ସେଲ୍‌ଫି କୁଇନ୍ ଆଞ୍ଜେଲା… ଭୟଙ୍କର ସ୍ଥାନରେ ତାଙ୍କ ଫଟୋ ଦେଖିଲେ ଥରିଯାଏ ଛାତି

Published By : Prameya-News7 Bureau | January 28, 2020 IST

ମସ୍କୋ ୨୮।୧: ଆଜିକାଲି ଅଧିକାଂଶ ଲୋକଙ୍କୁ ସେଲଫି ମାନିଆ ଘାରିଛି । ଲୋକମାନେ ଅନେକ ସ୍ଥାନରେ ସେଲଫିଟିଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବେଶ୍ ପସନ୍ଦ କରୁଛନ୍ତି ।

{"id":216983,"sizeSlug":"large"}

ଏମିତିକି ଏଥିପାଇଁ ସମସ୍ତ ପ୍ରକାର କଠିନ ପ୍ରୟାସ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଯେମିତିକି ସେମାନଙ୍କ ଫଟୋ ସବୁଠୁ ସୁନ୍ଦର ଏବଂ ମନଲୋଭା ହୋଇପାରିବ ।

{"id":216984,"sizeSlug":"large"}

କିଛି ଲୋକ ସେଲଫିଟିଏ ପାଇଁ କଷ୍ଟସାଧ୍ୟ କାମ କରିବାକୁ ପଛାଉନାହାନ୍ତି । ପିଲାଠୁ ବୁଢା ସମସ୍ତଙ୍କୁ ସେଲଫି ଫିଭର ଚଢିଛି ।

{"id":216985,"sizeSlug":"large"}

କିଛି ଲୋକ ସେଲଫି ପାଇଁ ବାହାରକୁ ଯିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରୁନାହାନ୍ତି। ଗାଧୁଆଘରେ, ଜିମ୍ ରେ, ପାଣିରେ, ବିଛଣାରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

{"id":216986,"sizeSlug":"large"}

ଆଉ କିଛି ଜଣ ସେଲଫିଟିଏ ପାଇଁ ନିଜ ଜୀବନ ହରାଉଥିବା ଦେଖିବାକୁ ମିଳୁଛି । ଲୋକଙ୍କୁ ସେଲଫି ନିଶା ଏତେମାତ୍ରାରେ ଘାରିଛି ଯେ, ସେମାନେ ଭଲ ମନ୍ଦ ବୁଝୁନାହାନ୍ତି । ଯାହା ଫଳରେ ମୂଲ୍ୟବାନ ଜୀବନ ଚାଲିଯାଉଛି ।

{"id":216987,"sizeSlug":"large"}

ତେବେ ବିଶ୍ବରେ ଏମିତି ଜଣେ ସେଲଫି କୁଇନ୍ ଅଛନ୍ତି ଯାହାଙ୍କ ଫଟୋ ଦେଖିଲେ ଯେକେହି ବି ଭୟରେ ଥରିଉଠିବେ । ସେ ହେଉଛନ୍ତି ଋଷିଆର ଆଞ୍ଜେଲା ନିକୋଲ ।

{"id":216988,"sizeSlug":"large"}

ଆଞ୍ଜେଲା ସେଲଫିଟିଏ ହେଉ ଅବା ଫଟୋଟିଏ ନେବା ପାଇଁ ବିପଜ୍ଜନକ ସ୍ଥାନକୁ ଖୁବ୍ ପସନ୍ଦ କରିଥାନ୍ତି । ତାଙ୍କ ଫଟୋରେ ଅଧିକ ରୋମାଞ୍ଚ ଭରିବା ପାଇଁ ସେ ସୁଉଚ୍ଚ ବିଲ୍ଡିଂ ଉପରେ ଫଟୋଟିଏ ନେବା ପାଇଁ ବେଶ୍ ଆଗ୍ରହୀ ଥାଆନ୍ତି ।

{"id":216989,"sizeSlug":"large"}

ଏଥିପାଇଁ ସେ ସାରା ବିଶ୍ବ ଭ୍ରମଣ କରିଥାନ୍ତି ଏବଂ ନିଜ ମନ ପସନ୍ଦର ସ୍ଥାନରେ ସେଲଫିଟିଏ ନେଇଥାନ୍ତି । ସେଲଫିଟିଏ ନେବା ପରେ ଏଞ୍ଜେଲା ତାଙ୍କ ଇନଷ୍ଟାଗ୍ରାମରେ ତାହାକୁ ପୋଷ୍ଟ କରିଥାନ୍ତି ।

{"id":216990,"sizeSlug":"large"}

ଏଞ୍ଜେଲା ଖୋଦି ଜଣେ ଭଲ ଫଟୋଗ୍ରାଫର । ସେ ନିଜେ ତାଙ୍କ ସେଲଫି ଉଠାଇଥାନ୍ତି ଅଥବା ଅନ୍ୟ କାହା ସାହାଯ୍ୟରେ ଫଟୋଟିଏ ଉଠାଇଥାନ୍ତି ।  ଆଞ୍ଜେଲାଙ୍କୁ ଆମେ ବିଶ୍ବର ସବୁଠୁ ଭୟଙ୍କର ସେଲଫି କୁଇନ୍ ବୋଲି ମଧ୍ୟ ସମ୍ବୋଧନ କରିପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.