Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଦୁନିଆର ସବୁଠାରୁ ବଡ ହୀରା ଖଣି, ପ୍ରତିବର୍ଷ ବାହାରେ କୋଟିଏ କ୍ୟାରେଟ ହୀରା : ଏହି ବାଟ ଦେଇ ଯାଉଥିବା ହେଲିକେପ୍ଟର ମଧ୍ୟ କ୍ରାସ ହୋଇଯାଏ

29/06/2019 at 5:30 PM

ପୂର୍ବାଞ୍ଚଳ ସାଇବେରିଆରେ ଅଛି ଦୁନିଆର ସବୁଠାରୁ ବଡ ହୀରା ଖଣି ମିରନି ମାଇନ । ଏହି ଖଣିରୁ ଅସଂଖ୍ୟ ସଂଖ୍ୟାରେ ହୀରା ବାହାରିଥାଏ । ଏହି ଖଣି ୧୭୨୨ ଫୁଟ ଗଭୀର ଏବଂ ୩୯୦୦ ଫୁଟ ଚଉଡା । ଏହା ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ମାନବ ନିର୍ମିତ ଖାଦାନ ।

୧୯୫୫ ମସିହା ଜୁନ ୧୩ ତାରିଖରେ ସୋଭିଏତ ଭୁବୈଜ୍ଞାନିକଙ୍କ ଏକ ଟିମ ଏହି ଖଣିକୁ ଖୋଜି ବାହାର କରିଥିଲେ । ଏହି ଟିମରେ ଥିଲେ ୟୁରୀ ଖବରଦିନ, ଏକାତେରିନା ଏଲାବିନା ଏବଂ ଭିକ୍ଟର ଏବଦିନକୋ । ଏହି ଖଣିକୁ ଖୋଜି ବାହାର କରିଥିବାରୁ ୧୯୫୭ ମସିହାରେ ସୋଭିଏତ ଭୁବିଜ୍ଞାନୀ ୟୁବି ଖବରଦିନଙ୍କୁ ଲେନିନ ପୁରସ୍କାର ଦିଆଯାଇଥିଲା ।

ଏହି ଖଣିର ବିକାଶ କାର୍ଯ୍ୟ ୧୯୫୭ ମସିହାରୁ ଆରମ୍ଭ କରାଯାଇଥିଲା । ବର୍ଷର ଅଧିକାଂଶ ମାସରେ ଏଠାରେ ଜଳବାୟୁ ଖରାପ ରହେ । ଶୀତ ଋତୁରେ ଏଠାରେ ତାପମାତ୍ରା ଏତେ ହ୍ରାସ ପାଇଥାଏ ଯେ ଗାଡିମାନଙ୍କରେ ଥିବା ତେଲ ମଧ୍ୟ ବରଫ ଭଳି ବସିଯାଏ । ଗାଡିମାନଙ୍କର ଟାୟାର ମଧ୍ୟ ପ୍ରବଳ ଥଣ୍ଡା ଯୋଗୁଁ ଫାଟିଯାଏ ।

ଏହି ଖଣିକୁ ଖୋଳିବା ପାଇଁ କର୍ମଚାରୀ ଜେଟ୍ ଇଂଜିନ୍ ଏବଂ ଡାଇନାମାଇଟ୍ ବ୍ୟବହାର କରିଥିଲେ । ରାତି ସମୟରେ ଏହି ଖଣିକୁ ଘୋଡେଇ ଦିଆଯାଏ । ରାତି ସମୟରେ ଏହି ଖଣିକୁ ନ ଘୋଡ଼ାଇଲେ ମେସିନ ଖରାପ ହୋଇଯାଏ ।

ଏହି ଖଣି ଖୋଜ ପରେ ସବୁଠାରୁ ଅଧିକ ହୀରା ଉତ୍ପାଦନ କରିବ କ୍ଷେତ୍ରରେ ରୁଷ ଦୁନିଆର ତୃତୀୟ ସବୁଠାରୁ ବଡ ଦେଶ ହୋଇଗଲା । ପୂର୍ବରୁ ଏହି ଖଣିରୁ ପ୍ରତିବର୍ଷ ୧୦ ମିଲିୟନ ଅର୍ଥାତ କୋଟିଏ କ୍ୟାରେଟ ହୀରା ବାହାର କରାଯାଉଥିଲା ।

ଏହି ଖଣି ଏତେ ବିଶାଳ ଏବଂ ଭୟଙ୍କର ଯେ କେତେଥର ଏହି ବାଟ ଦେଇ ଯାଉଥିବା ହେଲିକେପ୍ଟର ପବନ ଚାପରେ ତଳକୁ ମାଡିଯାଇ ଖଣି ଭିତରେ ପଶିଯାଇଥାଏ । ଅନେକ ହେଲିକେପ୍ଟର କ୍ରାସ ମଧ୍ୟ ହୋଇଯାଏ । ଏହାପରେ ଏହି ବାଟ ଦେଇ ହେଲିକେପ୍ଟର ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗ ଯାଇଥିଲା । ୨୦୧୧ ମସିହାରେ ଏହି ଖଣିକୁ ସମ୍ପୂର୍ଣ ବନ୍ଦ କରିଦିଆ ଯାଇଥିଲା ।

   Related Posts