Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଧର୍ମ ଆଗରେ ତୁଚ୍ଛ ଜନ୍ମଭୂମି : ବାଲେଶ୍ବରରେ ଆଜୀବନ ରହି ଧର୍ମ ପ୍ରଚାର କରିବାକୁ ଜିଲ୍ଲାପାଳ ନିକଟରେ ଅନୁମତି ମାଗିଲେ ରୁଷିୟ ଦଂମ୍ପତି

18/09/2020 at 1:47 PM

ବାଲେଶ୍ୱର୧୮/୯(ଆ.ପ୍ର): ଦେହ ରୁଷିଆ। ହେଲେ ମନ ଓଡ଼ିଶାରେ। ସେହି କାରଣରୁ ସେମାନେ ତ ତେର ନଇ ସାତ ଦରିଆ ଡେଇଁ ଓଡ଼ିଶାରେ ପହଞ୍ଚିଲେ। ଓଡ଼ିଆ ସଂସ୍କୃତିରେ ଆକୃଷ୍ଟ ହେବା ସହ ଇସ୍କନ ଧର୍ମରେ ଦିକ୍ଷୀତ ହେଲେ। ସେଦିନଠାରୁ ସେମାନେ ଓଡ଼ିଶାରେ ରହି ଆସୁଛନ୍ତି। ହେଲେ ଲକ ଡାଉନ ଏବେ ବାଧକ ସାଜିଛି। ସେମାନଙ୍କ ଭିସା ଅକାମୀ ହୋଇଯାଇଛି। ଏହି କାରଣରୁ ସେମାନଙ୍କୁ ଓଡ଼ିଶାରେ ରହିବାକୁ ଅନୁମତି ମିଳୁନି। ଭିସା ଅନୁମୋଦନ ସହ ବାଲେଶ୍ବରର ରେମୁଣା ନିକଟସ୍ଥ କ୍ଷୀରଚୋରାରେ ବସବାସ କରିବାକୁ ଅନୁମତି ମାଗିଛନ୍ତି। ଏମିତି ଦୃଶ୍ୟ ବାଲେଶ୍ୱରରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଋଷିଆର ଭରୋନୋଭ ସର୍ଗି, ଅନ୍ଦ୍ରିଆନୋଭା ତଟିଆନ ଉଭୟ ପେସାରେ ଇଂଜିନିୟର। ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବା ପରେ ସେମାନେ ଆକୃଷ୍ଟ ହୋଇଥିଲେ। ଆଉ ସେହି ଧର୍ମ ମଧ୍ୟ ଗ୍ରହଣ କରିଥିଲେ। ପରେ ସେମାନେ ପୁରୀ ଆସିଥିଲେ। ପୁରୀରେ କିଛିଦିନ ରହିବା ପରେ କ୍ଷୀରଚୋରା ବିଷୟରେ ଜାଣିଥିଲେ। ଜଗନ୍ନାଥ ସଂସ୍କୃତିରେ ରେମୁଣା କ୍ଷୀରଚୋରା ବିଷୟରେ ଜାଣିବା ପରେ ଶେଷ ସମୟରେ ସେମାନେ ଏଠାରେ ରହି ଅବଶିଷ୍ଟ ଜୀବନ କଟାଇବାକୁ ଚାହିଁଥିଲେ।

ପୂର୍ବରୁ ମଧ୍ୟ ସେମାନେ ୫ ଥର ଏଠାକୁ ଆସିଥିଲେ। ଫେବୃଆରୀ ମାସରେ ଶେଷ ଥର ପାଇଁ ଆସିଥିଲେ। ମାତ୍ର ଲକଡାଉନ ପାଇଁ ସେମାନଙ୍କ ଭିସା ଏବେ ଅକାମୀ ହୋଇଯାଇଛି। ଏହି କାରଣରୁ ସେମାନେ ନିଜ ଦେଶକୁ ବି ଫେରି ପାରୁନାହାନ୍ତି। ସେମାନେ ଏଠାରେ ରହିବାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ଡକ୍ୟୁମେଣ୍ଟ ନଥିବାରୁ କେହି ତାଙ୍କୁ ଭଡ଼ାରେ ରଖୁ ନାହାଁନ୍ତି। ଭିସାକୁ କାର୍ଯ୍ୟକ୍ଷମ ସହ ସ୍ୱଦେଶକୁ ଫେରିବା ଯାଏଁ ଏଠାରେ ରହିବାକୁ ଅନୁମତି ଦେବା ପାଇଁ ସେମାନେ ଜିଲ୍ଲାପାଳ ନିକଟରେ ନିବେଦନ କରିଛନ୍ତି।

   Related Posts