷଣକୁ ବିଶ୍ୱାସ କରନ୍ତି | କିନ୍ତୁ କିଛି ଲୋକ ଏହାକୁ ମନଗଢା କାହାଣୀ ବୋଲି କୁହନ୍ତି | ତେବେ ଏହି କାହାଣୀ ସତ ନା ମିଛ ସେ ସମ୍ପର୍କରେ କେହି କିଛି ଜାଣିନାହାନ୍ତି | ୨୦୧୦ ମସିହାରେ creepypasta.fandom.com ନାମକ ୱେବସାଇଟରେ ଏ ସମ୍ବନ୍ଧରେ କୁହାଯାଇଥିଲା | ସେତେବେଳେ ଏହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.