ମହିଳା ବୈଜ୍ଞାନିକ-ମଡେଲଙ୍କ ହତ୍ୟା : ମୋବାଇଲ୍ ଲକ୍ ଖୋଲିବା ପାଇଁ ଆଙ୍ଗୁଳି କାଟି ଫେରାର ହୋଇଗଲା ହତ୍ୟାକାରୀ

Published By : Prameya-News7 Bureau | October 28, 2020 IST

ଜଣେ ଋଷୀୟ ବୈଜ୍ଞାନିକ ଏବଂ ପାର୍ଟଟାଇମ୍ ମଡେଲ୍ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ ମୃତ ଯୁବତୀଙ୍କ ହାତର ଆଙ୍ଗୁଠି କାଟି ହତ୍ୟାକାରୀ ନେଇ ଫେରାର ହୋଇ ଯାଇଛି। କୁହାଯାଉଛି ଯେ ମହିଳା ବୈଜ୍ଞାନିକଙ୍କ ଫୋନକୁ ବ୍ୟବହାର କରିବା ପାଇଁ ହତ୍ୟାକାରୀ ତାଙ୍କ ଆଙ୍ଗୁଠି କାଟି ନେଇଛି। ଯାହା ଫଳରେ ସେ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଲକ୍‌କୁ ଖୋଲା ଯାଇ ପାରିବ। ମୃତ ମହିଳାଙ୍କ ଆଙ୍ଗୁଳି ହତ୍ୟାକାରୀ ଘରୁ ମିଳିଛି।

{"id":352334,"sizeSlug":"large"}

ସେଣ୍ଟ ପିଟର୍ସବର୍ଗ ଟେକ୍ନୋଲୋଜିକାଲ୍ ଇନଷ୍ଟିଚ୍ୟୁଟରେ ବାୟୋକେମିଷ୍ଟ ୩୪ବର୍ଷୀୟା ଏକାତୋରିନା ଏଣ୍ଟୋଣ୍ଟସେବାଙ୍କ ଶରୀର ଉଲଗ୍ନ ଅବସ୍ଥାରେ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ତାଙ୍କ ପ୍ରେମିକ ଘରୁ ଫେରି ତାଙ୍କ ମୃତଦେହ ଦେଖିଥିଲେ। ଅଧିକାରୀଙ୍କ ମୁତାବକ ଗତ ସପ୍ତାହରେ ମହିଳା ବୈଜ୍ଞାନିକ ଏବଂ ମଡେଲଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ସନ୍ଦିଗ୍ଧ ହତ୍ୟାକାରୀ ଜଣେ କମ୍ପ୍ୟୁଟର ଗେମର ବୋଲି ଜଣା ପଡ଼ିଛି। ତା ନାଁ ଏର୍ଟୋମ୍। ପୋଲିସ୍ ତାକୁ ଅଟକ ରଖିଛି। ସେ ନିଜ ନଷ୍ଟ ହୋଇଥିବା ମ୍ୟାସେଜଗୁଡ଼ିକ ପଠାଇବା ପାଇଁ ସେଲଫୋନରେ ଏଣ୍ଟୋଣ୍ଟସେବାଙ୍କ ଆଙ୍ଗୁଳି ଉପଯୋଗ କରିବା ଉଦ୍ଦେଶ୍ୟରେ ଆଙ୍ଗୁଳି କାଟି ନେଇଯାଇଥିଲା।

{"id":352335,"width":573,"height":323,"sizeSlug":"large"}

 ତଦନ୍ତକାରୀଙ୍କ ଅନୁସାରେ ତା ପାଖରେ ଏଣ୍ଟୋଣ୍ଟସେବାଙ୍କ ଟଙ୍କା ବକେୟା ହୋଇପାରେ ଯାହା ଫଳରେ ସେ ହତ୍ୟାକାଣ୍ଡ ଭିଆଇପାରେ।

{"id":352336,"sizeSlug":"large"}

ଏଣ୍ଟୋଣ୍ଟସେବାଙ୍କ ମୃତ୍ୟୁର ସୂଚନା ଲୋକେ ନ ଜାଣିବା ପାଇଁ ହତ୍ୟାକାରୀ ତାଙ୍କ ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ବାହାରକୁ ନ ଆସିବ ସେଥିପାଇଁ ଭିତରର କବାଟ ଝରକା ସବୁ ସିଲ୍ କରି ଦେଇଥିଲା।

{"id":352337,"sizeSlug":"large"}

ଏଣ୍ଟୋଣ୍ଟସେବାଙ୍କ ସହ କାମ କରୁଥିବା ବୈଜ୍ଞାନିକଙ୍କ ମତରେ ସେ ବହୁତ ଭଦ୍ର ଏବଂ ଦୟାବାନ୍ ଥିଲେ। ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ। ସେମାନଙ୍କ ପାଇଁ ଏସବୁ ଅପ୍ରତ୍ୟାଶିତ।

{"id":352340,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.