ରୁଷ ନୌସେନାକୁ ଶୀଘ୍ର ମିଳିବ ହାଇପରସୋନିକ ଆଣବିକ ସଂପନ୍ନ ଅସ୍ତ୍ର, ଯେ କୌଣସି ଟାର୍ଗେଟ୍‌କୁ କରିବ ଭେଦ : ପୁଟିନ

Published By : Prameya-News7 Bureau | July 26, 2020 IST

ମସ୍କୋ ୨୬।୦୭: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ରବିବାର କହିଛନ୍ତି ରୁଷି ନୌସେନା ହାଇପରସୋନିକ ଆଣବିକ ଅସ୍ତ୍ର ଶସ୍ତ୍ର ଓ ପାଣି ତଳେ ପରମାଣୁ ଡ୍ରୋନରେ ସୁସଜ୍ଜିତ ହେବାକୁ ଯାଉଛି। ଏହି ସବୁ ଆଣବିକ ଅସ୍ତ୍ରର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି।

ପୁଟିନ ସର୍ବଦା କହି ଆସିଛନ୍ତି ଯେ, ରୁଷ ଅସ୍ତ୍ର ଶସ୍ତ୍ର ଦୌଡରେ ନାହିଁ। ତଥାପି ସେ ସର୍ବଦା ନୂତନ ପିଢିର ଆଣବିକ ଅସ୍ତ୍ର ଶସ୍ତ୍ର କଥା କହି ଆସିଛନ୍ତି। ରୁଷ ନୌସେନାକୁ ମିଳିବାକୁ ଥିବା ହାଇପରସୋନିକ ଆଣବିକ ଅସ୍ତ୍ର ଦୁନିଆର ଯେ କୌଣସି ଟାର୍ଗେଟ୍‌କୁ ନିଶାଣ କରିବାକୁ ସକ୍ଷମ। କିଛି ପାଶ୍ଚାତ୍ୟ ଦେଶର ବିଶେଷ ପ୍ରଶ୍ନ କରିଛନ୍ତି ସେମାନେ କେତେ ଉନ୍ନତ।

ଏହି ଅସ୍ତ୍ରଗୁଡିକ ମଧ୍ୟରୁ କେତେକ ଏପର୍ଯ୍ୟନ୍ତ ନିୟୋଜିତ ହୋଇ ନାହିଁ। ଏଥିରେ ପୋଜିଡନ୍ ଅଣ୍ଡର ୱାଟର ଆଣବିକ ଡ୍ରୋନ୍, ବୁଡ଼ାଜାହାଜ ଦ୍ୱାରା ପରିବହନ ପାଇଁ ପରିକଳ୍ପିତ ଏବଂ ସାଇରକନ୍ (ଜିର୍କନ୍) ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ, ଯାହା ଭୂପୃଷ୍ଠ ଜାହାଜରେ ନିୟୋଜିତ ହୋଇପାରିବ।

ଧ୍ଵନିର ଗତିଠୁ ପାଞ୍ଚ ଗୁଣ ଅଧିକ ବେଗରେ ଗତି କରିବାରେ ସକ୍ଷମ ହାଇପରସୋନିକ କ୍ଷେପଣାସ୍ତ୍ରର ଗତି ଓ ଉଚ୍ଚତାକୁ ଟ୍ରାକ  କରିବା ମୁସ୍କିଲ। ସେଣ୍ଟପିଟର୍ସବଗରେ ଏକ ବାର୍ଷିକ ନୌସୈନିକ ପରେଡ୍‌ରେ ରୁଷର ସବୁଠୁ ଭଲ ଜାହାଜ, ଆଣବିକ ସଂପନ୍ନ ବୁଡାଜାହାଜ ଓ ନୌସେନା ବିମାନ ପ୍ରଦର୍ଶିତ କରାଯାଇଛି। ଏହି ଅବସରରେ ପୁଟିନ କହିଛନ୍ତି ନୌସେନାର କ୍ଷମତା ବୃଦ୍ଧି ଘଟୁଛି। ଚଳିତ ବର୍ଷ ନୌସେନାକୁ ୪୦ ନୂତନ ଜାହାଜ ମିଳିବ ବୋଲି ପୁଟିନ କହିଛନ୍ତି।

ନୌସେନାକୁ ନୂତନ ହାଇପରସୋନିକ ହତିଆର କେବେ ପୁଟିନ ସ୍ପଷ୍ଟ ଭାବେ କହି ନାହାନ୍ତି। କିନ୍ତୁ ଏହା କହିଛନ୍ତି ଯେ, ଏହି ଦିନ ଶୀଘ୍ର ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.