Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆଫଗାନିସ୍ତାନରେ ମେଣ୍ଟ ସେନାଙ୍କୁ ଆକ୍ରମଣ ଲାଗି ତାଲିବାନକୁ ଟଙ୍କା ଓ ଅସ୍ତ୍ରଶସ୍ତ୍ର ଦେଉଛି ଋଷ୍ !

28/06/2020 at 1:31 PM

ନୂଆଦିଲ୍ଲୀ ୨୮।୦୬: ସାରାବିଶ୍ୱରେ ଏବେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ସ୍ଥିତିରେ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞମାନେ କରୋନାକୁ ପ୍ରତିହତ କରିବା ପାଇଁ ଭ୍ୟାକସିନ୍‌ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏପରି ସଙ୍ଗୀନ ସମୟରେ ଏକ ଚିନ୍ତାଜନକ ଖବର ଆସିଛି ଆଫଗାନିସ୍ତାନରୁ, କଥା ହେଉଛି, ରୁଷ୍‌ର ଗୁଇନ୍ଦା ସଂସ୍ଥା ଆଫାଗାନିସ୍ତାନରେ ଯୁଦ୍ଧ ଲଢୁଥିବା ମିଳିତ ସେନା ଉପରେ ଆକ୍ରମଣ ଲାଗି ତାଲିବାନଙ୍କୁ ଟଙ୍କା ଓ ଅସ୍ତଶସ୍ତ୍ର ଦେଉଥିବାର ଖବର ଆସିଛି । ଆମେରିକା ଓ ବ୍ରିଟିଶ ସୁରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏବାବଦରେ ସେ ନିଜ ଦେଶକୁ ଅବଗତ କରାଇଛନ୍ତି । ଯଦି ଏଭଳି କୌଣସି ଅଘଟଣ ଘଟେ, ତେବେ ଆଗାମୀ ଦିନରେ ଯୁଦ୍ଧର ପରିସ୍ଥିତିକୁ ବି ଏଡାଇଦିଆଯାଇପାରିବ ନାହିଁ ବୋଲି ଆମେରିକା ଚେତାବନୀ ଦେଇଛି ।

ଆଫାଗାନିସ୍ତାନରେ ଆତଙ୍କବାଦୀଙ୍କ ମୁଳପୋଛ ଲାଗି ଆମେରିକା ନେତୃତ୍ୱାଧୀନ ମେଣ୍ଟ ସୈନ୍ୟବାହିନୀ ନିୟୋଜିତ ଅଛନ୍ତି । ଦୀର୍ଘ ଦିନ ହେଲା ଏଠାରେ ଆତଙ୍କାବାଦୀ ନିରୋଧୀ ଲଢେଇରେ ସେନା ସାମିଲ ଥିବା ବେଳେ ତାଲିବାନ ସହିତ ଶାନ୍ତି ଆଲୋଚନା ମଧ୍ୟ କରୁଛି। ଏହି ଆଲଚୋନାର ଫଳାଫଳ ଆଧାରରେ ଧୀରେ ଧୀରେ ଆଫାଗାନିସ୍ତାନରୁ ସେନା ହଟାଇବ ଆମେରିକା । କିନ୍ତୁ ସେପଟେ କିଛି ଦିନ ତଳେ ଆମେରିକାର ପକ୍ଷରୁ ସତର୍କ କରାଯାଇଥିଲା ଯେ, ରୁଷ ପଶ୍ଚିମ ଏସିଆ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଯୋଜନା ଚଳାଇଛି । ଯାହାଦ୍ୱାରା ବିଶ୍ୱର ଅନେକ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ।

