ଓଡିଶା ପ୍ରେମରେ ଋଷ୍ ଦମ୍ପତି: ବାକି ଜୀବନ ଏଠାରେ କାଟିବା ପାଇଁ ହାତ ଯୋଡି କରୁଛନ୍ତି ବିନତୀ

Published By : Prameya-News7 Bureau | September 23, 2020 IST

ବାଲେଶ୍ବର୨୩/୯: ଓଡିଶା ପ୍ରେମରେ ଋଷ୍ ଦମ୍ପତି। ଜନ୍ମ ବିଦେଶରେ ହେଲେ ଓଡିଶାରେ ମନ। ଜଗନ୍ନାଥଙ୍କ ରାଜ୍ୟ ଓଡିଶାର ସଂସ୍କୃତି ପରମ୍ପରାକୁ ଆଦରିଛନ୍ତି ଏହି ଦମ୍ପତି। ଆଉ ସେମାନେ ନିଜ ଦେଶକୁ ଫେରିବେ ନାହିଁ, ବାକି ଜୀବନ ଏଇଠି କାଟିବେ । ଓଡିଶାରେ ରହିବାକୁ ଦୁହେଁ ଅନୁମତି ମାଗୁଛନ୍ତି।ଗତ ଫେବୃଆରୀ ପୁରୀ ବୁଲିବାକୁ ଆସିଥିଲେ। ତେବେ ଲକଡାଉନ ସମୟରେ ଭିସାର ଅବଧି ସରିଗଲା, ଆଉ ସେମାନେ ନିଜ ଦେଶକୁ ଫେରି ପାରିଲେ ନାହିଁ। ଏବେ ସେହି ବିଦେଶୀ ଦମ୍ପତି ବାଲେଶ୍ବର ଜିଲ୍ଲା ରେମୁଣାର କ୍ଷୀର ଚୋରା ଗୋପୀନାଥ ମନ୍ଦିର ନିକଟରେ ଦିନ କାଟୁଛନ୍ତି।

ଋଷିଆରୁ ପୁରୀ ଆସିଥିଲେ ସ୍ବାମୀ- ସ୍ତ୍ରୀ ଦୁଇ ଜଣ। ଦୁଇ ଜଣ ଯାକ ପେଶାରେ ଇଂଜିନିୟର। ଦିନି ରାତି ଭଜନ କୀର୍ତ୍ତନ କରୁଛନ୍ତି। ପୂର୍ବରୁ ମଧ୍ୟ ସ୍ବାମୀ-ସ୍ତ୍ରୀ ପାଞ୍ଚଥର ପୁରୀ ଆସିଛନ୍ତି। ତେବେ ଲକଡାଉନ୍ ଯୋଗୁଁ ଏମାନେ ଏଥର ନିଜ ଦେଶକୁ ଫେରି ପାରି ନାହାଁନ୍ତି। ଆଉ ୟାରି ଭିତରେ ଭିସା ଅବଧି ସରି ଯାଇଛି । ତେବେ ଏହି ଦୁଇ ଜଣ ଆଉ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାଁନ୍ତି। ବାକି ଜୀବନ ଓଡିଶାରେ କାଟିବାକୁ ନିଷ୍ପତି ନେଇଛନ୍ତି।

ରାଜ୍ୟର ବିଭିନ୍ନ ଧାର୍ମିକ ପୀଠ ବୁଲିଛନ୍ତି। ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆସି ସେଠାରେ ରହିବା ପାଇଁ ଅନୁମତି ମାଗୁଛନ୍ତି। ଟୁରିଷ୍ଟ ଭିସାରେ ଆମ ଦେଶକୁ ଆସିଥିଲେ। ଭାରତର ନାଗରିକତ୍ବ ନୁହେଁ, କେବଳ ବାକି ଜୀବନ କାଟିବା ପାଇଁ ଅନୁରୋଧ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.