ଚୀନକୁ ଏବେ ଜୋରଦାର ଝଟକା ଦେଲା ରୁଷ, ବାତିଲ୍ କଲା ବଡ ଡିଲ୍

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭।୦୭: କରୋନା ଭାଇରସ୍‌କୁ ନେଇ ପୂରା ଦୁନିଆରେ ଅପବାଦର ଶିକାର ଚୀନକୁ ଏବେ ରୁଷ ଜୋରଦାର ଝଟକା ଦେଇଛି। ରୁଷ ଚୀନକୁ ଦେଉଥିବା ଏସ-୪୦୦ ମିସାଇଲ୍‌ ଯୋଗାଣକୁ ବାତିଲ କରି ଦେଇଛି। ରୋଚକ କଥା ଏହି ଡିଲ୍‌ ବାତିଲ ହେବା ପରେ ଚୀନ ଗଣମାଧ୍ୟମ ଏହାକୁ ଅଲଗା ଶୈଳୀରେ ଉପସ୍ଥାପନ କରିଛନ୍ତି ଏବଂ ରୁଷକୁ ବିବଶତାର ଶିକାର ହୋଇଥିବା ଦର୍ଶାଇଛନ୍ତି।

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ରୁଷ ଏସ-୪୦୦ ମିସାଇଲ ସିଷ୍ଟମ ଚୀନକୁ ଦେବା ଉପରେ ବର୍ତ୍ତମାନ ରୋକ୍‌ ଲଗାଉଥିବା ଘୋଷଣା କରିଛି। ରୁଷ ଦ୍ଵାରା କ୍ଷେପଣାସ୍ତ୍ର ଯୋଗାଣ ରାଜିନାମା ବାତିଲ୍ ହେବା ପରେ ଚୀନ ଖବରକାଗଜ ସୋହୋ ଚୀନ ପକ୍ଷରୁ ପ୍ରତିକ୍ରିୟା ଦେଇ କହିଛି ରୁଷକୁ ଏହି ପଦକ୍ଷେପ ବିବଶ  ହୋଇ ଉଠାଇବାକୁ ପଡିଛି। କାରଣ ସେ ଚାହୁଁ ନାହିଁ କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ଜୁଟିଥିବା ଚୀନ କମ୍ୟୁନିଷ୍ଟ ପାର୍ଟିର ଧ୍ୟାନ ଭଙ୍ଗ ନହେଉ।

ଖବର କାଗଜରେ ଏହା ମଧ୍ୟ କୁହାଯାଇଛି ଏହି ପ୍ରକ୍ରିୟା ବହୁତ ଜଟିଳ ଥିଲା। ରୁଷକୁ ବଡ ସଂଖ୍ୟାରେ ନିଜର ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କୁ ବେଜିଂ ପଠାଇବାକୁ ପଡିଥାନ୍ତା ଓ କରୋନାକାଳରେ ଏହା ବହୁତ ବଡ  ମୁସ୍କିଲ କାମ ଥିଲା। ତେଣୁ ରୁଷ ଏହି ଡିଲ୍‌କୁ ବାତିଲ୍ କରିବାକୁ ବାଧ୍ୟ ହୋଇଛି।

{"id":306179,"width":584,"height":387,"sizeSlug":"large"}

ରୁଷ ଏହି ଡିଲ୍‌ ଏମିତି ସମୟରେ  ବାତିଲ କରିଛି ଯେବେ ନିକଟରେ ମସ୍କୋ ତରଫରୁ ବେଜିଂ ଗୁଇନ୍ଦା କରୁଥିବା ଅଭିଯୋଗ କରିଛି। ରୁଷ ଅଧିକାରୀ ସେଣ୍ଟ ପିଟର୍ସବର୍ଗ ଆର୍କଟିକ୍ ସୋସିଆଲ ସାଇସେନ୍ସ ଏକାଡେମୀର ସଭାପତି ଓ୍ଵାଲେରୀ ମିଟ୍‌କୋଙ୍କୁ ଚୀନକୁ ଗୋପନୀୟ ଦସ୍ତାବିଜ୍‌ ଦେଉଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଗିରଫ ମଧ୍ୟ କରାଯାଇଛି।

କଣ ଏହି ଏସ ୪୦୦ ଡିଫେନ୍ସ ସିଷ୍ଟମ

{"id":306180,"width":583,"height":365,"sizeSlug":"large"}

ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ, ଏସ ୩୦୦ର ଉନ୍ନତ ଭର୍ସନ। ଏହା ୪୦୦ କିଲୋମିଟର ପରିଧିରେ ଆସୁଥିବା କୌଣସି ବି ଏୟାରକ୍ରାଫ୍ଟ କିମ୍ବା ଅସ୍ତ୍ର ଶସ୍ତ୍ରକୁ ନଷ୍ଟ କରିବାରେ ସକ୍ଷମ। ଚୀନ ଏସ ୪୦୦ ମିସାଇଲ୍ ଡିଫେନ୍ସ ସିଷ୍ଟମ ପାଇବା ପାଇଁ ୨୦୧୪ରେ ରୁଷ ସହ ଚୁକ୍ତି କରିଥିଲା।

ଉଲ୍ଲେଖଯୋଗ୍ୟ କରୋନା ଭୂତାଣୁ କାରଣରୁ ଚୀନ ସଂପ୍ରତି ସାରା ବିଶ୍ଵରେ ସମାଲୋଚନାର ଶରବ୍ୟ ହୋଇଛି। ଏହା ସହିତ ଅନେକ ଦେଶ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.