ସାବଧାନ ! ଭାରତରେ ଖୁବ୍ ଶୀଘ୍ର ପହଞ୍ଚୁଛି ଏସ-୪୦୦ ମିସାଇଲ ସିଷ୍ଟମ, ନିମିଷକେ ଧ୍ଵଂସ ହୋଇଯିବ ଶତ୍ରୁ ମିସାଇଲ

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଲୀ ୧୪।୧୧: ଭାରତକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏସ-୪୦୦ ମିସାଇଲ ସିଷ୍ଟମ। ରୁଷ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମକୁ ଭାରତକୁ ଯୋଗାଇବା ଆରମ୍ଭ କରି ଦେଇଛି। ଏହି ସିଷ୍ଟମର ପ୍ରଥମ ୟୁନିଟ୍‌କୁ ଚଳିତ ବର୍ଷ ଶେଷ ସୁଦ୍ଧା ନିୟୋଜିତ କରାଯାଇପାରେ। ଏହି ଏୟାର ଡିଫେନ୍ସ ସିଷ୍ଟମର କ୍ଷମତାର ଅନୁମାନ ଆପଣ ଏଥିରୁ ଲଗାଇପାରିବ ଯେ, ଏହା ଶତାଧିକ କିମି ଦୂରରୁ ଶତ୍ରୁ ପକ୍ଷର ମିସାଇଲକୁ ନିମିଷକେ ଧ୍ଵଂସ କରି ପାରିବ। ବର୍ତ୍ତମାନ ଏହି ମିସାଇଲ ସିଷ୍ଟମର ସରଞ୍ଜାମ ଭାରତ ପହଞ୍ଚିବା ଆରମ୍ଭ ହୋଇ ଯାଇଛି।

ଫେଡେରାଲ ସର୍ଭିସ ଫର ମିଲିଟାରୀ ଟେକ୍ନିକଲ କୋପୋରେସନ(FSMTC)ର ନିର୍ଦ୍ଦେଶକ ଦିମିତ୍ରି ଶୁଗେବ ଦୁବାଇରୁ ଏୟାର ଶୋରେ କହିଛନ୍ତି, ରୁଷ ଭାରତକୁ ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ଯୋଗାଣ ଆରମ୍ଭ କରି ଦେଇଛି। FSMTC ରୁଷ ସରକାରର ମୁଖ୍ୟ ପ୍ରତିରକ୍ଷା ରପ୍ତାନ ନିୟନ୍ତ୍ରଣ ସଂଗଠନ। ଭାରତୀୟ ପ୍ରତିରକ୍ଷା ଇଣ୍ଡଷ୍ଟ୍ରୀ ମଧ୍ୟ ସୂଚନା ଦେଇଛି ଯେ, ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ପାର୍ଟ ଭାରତରେ ପହଞ୍ଚିବା ଆରମ୍ଭ ହୋଇ ଯାଇଛି। ଏହାକୁ ପ୍ରଥମେ ପଶ୍ଵିମ ସୀମା ନିକଟସ୍ଥ କୌଣସି ଏକ ସ୍ଥାନରେ ମୁୟତନ କରାଯିବ।

ପ୍ରଥମେ କେଉଁଠି ହେବ ମୁତୟନ

ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗର ସୂତ୍ର ଅନୁଯାୟୀ,ବାୟୁ ପ୍ରତିରକ୍ଷା ପ୍ରଣାଳୀର ସରଞ୍ଜାମ ଭାରତରେ ପହଞ୍ଚିବା ଆରମ୍ଭ ହୋଇ ଯାଇଛି। ଏହାକୁ ପ୍ରଥମେ ପଶ୍ଚିମ ସୀମା ନିକଟସ୍ଥ ସ୍ଥାନରେ ମୁତୟନ କରାଯିବ। ଯେମିତି ପଶ୍ଚିମ  ଓ ଉତ୍ତର ସୀମା ଦୁଇ ଭାଗରେ ପାକିସ୍ତାନ ଏବଂ ଚୀନର ବିପଦର ମୁକାବିଲା କରାଯାଇ ପାରିବ। ଏହି ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଭାରତ ଓ ରୁଷ ମଧ୍ୟରେ ୩୫୦୦୦ କୋଟି ଟଙ୍କାର ଚୁକ୍ତି ହୋଇଛି। ଚୁକ୍ତି ଆଧାରରେ ୪୦୦ କିମି ବାୟୁ କ୍ଷେତ୍ର ପରିଧିରେ ମୁକାବିଲା ପାଇଁ ଭାରତକୁ ପାଞ୍ଚ ସ୍କ୍ଵାଡ୍ରନ ମିଳିବ। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ସ୍କ୍ଵାଡ୍ରନର ସମସ୍ତ ଯୋଗାଣ ପୂରା ହେବାର ଆଶା କରାଯାଉଛି।

ସମୁଦ୍ର ଏବଂ ଆକାଶ ମାର୍ଗରେ ଭାରତ ଅଣାଯାଉଛି

ସୂତ୍ର ଅନୁଯାୟୀ, ଉପକରଣକୁ ଜଳପଥ ଏବଂ ଆକାଶ ମାର୍ଗ ଦେଇ ଭାରତ ଅଣାଯାଉଛି। ଦେଶରେ ପ୍ରଥମ ସ୍କ୍ଵାଡ୍ରନର ମୁତୟନ ପରେ ବାୟୁସେନା ଦେଶ ଭିତରେ ନିଜ କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ସମ୍ଵଳ ଉପଲବ୍ଧ କରାଇବା ସହିତ ପୂର୍ବାଞ୍ଚଳ ସୀମାରେ ମଧ୍ୟ ନିଜର ସ୍ଥିତି ଆହୁରି ସୁଦୃଢ କରି ପାରିବ। ଭାରତୀୟ ବାୟୁ ସେନାର କିଛି ଅଧିକାରୀ ଏବଂ କର୍ମୀ ଏସ-୪୦୦ର ସଞ୍ଚାଳନ ପାଇଁ ରୁଷଠୁ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି।

ଚାରି ଭିନ୍ନ ଭିନ୍ନ ମିସାଇଲ୍‌ରେ ସଜ୍ଜିତ

ଏସ-୪୦୦ ମିସାଇଲ ସିଷ୍ଟମ ଚାରି ଅଲଗା ଅଲଗା ମିସାଇଲରେ ସଜ୍ଜିତ। ଯାହା ଶତ୍ରୁର ବିମାନ, ବାଲାଷ୍ଟିକ ମିସାଇଲ ଏବଂ AWACS ବିମାନକୁ କ୍ରମଶଃ ୪୦୦ କିମି, ୨୫୦ କିମି, ୧୨୦ କିମି ଏବଂ ୪୦ କିମି ଦୂରରୁ ଧ୍ଵସ୍ତ କରି ପାରିବ। ସୂତ୍ର ଅନୁଯାୟୀ, ରୁଷ ସହିତ ଏହି ଚୁକ୍ତିକୁ ନେଇ ଅଧିକ ବିଚାର ବିମର୍ଶ କରିବା ପରେ ଭାରତ ପ୍ରାୟ ଏକ ଅରବ ଡଲାର କମ କରିବାକୁ ସକ୍ଷମ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.