କେବଳ ଇନ୍ସଟାଗ୍ରାମ୍ ବ୍ଳଗିଙ୍ଗରୁ ୧୨ କୋଟି ରୋଜଗାର କରନ୍ତି ଏହି ମହିଳା : ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଦେଇସାରିଛନ୍ତି ଟକ୍କର୍

Published By : Prameya-News7 Bureau | June 04, 2020 IST

ମସ୍କୋ ୦୪/୦୬ : ସେନିୟା ସବଚକ୍ ଋଷର ଏକ ଜଣାଶୁଣା ନାଁ | ଏକାଧାରରେ ସେ ଜଣେ ସାମ୍ବାଦିକା, ଫ୍ୟାସନ୍ ଆଇକନ୍ ଏବଂ ରିଆଲିଟି ଶୋ'ରେ ମଧ୍ୟ ଆଙ୍କରିଂ କରନ୍ତି | ଇନ୍ସଟାଗ୍ରାମରେ ତାଙ୍କର ୭୫ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି | ବୟସ ମାତ୍ର ୩୬ ବର୍ଷ | କିନ୍ତୁ ୩୬ ବର୍ଷ ବୟସରେ ସେ ରାଷ୍ଟ୍ରପତି ନିର୍ବାଚନରେ ପୁଟିନଙ୍କୁ ଟକ୍କର ଦେଇଛନ୍ତି | ଫୋର୍ବସ ମାଗାଜିନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ସେନିୟା କେବଳ ଇନ୍ସଟାଗ୍ରାମ ଆଡ଼୍ ଜରିଆରେ ୧୨ କୋଟି ଟଙ୍କା ରୋଜଗାର କରିଥିଲେ | ଫୋର୍ବସ ମାଗାଜିନ ଇନ୍ସଟାଗ୍ରାମ ବ୍ଳଗିଙ୍ଗ୍ ଜରିଆରେ ରୋଜଗାର କରୁଥିବା ଯୁବପିଢ଼ିଙ୍କ ଏକ ତାଲିକା ଜାରି କରିଥିଲା ଯେଉଁଥିରେ ସେନିୟା ପ୍ରଥମ ସ୍ଥାନରେ ଥିଲେ |

{"id":281024,"sizeSlug":"large"}

ସେନିୟାଙ୍କ ପିତା ଏଂଟଲି ସବଚକ୍ ରୁଷର ଜଣେ ବଡ ନେତା ଥିଲେ ଏବଂ ସୋଭିଏତ ୟୁନିଅନ୍ ଭାଙ୍ଗିଯିବା ପରେ ନୂଆ ସମ୍ବିଧାନ ଲେଖିବାରେ ସାହାଯ୍ୟ କରିଥିଲେ | ରୁଷ ରାଷ୍ଟ୍ରପତି ପୁଟିନ୍ ତାଙ୍କୁ ନିଜର ଗୁରୁ ମାନନ୍ତି | ଯେହେତୁ ପିତା ଜଣେ ଆଗଧାଡ଼ିର ନେତା ଥିଲେ ସେଥିପାଇଁ ପିଲାଦିନୁ ହିଁ ସେନିୟା ରାଜନୀତି ସହ ବହୁତ ଭଲ ଭାବେ ପରିଚିତ ଥିଲେ | ଟିଭି ଆଙ୍କର ଭାବେ ମଧ୍ୟ ସେ ବହୁତ ରୋଜଗାର କରିଛନ୍ତି | ଫୋର୍ବସ ମାଗାଜିନର ୨୦୧୭ ଶୁଚି ଅନୁଯାୟୀ, ସେନିୟା ଦେଶରେ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ଦଶମ ସ୍ଥାନରେ ଥିଲେ | ଆଡ୍ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ବହୁତ ରୋଜଗାର ହୁଏ | ବର୍ତ୍ତମାନ ସେ ଇନ୍ସଟାଗ୍ରାମ ଆଡ଼ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି |

