Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରୁଷ ପୁଣି କହିଲା ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ବଡ ଦାବିଦାର, ଚୀନ-ଭାରତ ବିବାଦରେ କ’ଣ କହିଲେ ରୁଷ ବୈଦେଶିକ ମନ୍ତ୍ରୀ

23/06/2020 at 5:00 PM

ନୂଆଦିଲ୍ଲୀ ୨୩।୦୬: ରୁଷ-ଭାରତ-ଚୀନ ତିନି ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ନେଇ ମଙ୍ଗଳବାର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟରେ ଭାରତର ପୁରାତନ ବନ୍ଧୁ ରାଷ୍ଟ୍ର ରୁଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଜୋରଦାର ସମର୍ଥନ କରିଛି। ରୁଷର  ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆଜି ଆମେ ମିଳିତ ଜାତିସଂଘରେ ସୁଧାରର ସମସ୍ୟା ଉପରେ ଆଲୋଚନ କରୁଛେ ଏବଂ ଭାରତ ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟ ପାଇଁ ଏକ ମଜବୁତ ଏବଂ ଯୋଗ୍ୟ ଦେଶ। ଆମେ  ଭାରତକୁ ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ କରୁଛୁ।

ଭାରତ-ଚୀନ ବିବାଦରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ

ରୁଷର  ବୈଦେଶିକ ମନ୍ତ୍ରୀ ଭାରତ ଓ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଲଦାଖରେ ଚାଲିଥିବା ଉତ୍ତେଜନାମୂଳକ ସ୍ଥିତି ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ। ଭାରତ ଓ ଚୀନ ଆପୋଷ ଆଲୋଚନା ଜରିଆରେ ବିବାଦର ସମାଧାନ କରିବେ  ବୋଲି ଆମେ ଆଶା କରୁଛୁ। ଲାଭରୋଭ କହିଛନ୍ତି, ଆମେ ଆଶା କରୁଛୁ ଯେ, ସ୍ଥିତି ଶାନ୍ତିପୂର୍ଣ୍ଣ ରହିବ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବ। ତେଣୁ ଆମକୁ ଲାଗୁ ନାହିଁ ଯେ, ଏଥିରେ ଭାରତ ଓ ଚୀନକୁ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ରହିଛି।

ସେ କହିଛନ୍ତି, ଆମକୁ ଲାଗୁ ନାହିଁ ଯେ, ଏହି ପ୍ରସଙ୍ଗରେ ଭାରତ ଓ ଚୀନକୁ କାହାରି ତୃତୀୟ ପକ୍ଷର ସାହାଯ୍ୟ ଦରକାର। ଦୁଇ ଦେଶ ନିଜ ଦମ୍‌ରେ ଏହାର ସମାଧାନ କରି ପାରିବେ। ରୁଷ  ବୈଦେଶିକ ମନ୍ତ୍ରୀ କହିଛନ୍ତି, ନୂଆଦିଲ୍ଲୀ ଓ ବେଜିଂ ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି।

ଅନ୍ତରାଷ୍ଟ୍ରୀୟ ଆଇନ୍‌ର ସମ୍ମାନ କରିବା ଉଚିତ୍

ବୈଦେଶିକ ମନ୍ତ୍ରୀ ଏସ  ଜୟଶଙ୍କର ମଙ୍ଗଳବାର ରୁଷ-ଭାରତ-ଚୀନର ବୈଦେଶିକ ମନ୍ତ୍ରୀ  ବୈଠକରେ ଯୋଗ ଦେଇଛନ୍ତି। ସେ ଏହି ସମୟରେ ଅନ୍ୟ ଦେଶକୁ ଅନ୍ତରାଷ୍ଟ୍ରୀୟ ଆଇନ୍‌ର ସମ୍ମାନ କରିବା ଉଚିତ୍ ବୋଲି କହିଛନ୍ତି।

ରୁଷ ଏବଂ ଚୀନ ପ୍ରତିପକ୍ଷଙ୍କ ସହିତ ଆଲୋଚନା ସମୟରେ ଏସ ଜୟଶଙ୍କର ଦୁନିଆର ଶକ୍ତିଶାଳୀ ଦେଶକୁ କହିଛନ୍ତି ଯେ, ସେମାନେ ସବୁ ଦୃଷ୍ଟିରୁ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଭାରତ-ଚୀନ ସୀମା ବିବାଦକୁ ଉଲ୍ଲେଖ ନକରି ପରୋକ୍ଷ ଭାବେ କହିଛନ୍ତି ଯେ, ସମସ୍ତ ଦେଶକୁ ଅନ୍ତରାଷ୍ଟ୍ରୀୟ ଆଇନ୍‌ର ସମ୍ମାନ କରିବା ଉଚିତ୍ ଏବଂ ଭାଗିଦାରୀର ହିତକୁ ଚିହ୍ନଟ କର।

   Related Posts