Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଋଷର ହଟ୍ ନର୍ସ ଏବେ ନ୍ୟୁଜ୍ ଆଙ୍କର : ଟ୍ରାନ୍ସପରେଣ୍ଟ PPE କିଟ୍‌ରେ କରୋନା ରୋଗୀଙ୍କ ଚିକିତ୍ସା କରି ଚର୍ଚ୍ଚାରେ ଥିଲେ, ଏବେ ନଜର ଆସିବେ ଟିଭିରେ

26/07/2020 at 1:43 PM

ମସ୍କୋ ୨୬।୭: ଋଷର କରୋନା ହସ୍ପିଟାଲରେ ଏକ ଟ୍ରାନ୍ସପରେଣ୍ଟ ପିପିଏ କିଟ୍ ପିନ୍ଧି ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋଭାଙ୍କୁ ଏବେ ନ୍ୟୁଜ୍ ଆଙ୍କର୍ ଭାବ ଦେଖିବାକୁ ମିଳିବ । ନାଦିଆଙ୍କୁ ମସ୍କୋଠାରୁ ୧୦୦ ମାଇଲ ଦୂରରେ ଥିବା ତୁଲାରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ଆଙ୍କର ଭାବେ ପାର୍ଟ ଟାଇମ୍ କାମ କରିବାକୁ ନିଯୁକ୍ତି ଦିଆଯାଇଛି । ସେଠାରେ ସେ ପ୍ରତମତଃ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେଉଥିବାର ନଜର ଆସିବେ ।

ଏକ ଟ୍ରାନ୍ସପାରେଣ୍ଟ ପିପିଏ କିଟ୍ ପିନ୍ଧିବା ପରେ ଚର୍ଚ୍ଚାକୁ ଆସିଥିବା ନାଦିଆଙ୍କୁ ଋଷର ଏକ ସ୍ପୋର୍ଟସ୍ ବ୍ରାଣ୍ଡରୁ ମଡେଲିଂ ଅଫର ମଧ୍ୟ ମିଳିଛି । ତେବେ ସମୟର ଅଭାବ ଦର୍ଶାଇ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନାଦିଆ ମଧ୍ୟ ଜଣେ ନର୍ସ ଭାବରେ କାର୍ଯ୍ୟ ଜାରି ରଖିବେ, କାରଣ ସେ ଡାକ୍ତର ହେବା ପାଇଁ ତାଲିମ ନେଉଛନ୍ତି ।

ନ୍ୟୁଜ୍ ଆଙ୍କର ଭାବରେ ତାଙ୍କର ଭୂମିକା ବିଷୟରେ ନାଦିଆ କହିଛନ୍ତି ଯେ ସେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସେ ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ।

ସୂଚନାଯୋଗ୍ୟ ଯେ, ଋଷର କରୋନା ୱାର୍ଡରେ ଟ୍ରାନ୍ସପାରେଣ୍ଟ ପିପିଏ କିଟ୍ ପିନ୍ଧିବା ପରେ ତାଙ୍କ ଚାକିରୀ ମଧ୍ୟ ବିପଦରେ ଥିଲା । ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ନାଦିଆ ପିପିଏ କିଟ୍ ମାମଲାରେ ସ୍ପଷ୍ଟୀକରଣ ଦେଇ ଡାକ୍ତରଖାନା ପ୍ରଶାସନକୁ କହିଥିଲେ ଯେ ସେ ପିନ୍ଧିଥିବା ପିପିଏ କିଟ୍ ଅଧିକ ଟ୍ରାନ୍ସପରେଣ୍ଟ ବୋଲି ସେ ଜାଣିପାରି ନଥିଲେ । ପରଦିନ ଡ୍ୟୁଟି ପାଇଁ ହସ୍ପିଟାଲରେ ପହଞ୍ଚିବା ପରେ ସେ ଏ ବିଷୟରେ ଜାଣିଥିଲେ ।

ଯେତେବେଳେ ଋଷର ଆଞ୍ଚଳିକ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନାଦିଆଙ୍କ ପୋଷାକ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା, ହସ୍ପିଟାଲର ଡାକ୍ତର, ଅନ୍ୟ ସହକର୍ମୀ ଏବଂ ରାଜନେତାମାନେ ତାଙ୍କ ସମର୍ଥନରେ ବାହାରିଥିଲେ । ୱାର୍ଡରେ କରୋନା ସଂକ୍ରମିତଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ସଠିକ୍ ପିପିଏ କିଟ୍ ଯୋଗାଇବା ଉଚିତ୍ ବୋଲି ସେ ଦାବି କରିଥିଲେ । ସେ କହିଛନ୍ତି ଯେ ପ୍ରଦାନ କରାଯାଇଥିବା ପିପିଏ କିଟ୍ ଏତେ ପତଳା ଯେ ଏହା ସ୍ବାସ୍ଥ୍ୟକର୍ମୀଙ୍କୁ କ୍ଷତି ପହଞ୍ଚାଇପାରେ ।

   Related Posts