Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସ୍ବଦେଶୀ କୌଶଳରେ ନିର୍ମିତ ଭାରତର ୩ଟି ଭୟଙ୍କର କ୍ଷେପଣାସ୍ତ୍ର, ଯାହାକୁ ରୁଷ କିଣିବା ପାଇଁ ଇଚ୍ଛୁକ ; ଜାଣନ୍ତୁ କଣ ଏଗୁଡିକ

21/12/2018 at 1:26 PM

ଭୁବନେଶ୍ୱର ୨୧/୧୨ : ମିଶାଇଲ ଭଳି ଯୁଦ୍ଧାସ୍ତ୍ର କ୍ଷେତ୍ରରେ ଅନ୍ୟ ସୁପରପାୱାରଙ୍କଠୁ ଭାରତ ମଧ୍ୟ କିଛି ପଛରେ ନାହିଁ । ଦିନେ ଋଷିଆଠାରୁ ଭାରତ ଯୁଦ୍ଧାସ୍ତ୍ର କିଣୁଥିଲା । ହେଲେ ତେବେ ଭାରତରେ ତିଆରି ମିଶାଇଲ କିଣିବା ପାଇଁ ଚାହୁଛନ୍ତି ବହୁ ରାଷ୍ଟ୍ର । ବିଶେଷ କରି ଋଷ ଭାରତଠାରୁ ଏହି ସବୁ ମିଶାଇଲ କିଣିବାକୁ ଚାହୁଁଛି ।

ବ୍ରହ୍ମୋସ ମିଶାଇଲ – ବ୍ରହ୍ମୋସ ମିଶାଇଲ ଭାରତର ସବୁଠାରୁ ଭୟଙ୍କର ଏବଂ ଘାତକ  | ଏହି ମିଶାଇଲ ଏକ ସୁପରସୋନିକ କୄଜ ମିସାଇଲ | ଏହି ମିସାଇଲର ଟେକନିକ ଏଯାଏଁ ଭାରତ କୌଣସି ଦେଶକୁ ବିକ୍ରି କରିନାହିଁ | କିନ୍ତୁ ଋଷ ଭାରତ ଠରୁ ଏହି ମିସାଇଲ କିଣିବାକୁ ଚାହୁଁଚି | ତଥାପି ଭାରତ ଏହି ମିଶାଇଲର ଟେକନିକ ଋଷକୁ ବିକ୍ରି କରିବାକୁ ଚାହୁଁନାହିଁ |

ଅଗ୍ନି ୫ – ଅଗ୍ନି-୫ ଭାରତ ସବୁଠାରୁ ଭୟଙ୍କର ମିଶାଇଲମାନଙ୍କ ମଧ୍ୟରୁ ଗୋଟିଏ | ଅଗ୍ନି -୫ ମିଶାଇଲକୁ ଭାରତର ସାମରିକ ମେରୁଦଣ୍ଡର ମାନ୍ୟତା ପାଇଛି | ଏହା ଭାରତର ଏକ ଅନ୍ତର୍ଦ୍ୱୟୀପିୟ ମିସାଇଲ ଅଟେ | ଏହାର ଆକ୍ରମଣ କ୍ଷମତା ୬୦୦୦ କି:ମି | ଏହି ଟେକନିକକୁ ମଧ୍ୟ ଋଷ ଭାରତ ଠାରୁ କିଣିବାକୁ ଇଚ୍ଛା ପ୍ରକାଶ କରିଛି | କିନ୍ତୁ ଭାରତ ଏହି ମିଶାଇଲର ଟେକନିକକୁ କୌଣସି ଦେଶ ସହ ବାଣ୍ଟିବା ପାଇଁ ଚାହୁଁନାହିଁ |

ଧନୁଷ ତୋପ – ଧନୁଷ ତୋପ ଭାରତର ସବୁଠାରୁ ଭୟଙ୍କର ତୋପ ବୋଲି ବିଶ୍ୱାସ କରାଯାଏ | ବେଫୋର୍ସ ତୋପ ଠାରୁ ଏହି ତୋପକୁ ଉନ୍ନତ ଧରଣର ବୋଲି ବିଶ୍ୱାସ କରାଯାଏ | ଏହି ତୋପକୁ ଭାରତରେ ହିଁ ନିର୍ମାଣ କରାଯାଇଥିଲା | ସେଥିପାଇଁ ଭାରତ ଏହି ତୋପ ଅନ୍ୟ କୌଣସି ଦେଶକୁ ବିକିବା ପାଇଁ ଇଛୁକ ନୁହେଁ |

   Related Posts