ରାସ୍ତା ଭୁଲି ସପ୍ତାହେ କାଳ କାରରେ ଫସିରହିଥିଲେ ୨ ନାବାଳକ, ଅତ୍ୟଧିକ ଥଣ୍ଡା କାରଣରୁ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬/୧୨ : କାର ମଧ୍ୟରେ ପ୍ରାୟ ଏକ ସପ୍ତାହେ ହେବ ଫସି ରହିଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ବାହାର ତାପମାତ୍ରା ମାଇନସ ୫୦ ଡିଗ୍ରୀ ପହଞ୍ଚିବା ଫଳରେ ୧୮ ବର୍ଷିୟ ନାବାଳକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ତାଙ୍କର ଜଣେ ବନ୍ଧୁ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।

{"id":373442,"sizeSlug":"large"}

ସୂଚନା ଅନୁସାରେ ଏହି ଘଟଣା ଋଷର ୟକୁତିଆ ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ବହୁତ ପରିମାଣର ଥଣ୍ଡା ଅନୁଭୁତ ହୁଏ । ୨ଜଣ ନାବାଳକ ଟୋୟୋଟା ଚେଜର୍ କାରରେ ଋଷର ୟକୁତ୍ରକରୁ ମଗାଦନ ଯାତ୍ରା ଆରମ୍ଭ କରିଥିଲେ । ତେବେ କୌଣସି କାରଣରୁ ସେମାନେ ରାସ୍ତା ଭୁଲି ଶୂନସାନ ରାସ୍ତାରେ ପହଞ୍ଚି ଯାଇଥିଲେ । ଆଖ ପାଖରେ କୌଣସି ଘର ନଥିବାରୁ ସେମାନେ କାର ମଧ୍ୟରେ ହିଁ ପ୍ରାୟ ସପ୍ତାହେ କାଳ ଫସି ରହିଥିଲେ ।

{"id":373443,"sizeSlug":"large"}

ତେବେ ବହୁତ ଖୋଜା ଖୋଜି କରିବା ପରେ ଯାଞ୍ଚ ଅଧିକାରୀମାନେ ଏକ ବନ୍ଦ କାର ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । ତେବେ ଯେଉଁଠାରେ ଯୁବକଙ୍କ କାର ମିଳିଥିଲା ସେଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଜନବସତି ଥିଲା । ଅତ୍ୟଧିକ ଥଣ୍ଡା କାରଣରୁ ଜୀବନ୍ତ ଉଦ୍ଧାର ହୋଇଥିବା ଯୁବକ ଗୁରୁତର ହୋଇପଡିଥିଲେ । ସେଠାରେ ଉପସ୍ଥିତ ଅଧିକାରୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.