Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ମନ ଧ୍ୟାନ ଦେଇ ଶୁଣୁଥିଲେ ପୁଟିନ, କରୁଥିଲେ ନୋଟ୍: ଏସସିଓ ମିଟ୍‌ରେ ଭାରତକୁ ରୁଷ ରାଷ୍ଟ୍ରପତିଙ୍କ ଅଧିକ ଗୁରୁତ୍ଵ

10/11/2020 at 7:20 PM

ନୂଆଦିଲ୍ଲୀ ୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ଆୟୋଜନ ଭର୍ଚୁଆଲ ଜରିଆରେ ଆୟୋଜିତ ହୋଇଛି। ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଂଶ ଗ୍ରହଣ କରିଛନ୍ତି। ଏହି ବୈଠକରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ନିଶ୍ଚିତ ଭାବେ ଚୀନ ଓ ପାକିସ୍ତାନକୁ ହଜମ ହୋଇନଥିବ।

ସବୁଠୁ ଚକିତ କଥା ଚଳିତ ବର୍ଷ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ରୁଷ ରାଷ୍ଟ୍ରପତି ପୁଟିନ ମୋଦୀଙ୍କ ସମ୍ବୋଧନ ସମୟରେ କିଛି ପଏଣ୍ଟ ଲେଖୁଥିବା ଦେଖିବାକୁ ମିଳିଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣଙ୍କୁ ମନଧ୍ୟାନ ଦେଇ ଶୁଣିବା ସହ କିଛି ପଏଣ୍ଟ ମଧ୍ୟ ଲେଖିଛନ୍ତି। ଏଥିରୁ ଜଣା ପଡିଛି ଯେ, ଏସସିଓରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର କେତେ ଗୁରୁତ୍ଵ ରହିଛି। ଏଥିସହ ପୁଟିନ ମଧ୍ୟ ଭାରତକୁ କେତେ ଗୁରୁତ୍ଵ ଦିଅନ୍ତି ଏଥିରୁ ପ୍ରତିପାଦିତ ହୋଇଛି।

ଏହି ଭର୍ଚୁଆଲ ସମ୍ମିଳନୀରେ ଚିନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଶୁଣିଛନ୍ତି। ୨୦୨୦ ଜୁନରେ ଗଲଓ୍ଵାନ ସଂଘର୍ଷ ପରେ ପ୍ରଥମ ଥର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଏଥିସହ ନଭେମ୍ଵର ୧୭ରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଏହି ଦୁଇ ନେତାଙ୍କୁ ମଧ୍ୟ ଏକତ୍ର ଦେଖିବାକୁ ମିଳିବ। ଏହା ପରେ ନଭେମ୍ଵର ୨୧ରେ ଜି ୨୦ ଭର୍ଚୁଆଲ ସମ୍ମିଳନୀରେ ଉଭୟ ନେତା ପୁଣି ଥରେ ଗୋଟିଏ ମଞ୍ଚରେ ନଜର ଆସିବେ।

ନିଜର ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି ଯେ, କିଛି ଦେଶ ଦ୍ଵିପାକ୍ଷିକ ପ୍ରସଙ୍ଗକୁ ଏସସିଓ ଏଜେଣ୍ଡାରେ ଉତ୍‌ଥାପନ କରିବା ପାଇଁ ଅଯଥା ପ୍ରୟାସ କରିଛନ୍ତି। ଏହା ଏସସିଓ ଚାର୍ଟର ଓ ସାଙ୍ଘାଇ ଭାବନାକୁ ଉଲ୍ଲଂଘନ କରୁଛି। ଆମେ ସର୍ବଦା ଆତଙ୍କବାଦ, ଅବୈଧ ଅସ୍ତ୍ର ଶସ୍ତ୍ରର ତସ୍କରି, ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ବିରୋଧରେ ସ୍ଵର ଉତ୍ତୋଳନ କରି ଚାଲିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts