ଅର୍ଦ୍ଧନଗ୍ନ ରୁଷ ନର୍ସଙ୍କୁ କରୋନା ବଞ୍ଚାଇ ଦେଲା, ଯିବନି ଚାକିରି: ଡାକ୍ତର ମାନିଲେ ୟୁନିଫର୍ମ ନଥିବାରୁ ନର୍ସ କେବଳ ଅନ୍ତ୍ରବସ୍ତ୍ରରେ ଥିଲେ
22/05/2020 at 4:23 PM

ମସ୍କୋ ୨୨।୦୫: କରୋନା ମହାମାରୀ ସଙ୍କଟ ସମୟରେ ଋଷର ରାଜଧାନୀ ମସ୍କୋର ଏକ ହସ୍ପିଟାଲରେ ଜଣେ ନର୍ସ ଟ୍ରାନ୍ସପରେଣ୍ଟ ପିପିଇ ତଳେ କେବଳ ଅନ୍ତବସ୍ତ୍ର ପିନ୍ଧି କାମ କରିବାର ଭିଡିଓଟି ଭାଇରାଲ୍ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦାବି ଉଠିଥିଲା। ହେଲେ ସଂପ୍ରତି କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ମସ୍କୋ ନିକଟ ଟୁଲା ସ୍ଥିତ କୋଭିଡ୍ ହସ୍ପିଟାଲର ପୁରୁଷ ଓ୍ଵାର୍ଡରେ ଉକ୍ତ ନର୍ସ ପିପିଇ ତଳେ କେବଳ ଅନ୍ତ୍ର ବସ୍ତ୍ର ପିନ୍ଧି କାର୍ଯ୍ୟରତ ଥିଲେ।
ଏହି ସେମି ନ୍ୟୁଡ୍ ନର୍ସଙ୍କ ଫଟୋ ଉଠାଇଥଲେ ଜଣେ ରୋଗୀ। ଆଉ ତାହା କିଛି ଦିନ ତଳେ ଭାଇରାଲ ହୋଇଥିଲା। ନର୍ସ ଜଣଙ୍କ ରୋଗୀଙ୍କ ଚିକିତ୍ସା ସମୟରେ ଆବଶ୍ୟକ ପ୍ରତିରକ୍ଷା କିଟ୍ ଲଗାଇଥିଲେ ମଧ୍ୟ ପିପିଇ ତଳେ ୟୁନିଫର୍ମ ପିନ୍ଧିନଥିଲେ। ସେ କେବଳ ଅନ୍ତ ବସ୍ତ୍ର ପିନ୍ଧିଥିଲେ, ଯାହାକୁ ଅର୍ଦ୍ଧ ଉଲଗ୍ନ କୁହାଯାଇ ପାରେ। ଏହି ପୋଷାକରେ ନର୍ସ ଜଣଙ୍କ ବହୁତ ହଟ୍ ଦେଖା ଯାଉଥିଲେ। ଏହି ବେଶଭୂଷାରେ ନର୍ସ ଜଣଙ୍କ ହସ୍ପିଟାଲରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ।

୨୩ ବର୍ଷିୟ ଏହି ନର୍ସଙ୍କ ନାଁ ହେଉଛି ନାଦିଆ। ସେ ଟୁଲା ରିଜିଓନାଲ କ୍ଲିନିକାଲ ହସ୍ପିଟାଲର ମ୍ୟାନେଜରଙ୍କୁ କହିଥିଲେ ଯେ, ୟୁନିଫର୍ମ ପିନ୍ଧିବାରୁ ବହୁତ ଗରମ ଲାଗିଥିଲା। ତେଣୁ ସେ କେବଳ ଅନ୍ତବସ୍ତ୍ର ଉପରେ ପିପିଇଟି ପିନ୍ଧିଥିଲେ। ଆଉ ସେହି ପୋଷାକ ସମସ୍ତଙ୍କ ଆଖି ତାଙ୍କ ଆଡକୁ ଟାଣିଥିଲେ ବି ସେଥି ପ୍ରତି ସେ ନଜର ଦେଇନଥିଲେ। କିନ୍ତୁ ଏବେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ହସ୍ପିଟାଲରେ ୟୁନିଫର୍ମର ଅଭାବ ଥିଲା, ତେଣୁ ନର୍ସ ଏମିତି ବେଶଭୂଷାରେ କାମ କରିଥିଲେ।
ନର୍ସ ଜଣକ କହିଛନ୍ତି, ମୋର ବେଶଭୂଷାକୁ ନେଇ ହଙ୍ଗାମା ପରେ ମୁଁ ମୋର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲି। ସ୍ଥାନୀୟ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ତାଙ୍କ ବିରୋଧରେ ୟୁନିଫର୍ମକୁ ନେଇ ସ୍ଵତନ୍ତ୍ର ଗାଇଡ୍ଲାଇନ୍ ଉଲ୍ଲଂଘନ କାରଣରୁ କାର୍ଯ୍ୟାନୁଷ୍ଠାନ ନେବା କଥା କହିଥିଲେ। ହେଲେ ମୋ ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି ନିଆଯାଇଛି।

ଏହି ଘଟଣାରେ ଜଣେ ଡାକ୍ତର କହିଛନ୍ତି ଯେ, ହସ୍ପିଟାଲରେ କର୍ମଚାରୀଙ୍କ ଲାଗି ଆବଶ୍ୟକ ପୋଷାକର ଘୋର ଅଭାବ ରହିଛି। ନର୍ସ କହିଛନ୍ତି ଯଦି ଆମକୁ ସଂପୂର୍ଣ୍ଣ ୟୁନିଫର୍ମ ସହିତ ପିପିଇ ଯୋଗାଇ ଦିଆଯାଆନ୍ତା ତେବେ ମୋତେ ନଗ୍ନ ହେବାକୁ ପଡିନଥାନ୍ତି।
ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ନଦିଆ ଦୁଇ ମାସ ହେବ ପରିବାରଠୁ ବାଧ୍ୟ ହୋଇ ଅଲଗା ହେବାକୁ ପଡିଛି। ସେ ଘରକୁ ଯାଇ ନିଜର ପରିଜନଙ୍କୁ ବିପଦରେ ପକାଇବାକୁ ଚାହୁଁନଥିଲେ। ଏହା ମୋର କର୍ତ୍ତବ୍ୟ। ମୁଁ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ବୋଲି ନାଦିଆ କହିଛନ୍ତି।