ବଲିଉଡରେ ଅଭିନେତ୍ରୀ ହେବା ପାଇଁ ଆସିଥିବା ଋଷୀୟ ଯୁବତୀ ପୋଲିସ ବିରୋଧରେ ଆଣିଲେ ବାରମ୍ବାର ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | October 12, 2019 IST

ମୁମ୍ବାଇ୧୨|୧୦: ଅବିନେତ୍ରୀ ହେବାଲାଗି ମୁମ୍ବାଇ ଆସିଥିବା ଜଣେ ଋଷୀୟ ମହିଳା ପୋଲିସ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।ମହିଳା ଅଭିଯୋଗ କରିଛନ୍ତି ଯେ, ଗତ ୧୨ବର୍ଷ ଧରି ଜଣେ ପୋଲିସ ଅଦିକାରୀ ତାଙ୍କୁ ଦୁଷ୍କର୍ମ କରିଆସୁଛନ୍ତି ।କେବଳ ସେତିକି ନୁହେଁ ବାରମ୍ବାର ତାଙ୍କର ଗର୍ଭପାତ ମଧ୍ୟ କରାଯାଇଛି। ଅଭିଯୋଗ ପରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପିଡୀତାଙ୍କ କହିବା ଅନୁସାରେ, ୨୦୦୪ ମସିହାରେ ବଲିଉଡରେ ଅଭିନୟ କରିବା ଆଶା ନେଇ ସେ ମୁମ୍ବାଇ ଆସିଥିଲେ।ଫେରିବାବେଳକୁ ତାଙ୍କ ଭିସା ସମାପ୍ତ ହୋଇଯାଇଥିଲା ।ସେହି ସମୟରେ ତାଙ୍କର ପୋଲିସ ଇନ୍‌ସ୍ପେକଟର ଅନୀଲ ଯାଦବଙ୍କ ସହ ଭେଟ ହୋଇଥିଲା।

 ଅନୀଲ ତାହ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି କରି ଦେଇଥିଲେ। ଏହା ପରେ ପୋଲିସ ଅଧିକାରୀ ଅନୀଲ ତାଙ୍କ ଅସଲି ରଂଗ ଦେଖାଇଥିଲେ। ନକଲି ପାସପୋର୍ଟ ଆଧାରରେ ସେ ମହିଳାଙ୍କୁ ଗିରଫ କରିବା ଧମକ ଦେଇ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲେ। ପୋଲିସ ଅଧିକାରୀ ଏହି ବିଦେଶିନୀଙ୍କ ବାରମ୍ବାର ଗର୍ଭପାତ ମଧ୍ୟ କରାଇଥିଲା।

ବାରମ୍ବାର ଏଭଳି ହେବା ଯୋଗୁଁ ଅନୀଲଙ୍କ ବିରୋଧରେ ବିଦେଶିନୀ ପୋଲିସ ନିକଟରେ ଅଭିଯୋଗ କରିବାକୁ ଧମକଦେଇଥିଲେ।ଫଳରେ ଧର୍ମ ପରିବର୍ତ୍ତନ କରାଇ ଅନୀଲ ତାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ୫ ବର୍ଷର ସନ୍ତାନ ଅଛି।

ବିଦେଶୀ ମହିଳାଙ୍କ ଓକିଲ କହିବା ଅନୁସାରେ ଅନୀଲ ପୂର୍ବରୁ ବିବାହିତ।ବିବାହ ବିଚ୍ଛେଦ ହେବା ପୂର୍ବରୁ ସେ ଋଷୀୟ ମହିଳାଙ୍କୁ ବିବାହ କରିଥିଲେ। ଏହି ଜାଣିବାପରେ ସଂପୃକ୍ତ ପୋଲିସ  ଅଧିକାରୀ ପୀଡିତା ଓ ତାଙ୍କ ପୁଅଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଏହି କାରଣ ଯୋଗୁଁ ମହିଳା ନିଜ ପୁଅ ସହ ଅଲଗା ହୋଇ ରହୁଥିଲେ। ହେଲେ ସେଠାରେ ମଧ୍ୟ ଅଭିଯୁକ୍ତ ତାଙ୍କ ପିଛା ଛାଡିନଥିଲା। ଅଲଗା ଘରେ ରହିବା ସତ୍ତ୍ବେ ସେ ସେଠାକୁ ଯାଇ ମାଆ ପୁଅଙ୍କୁ ହଇରାଣ କରୁଥିଲା। ଶେଷରେ ପୀଡିତା ଏହି ଅତ୍ୟାଚାର ଓ ଦୁଷ୍କର୍ମ ନେଇ ମାମଲା ରୁଜୁ କରିଥିଲେ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.