ପୁଣି ଆମେରିକୀୟ ଫାଇଟର ଜେଟ୍‌ଙ୍କ ମାର୍ଗ ଅବରୋଧ କରିଛନ୍ତି ଋଷୀୟ ଯୁଦ୍ଧବିମାନ

Published By : Prameya-News7 Bureau | June 28, 2020 IST

ନ୍ୟୁୟର୍କ: ଆଲାସ୍କା ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (ଏଡିଆଇଜେଡ୍) ରେ ପ୍ରବେଶ ଲାଗି ଆମେରିକୀୟ ଏଫ-୨୨ ଫାଇଟର ଜେଟ୍‌ଙ୍କୁ ପୁଣି ବାଧା ଦେଇଛନ୍ତି ଋଷୀୟ ଟିୟୁ-୪୨ ଅନୁସନ୍ଧାନ ବିମାନ ସ୍କ୍ୱାଡ୍ରନ୍‌। ଏଡିଆଜେଡ୍‌କୁ ମୁହାଁଇଥିବା ଆମେରିକୀୟ ଏଫ-୨୨ ବମ୍ବରଙ୍କୁ ଅଟାନକ  ୪ ଋଷିୟ ଟିୟୁ-୪୨ ବିମାନ। ତେବେ ଋଷୀୟ ବାୟୁସେନା ବାରମ୍ବାର ଏପରି କରୁଥିବା ଆମେରିକା ଅଭିଯୋଗ କରିଛି।

ଅଭିଯୋଗ ଅନୁସାରେ ଜୁନ୍‌ ମାସ ପ୍ରାରମ୍ଭରେ ୩ଟି ପୃଥକ ପୃଥକ ଘଟଣାରେ ଋଷିଆର ଆଣବିକ କ୍ଷମତାସମ୍ପନ୍ନ ଫାଇଟର ଜେଟ୍‌ମାନେ ଆଲସ୍କା ନିକଟରେ ରୋକିବାକୁ ଉଦ୍ୟମ କରିଥିଲେ। ଗତବୁଧବାର ମଧ୍ୟ ଋଷିଆର ୨ଟି ଆଇଏଲ-୩୮ ସାମୁଦ୍ରିକ ପାଟ୍ରୋଲ ବିମାନ ଆଲାସ୍କା ଅଞ୍ଚଳକୁ ପଶିବାକୁ ଉଦ୍ୟମ କରିବା ବେଳେ ଆମେରିକୀୟ ଏଫ-୩୨ ସେମାନଙ୍କୁ ଅଟକାଇଥିଲେ।

ଏଡିଆଇଜେଡ୍ କ୍ଷେତ୍ରରେ ନର୍ଥ ଆମେରିକାନ୍ ଏରୋସ୍ପେସ୍‌ ଡିଫେନ୍ସ କମାଣ୍ଡ (ନୋରାଡ) ଋଷୀୟ ଯୁଦ୍ଧବିମାନଙ୍କୁ ଚିହ୍ନଟ କରି ଅଞ୍ଚଳକୁ ସେମାନଙ୍କର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି। ତେବେ ଇତିମଧ୍ୟରେ ଋଷୀୟ ଯୁଦ୍ଧବିମାନମାନେ ଏପରିକି ସାମୁଦ୍ରିକ ପାଟ୍ରୋଲ ବିମାନ ମଧ୍ୟ ଅନୁନ୍ୟ ୧୦ ଥର ଏଡିଆଇଜେଡ୍ କ୍ଷେତ୍ରକୁ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଆମେରିକୀୟ ବାୟୁସେନା ଉଦ୍ୟମ ପଣ୍ଡ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.