କୋମାରୁ ଉଠିଲେ ପୁତିନ ବିରୋଧୀ ଏଲେକ୍ସେଇ ନଭାଲନୀ, ସ୍ୱାସ୍ଥ୍ୟରେ ହେଉଛି ସୁଧାର
7/09/2020 at 7:25 PM

ବର୍ଲିନ୍ ୭।୯: ବିଷକ୍ରିୟା ଯୋଗୁ ଋଷିଆରେ ଗୁରୁତର ଅସୁସ୍ଥ ହୋଇ କୋମାକୁ ଚାଲିଯାଇଥିବା ପୁତିନ୍ ବିରୋଧୀ ନେତା ଏଲେକ୍ସେଇ ନଭାଲନୀ କୋମାରୁ ବାହାରକୁ ଆସିଥିବା ଜର୍ମାନ ହସ୍ପିଟାଲ କର୍ତ୍ତୃପକ୍ଷ ସୋମବାର ସୂଚିତ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଧିରେ ଧିରେ ସୁଧାର ହେଉଥିବାର ଏହି ସୂଚନାରେ କୁହାଯାଇଛି। ୪୪ ବର୍ଷ ବୟସ୍କ ନଭାଲନୀ ଗତମାସରେ ସାଇବେରିଆରୁ ମସ୍କୋ ଆସୁଥିବା ବେଳେ ବିମାନରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ଏଣୁ ବିମାନକୁ ଋଷିଆର ଅମାସ୍କରେ ଜରୁରି ଅବତରଣ କରାଇବାକୁ ପଡିଥିଲା।

ନଭାଲନୀଙ୍କ ଅଚାନକ ଅସୁସ୍ଥତାକୁ ନେଇ ତାଙ୍କ ଦଳର ମୁଖପାତ୍ର କିୟାରା ଅର୍ମିସ୍ ତାଙ୍କୁ ବିଷ ଦିଆଯାଇଥିବାର ଅଭିଯୋଗ ଆଣିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଉଷୁମ ପାଣିରେ କୌଣସି ଭୟାନକ ବିଷ ଦିଆଯାଇଥିବା ଆଶଙ୍କା କରିବା ଯୋଗୁ ତାଙ୍କୁ ହୁଏତ ଚାରେ ବିଷ ଦିଆଯାଇଥାଇପାରେ ବୋଲି ଆଶଙ୍କା କରାଯାଇଥିଲା। ତେବେ ପରେ ତାଙ୍କ ପତ୍ନୀଙ୍କ ଅନୁରୋଧ କ୍ରମେ ଜର୍ମାନ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କୁ ନର୍ଭ ଏଜେଣ୍ଟ ନୋଭିଚୋକ ଦିଆଯାଇଥିବାର ଜର୍ମାନ ମିଲେଟ୍ରି ପ୍ରୟୋଗଶାଳା ରିପୋର୍ଟ ଦେଇଥିଲେ।

ଏହି ନର୍ଭ ଏଜେଣ୍ଟ ସୋଭିତ ଶାସନ କାଳରେ ବିଦ୍ରୋହୀ ଓ ଗୁପ୍ତଚରଙ୍କୁ ହତ୍ୟା କରିବା ଲାଗି ମିଲେଟ୍ରି ଉପଯୋଗ କରୁଥିଲା। ଏପରିକି ସୋଭିଏତ ଶାସନ ଅନ୍ତ ପରେ ମଧ୍ୟ ଗଣତନ୍ତ୍ର ସରକାର ପୁରୁଣା କାଳିଆ ନୀତି ଆପଣାଉଥିବାର ଅନେକ ଅଭିଯୋଗ ହେଲାଣି। ଏଥିରେ ବ୍ରିଟେନରେ ଋଷିଆ ବିଦ୍ରୋହୀଙ୍କ ପରିବାର ଉପରେ ଏପରି କୌଣସି ବିଷାକ୍ତ ସାମଗ୍ରୀରେ ଆକ୍ରମଣର ଅଭିଯୋଗ ମଧ୍ୟ ହୋଇଛି। ତେବେ ଜର୍ମାନରେ ଚିକିତ୍ସିତ ହେଉଥିବା ନଭାଲନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବାର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।