ଅନ୍ତବସ୍ତ୍ର ପିନ୍ଧି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସଙ୍କୁ ପୁଣି ରଖିଲା ହସ୍ପିଟାଲ : ମିଳିଲା ନୂଆ କଣ୍ଟ୍ରାକ୍ଟ
22/06/2020 at 11:46 AM

ମସ୍କୋ ୨୨/୦୬ : ଋଷର ଏକ ହସ୍ପିଟାଲରେ ପିପିଇ କିଟ ଭିତରେ କେବଳ ଅନ୍ତବସ୍ତ୍ର ପିନ୍ଧି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋବାଙ୍କୁ ହସ୍ପିଟାଲ ପୁଣି ନିୟୋଜିତ କରିଛି | ୨୩ ବର୍ଷ ବୟସ୍କା ନାଦିଆଙ୍କୁ ହସ୍ପିଟାଲ ଅନୁଚିତ ଡ୍ରେସ କୋଡ଼ ମାମଲାରେ ଚାକିରୀରୁ ସସ୍ପେଣ୍ଡ କରିଥିଲା | ନାଦିଆ କହିଛନ୍ତି ତାଙ୍କୁ ତାଙ୍କ ଚାକିରୀ ପୁଣି ମିଳିଯାଇଛି | ତାଛଡା ଏକ ବଡ ସ୍ପୋର୍ଟ୍ସୱେୟାର ବ୍ରାଣ୍ଡର ମଡେଲିଙ୍ଗ ପାଇଁ ମଧ୍ୟ କଣ୍ଟ୍ରାକ୍ଟ ମିଳିଛି |

ଦ ସନ ଖବରକାଗଜରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ନାଦିଆଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଫଟୋ ଭାଇରାଲ ହେବାପରେ ତାଙ୍କୁ ଋଷର ଠୁ ହଟ ନର୍ସ ବୋଲି କୁହାଯାଇଥିଲା | ଏହାପରେ ହସ୍ପିଟାଲ ତାଙ୍କୁ ସସ୍ପେଣ୍ଡ କରିଥିଲା | ତେବେ ନାଦିଆଙ୍କ ସପକ୍ଷରେ ଋଷର ସମସ୍ତ ଡାକ୍ତର ଓ ନର୍ସ ସମ୍ବନ୍ଧିତ ସଂସ୍ଥା ସ୍ୱର ଉଠାଇଥିଲେ | ନାଦିଆ କହିଥିଲେ ଯେ, ପିପିଇ କିଟ ପିନ୍ଧି ଅଧିକ ସମୟ କାମ କରିବାରୁ ତାଙ୍କୁ ଭୀଷଣ ଗରମ ହେଉଥିଲା ଏବଂ ଅଧିକ ରୋଗୀ ଦେଖୁଥିବାରୁ ତାଙ୍କୁ ବ୍ରେକ ମଧ୍ୟ ମିଳିପାରୁନଥିଲା | ସେଥିପାଇଁ ପିପିଇ କିଟ ତଳେ କେବଳ ଅନ୍ତବସ୍ତ୍ର ପିନ୍ଧି କାମ କରିବାକୁ ନିଷ୍ପତ୍ତି ନେଇଥିଲେ |

ନାଦିଆ କହିଛନ୍ତି ଯେ ସେ ପୂର୍ବରୁ ହିଁ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ ସେଥିପାଇଁ ସେ ନର୍ସ ହେବ ପାଇଁ ନିଷ୍ପତ୍ତି ନେଇଥିଲେ | ତାଙ୍କୁ ପୁଣି ନିଜ ଚାକିରୀ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ହସ୍ପିଟାଲ ଏକ ବୟାନ ମଧ୍ୟ ଜାରି କରିଛି ଯେଉଁଥିରେ ଏହି ମାମଲାରେ ରାଗିଥିବା ଲୋକଙ୍କୁ କ୍ଷମା ମଗାଯାଇଛି |

ପ୍ରାପ୍ତ ସୂଚନା ଅନୁଯାୟୀ, ନାଦିଆଙ୍କ ପିତା ଋଷର ଗୁଇନ୍ଦା ସଂସ୍ଥା FSB ରେ କାର୍ଯ୍ୟରତ | ତେବେ ନାଦିଆ କହିଛନ୍ତି ଯେ ସେ ବାଧ୍ୟ ହୋଇ କେବଳ ଅନ୍ତବସ୍ତ୍ର ପିନ୍ଧି କାମ କରିଥିଲେ ସତ କିନ୍ତୁ ଆଜି ବି ଯଦି କିଏ ତାଙ୍କୁ ଏ ସମ୍ପର୍କରେ କିଛି ପଚାରେ ତାହେଲେ ତାଙ୍କୁ ଭଲ ଲାଗେନାହିଁ |