Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ ? ଏମିତି ଜବାବ ରଖିଲେ ଋଷ ରାଷ୍ଟ୍ରପତି

5/06/2021 at 10:15 PM

ନୂଆଦିଲ୍ଲୀ ୫/୬: କରୋନା ମହାମାରୀ ଏବେ ଭାରତ ସମେତ ବିଶ୍ବରେ ସଂହାର ଲୀଳା ଚଳାଇଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଅନେକ ଜୀବନ ନେଉଛି କରୋନା ଭୂତାଣୁ। ତେବେ କରୋନା ଭୂତାଣୁର ଉତ୍ପତ୍ତି ଚୀନରୁ ହୋଇଥିବା ନେଇ ଆମେରିକା ସମେତ ଅନେକ ଦେଶ ଅଭିଯୋଗ କରିଆସୁଥିବା ବେଳେ ଏନେଇ ତଦନ୍ତ ପାଇଁ ଚାପ ପକାଉଛନ୍ତି। କିନ୍ତୁ ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏହି ସବୁରୁ ନିଜକୁ ଦୂରରେ ରଖି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସଙ୍କଟ ସମୟରେ ରାଜନୀତିକରଣ କରିବା ଠିକ୍‌ ନୁହେଁ।

ଏହି ମାମଲା ଉପରେ ଅଧିକ କିଛି ନକହି ପୁଟିନ୍‌ ପ୍ରସଙ୍ଗ ବଦଳାଇଥିବା ଜଣାପଡ଼ିଛି। ଏପରିକି ଏହି ମାମଲାରେ କିଛି ଅଧିକ କହିବାକୁ ତାଙ୍କ ପାଖରେ ତଥ୍ୟ ନଥିବା ମଧ୍ୟ ପୁଟିନ କହିଛନ୍ତି। ଋଷ ରାଷ୍ଟ୍ରପତି ପିଟିଆଇ, ରୟଟର୍ସ ଏବଂ ଏପି ସହ ଭର୍ଚୁଆଲ ସାକ୍ଷାତକାର ସମୟରେ କହିଛନ୍ତି, କରୋନା ଭୂତାଣୁ ଉତ୍ପତ୍ତିସ୍ଥଳ ସମ୍ପର୍କରେ ବହୁତ କିଛି କଥା କୁହାଯାଇଛି  କିନ୍ତୁ ସଙ୍କଟ ସମୟରେ ରାଜନୀତି ନକରିବା ଭଲ। ଏହା ସହ ଏହା ସମ୍ପର୍କରେ ଅନେକ ପ୍ରସଙ୍ଗ ଉଠିଛି ତେଣୁ ମୋତେ ଲାଗୁଛି ଏହା ଉପରେ କିଛି ଟିପ୍ପଣୀ କରିବା ବ୍ୟର୍ଥ ଯିବ ବୋଲି ସେ କହିଛନ୍ତି।

ଏହା ସହ କରୋନା ଟିକା ସ୍ପୁଟନିକ୍‌-ଭି ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ସ୍ପୁଟନିକ-ଭି ଟିକା ଏବେ ଭାରତରେ ପ୍ରସ୍ତୁତ ହେବାକୁ ଯାଉଥିବା ବେଳେ ପୁଟିନ୍‌ କହିଛନ୍ତି, ଋଷ ଦୁନିଆର ଏମିତି ଏକ ଦେଶ ଯେଉଁଠି ଟିକାର ପ୍ରଦ୍ୟୋଗିକ ହସ୍ତାନ୍ତରଣ ଏବଂ ବିଦେଶ​‌ରେ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଇଥାଏ। ଟିକା ଏବେ ୬୬ଟି ଦେଶକୁ ବିକ୍ରି ହେଉଛି। ଏହା ଆମ ପାଇଁ ଏକ ବଡ଼ ବଜାର । ବ୍ୟବସାୟ ପାଇଁ ଟିକା ବିକ୍ରି ହେଉଛି ସତ କିନ୍ତୁ ଋଷ ମାନବିକତାକୁ ପ୍ରାଥମିକତା ଦେଉଛି ବୋଲି ଭ୍ଲାଦିମିର ପୁଟିନ୍‌ କହିଛନ୍ତି। ଏହା ସହ ଋଷ ଦୁନିଆର ଏକମାତ୍ର ଦେଶ ଯାହା ଟିକା ଟେକନୋଲୋଜି ଟ୍ରାନ୍ସଫର କରିବା ଏବଂ ବିଦେଶରେ ଉତ୍ପାଦନ ବଢ଼ାଇବାକୁ ପ୍ରସ୍ତୁତ ବୋଲି ଋଷ ରାଷ୍ଟ୍ରପତି କହିଛନ୍ତି ।

   Related Posts