{"id":281026,"sizeSlug":"large"}

୩୮ ବର୍ଷ ବୟସ୍କ ସେନିୟା ମସ୍କୋ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଇନ୍ଟରନ୍ୟାଶନାଲ ରିଲେସନରେ ଶିକ୍ଷା ପ୍ରାପ୍ତ କରିଛନ୍ତି | ରୁଷରେ ଏହି ଇନଷ୍ଟିଚ୍ୟୁଟ୍ ଡିପ୍ଲୋମେଟିକ୍ ପ୍ରସ୍ତୁତ କରୁଥିବା ଭାବେ ପରିଚିତ | କିନ୍ତୁ ସେନିୟା ଇନ୍ଟରନ୍ୟାଶନାଲ୍ ଡିପ୍ଲୋମାସିରେ କ୍ୟାରିଅର କରି ନାହାନ୍ତି | ରୁଷ୍ ରାଷ୍ଟ୍ରପତି ପୁଟିନ୍ ସେନିୟାଙ୍କ ପିତାଙ୍କୁ ନିଜ ଗୁରୁ ମାନନ୍ତି ସତ କିନ୍ତୁ ସେନିୟା ରୁଷ୍ ସରକାରଙ୍କୁ ସବୁବେଳେ ସମାଲୋଚନା କରିଥାନ୍ତି | କିନ୍ତୁ ସେନିୟା ସିଧାସଳଖ କେବେ ପୁଟିନଙ୍କୁ ସମାଲୋଚନା କରିନାହାନ୍ତି | ୨୦୧୧-୧୨ ମସିହାରେ ରୁଷ ସରକାରଙ୍କ ବିରୋଧରେ କ୍ରେମଲିନ୍ ରେ ହୋଇଥିବା ଆନ୍ଦୋଳନରେ ମଧ୍ୟ ସେନିୟା ଭାଗ ନେଇଥିଲେ | କିନ୍ତୁ ସେ ୨୦୧୭ ମସିହାରେ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ପାଇଁ ଚିନ୍ତା କରିଥିଲେ ସେତେବେଳେ ନିଜେ ପୁଟିନଙ୍କ ସହ ପରାମର୍ଶ କରିଥିଲେ ବୋଲି ଶୁଣିବାକୁ ମିଳେ | ପୁଟିନ ନିଜେ ମଧ୍ୟ ସେନିୟାଙ୍କ ପରିବାରର ଖୁବ ପ୍ରଶଂସା କରନ୍ତି | 

{"id":281027,"sizeSlug":"large"}

ସେନିୟା ୨୦୧୩ ମସିହାରେ ରୁଷର ଏକ୍ଟର ମ୍ୟାକ୍ସିମଙ୍କୁ ବିବାହ କରିଥିଲେ | ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି | ୨୦୧୮ ମସିହା ଉଭୟ ଅଲଗା ହୋଇଯାଇଥିଲେ | ପୁଣି ୨୦୧୯ ମସିହାରେ ସେନିୟା ଥିଏଟର ଆର୍ଟିଷ୍ଟ ବୋଗୋମୋ ଲୋବଙ୍କୁ ବିବାହ କରିଥିଲେ |

{"id":281028,"sizeSlug":"large"}

ସେନିୟାଙ୍କୁ ରୁଷର ପ୍ୟାରିସ୍ ହିଲଟନ୍ ବୋଲି କୁହାଯାଏ | ୨୦୧୫ ମସିହାରେ ସେ ଥରେ ରାଜନୈତିକ ପ୍ରତିଶୋଧ ସମ୍ପର୍କରେ କହିଥିଲେ |ସେ କହିଥିଲେ ଦେଶର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ | କିନ୍ତୁ ସେମିତି ହୋଇନଥିଲା | ଏହାପରେ ସେ ନିର୍ବାଚନ ଲଢ଼ିଥିଲେ ଏବଂ ହାରିଯାଇଥିଲେ | ଋଷର ରାଜନୈତିକ ବିଶ୍ଳେଷକଙ୍କ କହିବାନୁଯାୟୀ, ସେନିୟା ଲୋକଙ୍କ ମଧ୍ୟରେ ଯେତେ ଲୋକପ୍ରିୟ ହେଲେ ମଧ୍ୟ ସେ ପୁଟିନଙ୍କ ରାଜନୈତିକ ବିକଳ୍ପ ନୁହନ୍ତି | ଆଜି ମଧ୍ୟ ପୁଟିନ୍ ଋଷରେ ଜନତାଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.