ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା କରୋନା ଭ୍ୟାକସିନ୍ ବଜାରକୁ ଆଣିବା ଯୋଜନା କରୁଛନ୍ତି ଋଷ ବୈଜ୍ଞାନିକ

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪/୦୭ : ସାରା ଦୁନିଆରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଏତିକିବେଳେ ଋଷର ବୈଜ୍ଞାନିକ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ ବାହାର କରିଥିବା ଦାବି କରିଛନ୍ତି | ବୈଜ୍ଞାନିକ ଦାବି କରିଛନ୍ତି ଯେ, ଋଷ ଦୁନିଆରେ ପ୍ରଥମେ କରୋନା ଭ୍ୟାକସିନ ଟ୍ରାଏଲ ପ୍ରକ୍ରିୟା ସମ୍ପୂର୍ଣ କରିଛି | ଜୁନ ମଧ୍ୟ ଭାଗରେ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା | ପ୍ରଥମ ପର୍ଯ୍ୟାୟରେ ୧୮ ଜଣ ଭୋଲେଣ୍ଟିୟରଙ୍କ ଏବଂ ଦ୍ୱିତୀୟ ଗ୍ରୁପରେ ୨୩ ଜଣ ଭୋଲେଣ୍ଟିୟର ମଧ୍ୟରେ ଭ୍ୟାକସିନର ପ୍ରଥମ ଡୋଜ ଟ୍ରାଏଲ କରାଯାଇଥିଲା | Gamalei Institute of Epidemiology and Microbiology. ରେ ପ୍ରଥମେ ହ୍ୟୁମାନ ଟ୍ରାଏଲ ହୋଇଥିଲା | ଯେଉଁ ଭୋଲେଣ୍ଟିୟରଙ୍କ ଉପରେ ଟ୍ରାଏଲ ହୋଇଥିଲା ସେମାନଙ୍କ ବୟସ ୧୮ ରୁ ୬୫ ବର୍ଷ ମଧ୍ୟରେ ରହିଥିଲା ଏବଂ ସେମାନଙ୍କୁ ୨୮ ଦିନ ଯାଏଁ ଆଇସୋଲେସନରେ ରଖାଯାଇଥିଲା | ଅନ୍ୟମାନଙ୍କ ସମ୍ପର୍କରେ ନ ଆସିବାକୁ ଏବଂ ସଂକ୍ରମଣ ରୋକିବାକୁ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା | ଡିସଚାର୍ଜ ହେବାପରେ ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ ମନିଟର କରାଯିବ | 

{"id":300478,"sizeSlug":"large"}

Sechenov University, ର ମୁଖ୍ୟ ଗବେଷକ ଏଲିନା କହିଛନ୍ତି ଯେ, କିଛି ଭୋଲେଣ୍ଟିୟରଙ୍କର ସାଇଡ ଇଫେକ୍ଟ ଦେଖିବାକୁ ମିଳିଥିଲା | ସେମାନଙ୍କୁ ସାମାନ୍ୟ ଜ୍ୱର ସହ ମୁଣ୍ଡବିନ୍ଧା ହୋଇଥିଲା | କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଏହିସବୁ ଲକ୍ଷଣ କମିଯାଇଥିଲା |

ପ୍ରଥମ ଗ୍ରୁପ ଭୋଲେଣ୍ଟିୟରଙ୍କୁ ବୁଧବାର, ଜୁଲାଇ ୨୦ ତାରିଖରେ ଡିସଚାର୍ଜ କରିଦିଆଯିବ | Institute of Medical Parasitology, ର ନିର୍ଦେଶକ ଆଲେକ୍ଜାଣ୍ଡାର ଲୁକାସେଭଙ୍କ କହିବାନୁସାରେ, ଭ୍ୟାକସିନର ସୁରକ୍ଷା ନିଶ୍ଚିତ ହୋଇଛି | ବର୍ତ୍ତମାନ ବଜାରରେ ଉପଲବ୍ଧ ଭ୍ୟାକସିନ ସୁରକ୍ଷା ସହିତ ଏହା ଅନୁରୂପ ଅଟେ |

{"id":300479,"width":581,"height":322,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଋଷ ବୈଜ୍ଞାନିକ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା ଲଞ୍ଚ କରିବାକୁ ନେଇ ଆଶାବାଦୀ | Gamalei center, ର ନିର୍ଦେଶକ ଆଲେକ୍ଜାଣ୍ଡାର ଆଶା ପ୍ରକାଶ କରିଛନ୍ତି ଯେ ଅଗଷ୍ଟ ୧୨-୧୪ ତାରିଖ ସୁଦ୍ଧା ଭ୍ୟାକସିନ କ୍ୟାଣ୍ଡିଡେଟ  ସିଭିଲ ଶେର୍କୁଲେସନରେ ପ୍ରବେଶ କରିବେ | ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଡ୍ରଗ୍ ପ୍ରସ୍ତୁତକାରୀଙ୍କ ଦ୍ୱାରା ଅଧିକ ପରିମାଣର ଭ୍ୟାକସିନ ଉତ୍ପାଦନ ଆରମ୍ଭ ହୋଇପାରେ |

ତେବେ ଗୁରୁତ୍ୱପୂର୍ଣ କଥା ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷ ଭ୍ୟାକସିନ ପରୀକ୍ଷଣ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ତାଲିକାଭୁକ୍ତ କରିଛି ଏବଂ ଭ୍ୟାକସିନର ଉତ୍ପାଦନ ଅନୁମୋଦିତ ହେବା ପାଇଁ ଏହା ତିନୋଟି ପର୍ଯ୍ୟାୟ ମାନବ ପରୀକ୍ଷା କରିବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.