Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବ୍ରିଟେନ୍‌କୁ ଋଷର ଚେତାବନୀ, କହିଲା- ପୁଣି ଥରେ ଅନୁପ୍ରବେଶ କଲେ ମାଡ କରିବୁ ବୋମା

24/06/2021 at 9:02 PM

ମସ୍କୋ ୨୪/୬: ଗୁରୁବାର ବ୍ରିଟେନକୁ ଚେତାବନୀ ଦେଇଛି ଋଷ । ଯଦି ସୀମା ଭିତରକୁ ପୁଣି ଥରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ବ୍ରିଟେନ୍‌ର ନୌସେନା ଜାହାଜକୁ ବୋମା ବର୍ଷଣ କରି ଉଡ଼ାଇ ଦେବ ବୋଲି ଋଷ ଚେତାବନୀ ଦେଇଥିବା ଜଣାପଡ଼ିଛି। କ୍ରିମିଆ ନିକଟ କୃଷ୍ଣ ସାଗରରେ ବ୍ରିଟେନ୍‌ର ଏକ ଯୁଦ୍ଧପୋତ ପଶିଆସିଥିଲା। ଯାହାକୁ ଋଷ ନିଜର କ୍ଷେତ୍ର ବୋଲି ମାନିଆସିଛି।

ତେବେ ବ୍ରିଟେନ୍‌ ଜାହାଜକୁ ଚେତାବନୀ ଦେବାକୁ ଯାଇ ଋଷ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। କିନ୍ତୁ ଋଷର ଏହି ଦାବିକୁ ବ୍ରିଟେନ୍‌ ଖଣ୍ଡନ କରିଛି। ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ନାଟୋର ଯୁଦ୍ଧପୋତ ହଟାଇବା ପାଇଁ ଗୁଳିମାଡ ହୋଇଛି । ଋଷର ଉପ ବୈଦେଶିକ ମନ୍ତ୍ରୀ ଗୁରୁବାର କହିଛନ୍ତି, ଋଷର ସୀମା ଉଲ୍ଲଂଘନ କରନ୍ତୁ ନାହିଁ। ଏହାର ରକ୍ଷା ଯଥାସମ୍ଭବ କରାଯିବ। କୂଟନୈତିକ, ରାଜନୈତି ଏବଂ ଦରକାର ପଡ଼ିଲେ ସୈନ୍ୟ ସାହାଯ୍ୟରେ ଅନୁପୁପ୍ରବେଶକୁ ଚେକ୍ ଦିଆଯିବ।’  

ସେ ବ୍ରିଟେନକୁ ଟାର୍ଗେଟ କରି କହିଛନ୍ତି, ବ୍ରିଟେନ ନିଜ ଜାହାଜର ନାଁ ରକ୍ଷକ ବଦଳରେ ଆକ୍ରମଣକାରୀ ବୋଲି ରଖିଦେବା ଦରକାର। ଯିଏ ଆମର ଶକ୍ତିର ପରୀକ୍ଷା ନେବାକୁ ଚାହିଁବ ତାକୁ ବିପଦର ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଯଦି ପୁଣି କେହି ଅନୁପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ଋଷ ବୋମା ମାଡ କରିବାକୁ ପଛାଇବ ନାହିଁ ବୋଲି ଋଷ ଉପ ବୈଦେଶିକ ମନ୍ତ୍ରୀ ସରଜଇ ରେବାକୋଭ୍ କହିଛନ୍ତି ।

   Related Posts