Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ତରୀକ୍ଷରେ ଦୁର୍ଘଟଣା, ଋଷୀୟ ରକେଟ୍ ଧ୍ୱଂସ୍ତ

11/05/2020 at 7:05 PM

ଗତ ୮ ତାରିଖ ଦିନ ହିନ୍ଦ ମହାସାଗର ଉପର ଅନ୍ତରୀକ୍ଷରେ ଏକ ଋଷିୟ ରକେଟ୍ ଧ୍ୱଂସ୍ତ ହୋଇଛି। ଫଳରେ ରକେଟ୍‌ଟି ଖଣ୍ଡଖଣ୍ଡ ହୋଇ ମହାକାଶରେ ଭାସିବୁଲୁଥିବା ବେଳେ ଉପଗ୍ରହଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଉପଗ୍ରହମାନେ ପୃଥିବୀକୁ ନିୟମିତ ପ୍ରଦିକ୍ଷଣ କରୁଛନ୍ତି। ଏଣୁ କେତେବେଳେ ରକେଟ୍ ଧ୍ୱଂସାବଶେଷରେ ଧକ୍କା ଲାଗି ଅକାମୀ ନ ହୋଇ ଯିବେ ତାହା କହି ହେଉ ନାହିଁ।

ଅନ୍ତରୀକ୍ଷରେ ଦୁର୍ଘଟଣାର ଶିକାର ହୋଇଥିବା ଏହି ରକେଟ୍‌ ଟି ଫ୍ରିଗେଟ୍-ଏସବି ବୋଲି ଋଷୀୟ ଅନ୍ତରୀକ୍ଷ ଏଜେନ୍ସୀ ରସକସ୍‌ମସ୍‌ କହିଛି। ୨୦୧୧ ମସିହାରେ ଏହି ରକେଟ୍ ଋଷୀୟ ଗୁଇନ୍ଦା ଉପଗ୍ରହ ସ୍ପେକ୍ଟର-ଆରକୁ ଅନ୍ତରୀକ୍ଷର କକ୍ଷପଥରେ ସ୍ଥାପନା କରିଥିଲା। ଭାରତୀୟ ସମୟ ପୂର୍ବାହ୍ନ ୧୦ଟାବାଜି ୩୦ ମିନିଟ୍‌ରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ହିନ୍ଦ ମହାସାଗର ଉପରେ କେଉଁଠି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ରସକସମସ୍ ଆଶଙ୍କା କରିଛନ୍ତି। 

ରକେଟ୍‌ଟି ବିସ୍ଫୋରଣରେ ୬୫ ଖଣ୍ଡ ହୋଇଯାଇଥିବା ବେଳେ ଏହାର ଅଂଶବିଶେଷ ଏବେ ପୃଥିବୀ କକ୍ଷ ପଥରେ ବିକ୍ଷିପ୍ତ ଭାବେ ଭାସୁଥିବା ଆମେରିକାର ୟୁଏସ୍-୧୮ ସ୍ପେସ୍ କଣ୍ଟ୍ରୋଲ ସ୍କ୍ୱାଡ୍ରନ ନିରିକ୍ଷଣ କରିଛନ୍ତି। ଏହି ଖଣ୍ଡବିଖଣ୍ଡିତ ଅଂଶ ଉପଗ୍ରହ ସହ ଧକ୍କା ଲାଗିବାର ଆଶଙ୍କା ଥିବାରୁ ଏଗୁଡିକର ଦିଗ ଓ ବେଗ ଆଦି ଟ୍ରାକ୍‌ କରାଯାଉଛି। ଏହା ଛଡା ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସା ଓ ଇୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସୀ ଇସା ମଧ୍ୟ ଏହି ରକେଟ୍ ଖଣ୍ଡଗୁଡିକର ଟ୍ରାକ୍‌ କରୁଛନ୍ତି। ଇସାଙ୍କ ଅନୁସାରେ  ଏବେ ପୃଥିବୀ କକ୍ଷ ପଥରେ ୮ହଜାର ୯୫୦ଟି ଉପଗ୍ରହ ଘୁରି ବୁଲୁଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ହଜାର ଉପଗ୍ରହ କାର୍ଯ୍ୟକ୍ଷମ ଅଛନ୍ତି। ଏପରି ଉପଗ୍ରହଙ୍କ ମଧ୍ୟରେ  ୧୯୫୦ ମସିହାରେ ଅନ୍ତରୀକ୍ଷକୁ ପଠାଯାଇଥିବା ଉପଗ୍ରହ ବି ଥିବା ଇସା କହିଛନ୍ତି।

   Related Posts