ଯୁବକ ଗିଳି ଦେଲେ ଜୀଅନ୍ତା ବିଶାକ୍ତ ସାପ: ବିପଦଜନ୍ନକ ଷ୍ଟଣ୍ଟ ଦେଖି ତାଜୁବ୍ ହୋଇଗଲେ ଡାକ୍ତର..

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭/୦୯: ସାଧାରଣତ, ସାପ ଦେଖିବା ପରେ ଅଧିକାଂଶ ଲୋକଙ୍କ ନିଶ୍ୱାସ ଅଟକିଯାଏ । ସାପକୁ ଦେଖି ମନରେ କେତେ କଣ ଭୟ ପଶି ଯାଇଥାଏ। କିନ୍ତୁ ଋଷର ଜଣେ ବ୍ୟକ୍ତି ଯାହା କରିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ ଷ୍ଟଣ୍ଟ ଥିଲା। ଏହି ବ୍ୟକ୍ତି ଜୀବନ୍ତ ସାପକୁ ଗିଳିବା ଦେଇଥିଲା। ଜୀବନ୍ତ ସାପକୁ ଗିଳିବାର ଷ୍ଟଣ୍ଟଟି ତାଙ୍କୁ ବହୁତ ଭାରି ପଡିଥିଲା । ଅବଶ୍ୟ ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି କିନ୍ତୁ ଏହା ଶତ ପ୍ରତିଶତ ସତ୍ ଅଟେ । ଏହି ତେବେ ଏହି ୫୫ ବର୍ଷିୟ ଚାଷୀ ଜଣଙ୍କ କିଛି ଚିନ୍ତା ନକରି ଏକ ବିଷାକ୍ତ ସାପକୁ ଗିଳି ଦେଇଥିଲେ। ଯେତେବେଳେ ଏହି ଭିଡିଓ ଭାଇରାଲ ହେଲା, ସମସ୍ତେ ଜାଣିବାକୁ ଚାହିଁଲେ ଯେ ଏହି ଦୁଃସାହାସିକ ବ୍ୟକ୍ତିଙ୍କ ସହିତ କ’ଣ ହେଲା?

ତେବେ ଏହି ଘଟଣାଟି ଋଷିଆର ଅଟେ। ସୂଚନା ଅନୁଯାୟୀ, ଯେତେବେଳେ ଏହି ୫୫ ବର୍ଷ ବର୍ଷିୟ ବ୍ୟକ୍ତି ଜଣକ ସାପକୁ ଚାଷ ଜମିରେ ଦେଖିଥିଲେ, ସେତେବେଳେ ସେ ଏହାକୁ ଗିଳିବା ଆରମ୍ଭ କଲେ । ଭିଡିଓରେ ବ୍ୟକ୍ତି ଜଣଙ୍କୁ ସାପଟିକୁ ଗିଳିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଲା । ଦୁଇଥର ଚେଷ୍ଟା କରିବା ପରେ ସେ ସାପକୁ ଗିଳିବାରେ ବିଫଳ ହୋଇଥିଲେ। ଯେତେବେଳେ ସେ ତୃତୀୟ ଥର ପାଇଁ ସାପକୁ ଗିଳୁଥିଲେ ଠିକ୍‌ ସେହି ସମୟରେ ସାପ ଜିଭକୁ କାମୁଡ଼ି ଦେଇଥିଲା। ସେ ସେତେବେଳେ ମଧ୍ୟ ଅଟକି ନଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳର ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାପ ଗିଳିବାର ଅଭ୍ୟାସ ରହିଛି। ଏହା ଅତ୍ୟଧିକ ବିଷାକ୍ତ ନୁହେଁ, କିନ୍ତୁ ମଣିଷକୁ କ୍ଷତି ପହଞ୍ଚାଇପାରେ ।

wp:gallery {"ids":[518238],"linkTo":"none","align":"center"} /wp:gallery

ଯେତେବେଳେ ବ୍ୟକ୍ତି ସାପକୁ ଗିଳି ଦେଲା, କିଛି ଘଣ୍ଟା ପରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତରମାନେ ଏଠାରେ ତାଙ୍କ ପାଟିର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଜିଭ ଏବଂ ଗଳାରେ ଭୟଙ୍କର ଫୁଲି ଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତି ଆନାଫିଲାକ୍ଟିକ୍ ଶକ୍ରେ ରୋଗରେ ପୀଡିତ ହୋଇଥିଲେ। ତାଙ୍କର ଏହି ଭୁଲ ଯୋଗୁଁ, ବ୍ୟକ୍ତି ଜଣକ ଫୁଲିଯିବା କାରଣରୁ ପ୍ରାଣ ହରାଇଲେ, କାରଣ ତାଙ୍କ ଶ୍ୱାସ ନେବାରେ ଅସୁବିଧା ହୋଇପଡ଼ିଥିଲା​​। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସାପ ଗିଳିବାର ଷ୍ଟଣ୍ଟ ନକରିବାକୁ ନିବେଦନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.