Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ୟୁକ୍ରେନ୍‌ ସହ ତିକ୍ତତା ମଧ୍ୟରେ କୃଷ୍ଣ ସାଗରକୁ ଦୁଇଟି ଯୁଦ୍ଧ ଜାହାଜ ପଠାଇଲା ଋଷ

17/04/2021 at 9:01 PM

ନୂଆଦିଲ୍ଲୀ ୧୭/୪: ୟୁକ୍ରେନ୍‌ ସହ ତିକ୍ତତା ମଧ୍ୟରେ କୃଷ୍ଣ ସାଗରରେ ନିଜର ଉପସ୍ଥିତି ଜାହିର କରିଛି ଋଷ। ଶନିବାର କୃଷ୍ଣ ସାଗରକୁ ଋଷ ନିଜର ଦୁଇଟି ଯୁଦ୍ଧ ଜାହାଜ ପଠାଇଛି। ୧୫ଟି ଛୋଟ ଜାହାଜ ସହ ଏହି ଦୁଇ ବିଶାଳ ଜାହାଜ ବୋସଫରସ୍‌ରେ ଗତି କରିଛି ।

ୟୁକ୍ରେନ୍‌ ସୀମାରେ ଋଷ ସେନାର ଉପସ୍ଥିତିକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏହାକୁ ଏକ ଅସ୍ଥାୟୀ ପ୍ରତିରକ୍ଷା ଅଭ୍ୟାସ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି।

ଋଷ ନୌସେନା ପକ୍ଷରୁ ଯେଉଁ ଦୁଇଟି ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ଗତି କରିଥିଲା ତାହା ବହୁ ଶକ୍ତିଶାଳୀ। ଏହାକୁ ଟ୍ୟାଙ୍କ ଏବଂ ଛୋଟ ଜାହାଜ ବୋହିବା ପାଇଁ ବ୍ୟବହାର କରାଯାଏ। ମିଳିଥିବା ସୂଚନା ଅନୁସାରେ ଆହୁରି ଦୁଇଟି ବିଶାଳ ଯୁଦ୍ଧ ଜାହାଜକୁ ଋଷ ବୋସଫରସ୍‌କୁ ପଠାଇବ । ଆରଆଇଏ ନ୍ୟୁଜ ଏଜେନ୍ସି ଶନିବାର ପ୍ରକାଶ କରିଥିବା ଖବର ଅନୁଯାୟୀ, ଋଷ ଧିରେ ଧିରେ ୧୫ଟି ଛୋଟ ଜାହାଜକୁ କୃଷ୍ଣ ସାଗର ମଧ୍ୟକୁ ଅଭ୍ୟାସ ଆଳରେ ପଠାଇସାରିଛି।

   Related Posts