ଅଶାନ୍ତ ପୋଲାଣ୍ଡ ସୀମା: ବେଲାରୁସରେ ସମର୍ଥନରେ ନିଜର ଆଣବିକ ସଂପନ୍ନ ବୋମାବର୍ଷକ ବିମାନ ପଠାଇଲା ରୁଷ

Published By : Prameya-News7 Bureau | November 12, 2021 IST

ମସ୍କୋ ୧୨।୧୧: ରୁଷ ଗୁରୁବାର ଆଣବିକ ସଂପନ୍ନ ଦୁଇଟି ଲଢୁଆ ବୋମାବର୍ଷକ ବିମାନ ପ୍ରଶିକ୍ଷଣ ମିଶନରେ ବେଲାରୁସ ପଠାଇଛି। ପୋଲାଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ପ୍ରବାସୀ ସଙ୍କଟକୁ ନେଇ ଜାରି ବିବାଦକୁ ଦୃଷ୍ଟିରେ ରଖି ସହଯୋଗୀ ବେଲାରୁସ ସମର୍ଥନରେ ରୁଷ ଏହି ଲଢୁଆ ବିମାନ ପଠାଇଥିବା କୁହାଯାଉଛି।

ବେଲାରୁସର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଦୁଇଟି ରୁଷ ଟିୟୁ-୧୬୦  ବୋମାବର୍ଷକ ବେଲାରୁସର ରୁଞ୍ଜାକସ୍କି ଫାୟରିଂ ରେଞ୍ଜ ବୋମା  ବର୍ଷଣ ଅଭିଯାନରେ ସାମିଲ୍ ହୋଇଛି। ମନ୍ତ୍ରଣାଳୟ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ମିଳିତ ପ୍ରଶିକ୍ଷଣ ଆଧାରରେ ବେଲାରୁସ ଲଢୁଆ ବିମାନ ମଧ୍ୟ ଏଥିରେ ସାମିଲ୍ ହୋଇଛି।

{"id":542730,"sizeSlug":"full","linkDestination":"none"}

ଦୁଇ ଦିନରେ ଦ୍ଵିତୀୟ ଥର ରୁଷ ବେଲାରୁସ ବାୟୁ କ୍ଷେତ୍ରରେ ପରମାଣୁ ସଂପନ୍ନ ଦୁଇ ବୋମାବର୍ଷକ ବିମାନ ପଠାଇଛି। ଏହା ପୂର୍ବରୁ ବୁଧବାର ରୁଷ ଦୀର୍ଘ ଦୂରଗାମୀ ଟିୟୁ-୨୨ ଏମ ୩ ବୋମାବର୍ଷକକୁ ପାଟ୍ରୋଲିଂ ପାଇଁ ପଠାଇଥିଲା।

ସୂଚନାଯୋଗ୍ୟ, ପଶ୍ଚିମୀ ୟୁରୋପ ଅତିକ୍ରମ କରିବା ଆଶାରେ ହଜାର ସଂଖ୍ୟକ ପ୍ରବାସୀ ବେଲାରୁସ ଓ ପୋଲାଣ୍ଡ ସୀମାରେ ଏକତ୍ରିତ ହୋଇଛନ୍ତି। ଏଥିରୁ ଅଧିକାଂଶ ଲୋକ ମଧ୍ୟ-ପୂର୍ବର ଅଟନ୍ତି। ପୋଲାଣ୍ଡର ଅଭିଯୋଗ ବେଲାରୁସ ଏହି ସବୁ ଲୋକଙ୍କୁ ଏକତ୍ରିତ କରିବାକୁ ପ୍ରୋତ୍ସାହିତ କରୁଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ମାହୋଲ ରହିଛି। ଏଥିରୁ ୟୁରୋପର ଅନେକ ଦେଶ ପୋଲାର୍ଡ ସମର୍ଥନରେ ଆସିଥିବା ବେଳେ ରୁଷ ବେଲାରୁସକୁ ପୂର୍ଣ୍ଣ ସମର୍ଥନ ଜଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.