ଆଫଗାନିସ୍ତାନରେ ମୁତୟନ ଥିବା ମିଳିତ ସୈନ୍ୟବାହିନୀର ସୈନିକଙ୍କୁ ଟାର୍ଗେଟ କରାଯାଉଛି । ତାହା ପୁଣି ତାଲିବାନ ସହିତ ଜଡିତ ଆତଙ୍କବାଦୀମାନଙ୍କ ଦ୍ୱାରା । ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ଆଫଗାନିସ୍ତାନରେ ମୁତୟନ ଥିବା ମେଣ୍ଟ ସୈନ୍ୟବାହିନୀଙ୍କ ମଧ୍ୟରୁ ଆମେରିକା ଓ ବ୍ରିଟିଶ ସୈନ୍ୟଙ୍କୁ ମାରିବା ପାଇଁ ଯୋଜନା ଚାଲିଛି । ଯଦି କେହି ସୈନ୍ୟ ଏହି ଚକ୍ରାନ୍ତର ଶୀକାର ହେଲେ, ତେବେ ଆସନ୍ତା ଦିନରେ ପରିସ୍ଥିତି ଜଟିଳ ହେବ । ଯାହାର ପରିଣତି ଶେଷରେ ଯୁଦ୍ଧରେ ହିଁ ଶେଷ ହେବ ବୋଲି କେତେକ ବିଶେଷଜ୍ଞ ଅନୁମାନ କରିଛନ୍ତି । ଏହାଦ୍ୱାରା ମଧ୍ୟ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଉପରେ ମଧ୍ୟ ପ୍ରଭାବ ପଡିପାରେ ।

ତାଲିବାନୀ ଓ ଇସ୍‌ଲାମିକ ସଂଗଠନର ଆତଙ୍କବାଦୀମାନଙ୍କୁ ରୁଷ୍‌ ବିଭିନ୍ନ ଉପାୟରେ ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି। ଆମେରିକା ଓ ବିଟ୍ରିଶ ସୈନ୍ୟ ଉପରେ ଆକ୍ରମଣ କରିବା ପାଇଁ ମୋଟା ରକମର ଅର୍ଥ ଦିଆଯାଉଛି । ସେହିପରି କିଛି ଦିନ ତଳେ ଅର୍ଥାତ ଗତ ୨୦୧୯ରେ ଆମେରିକାର ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଫଳରେ ୨୦ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ, କିଏ ଓ କାହିଁକି ଆକ୍ରମଣ କରିଥିଲା । ସେପଟେ କିନ୍ତୁ ଆମେରିକା ଏହାକୁ ହତ୍ୟା ବୋଲି ଦାବି କରୁଛି । ଆମେରିକା ଅନୁସାରେ କ୍ୟାମ୍ପରେ ୨୦ଜଣଙ୍କୁ ହତ୍ୟା କରାଯାଇଛି ।   ସେବେଠୁ ଏ ହତ୍ୟାକାଣ୍ଡ ଘଟଣାକୁ ନେଇ ସନ୍ଦେହ ଜାରି ରହିଛି ।

ଆଫାଗାନିସ୍ତାନରେ ଆମେରିକା ନୈତୃତ୍ୱାଧୀନ ସୈନ୍ୟ ବାହିନୀ ଉପରେ ଆକ୍ରମଣ କରିବା ଘଟଣାର ରିପୋର୍ଟକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦିଆଯାଇଥିବାର ସୂଚନା ମିଳିଛି । ଏହାପରେ ହ୍ୱାଇଟ୍‌ହାଉସ୍‌ରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା , ଏବଂ ସୁରକ୍ଷା ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ମଧ୍ୟ ବିଟ୍ରିଶ ସରକାର ମଧ୍ୟ ଆଗୁଆ ପଦକ୍ଷେପ ନେଇଛନ୍ତି । ସୁରକ୍ଷାସମ୍ପର୍କୀୟ ଏକ ବୈଠକ ବସିଛି । ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟ ଦେଶ ବିକଳ୍ପ ପନ୍ଥା ନେଇ ଯୋଜନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି ।

ବିଶେଷଜ୍ଞଙ୍କ ଅନୁସାରେ ଯଦି ଆଫାଗାନିସ୍ତାନରେ ମିଳିତ ସୈନ୍ୟବାହିନୀ ଓ ନାଟୋ ଉପରେ ଆକ୍ରମଣ ଲାଗି ରୁଷ୍‌ ପ୍ରୋତ୍ସାହିତ କରୁଥାଏ, ତେବେ ଏହା ଅତ୍ୟନ୍ତ ଭୟଙ୍କର ଓ ଚିନ୍ତାଜନକ ବିଷୟ ବୋଲି ଅନୁମାନ କରାଯାଉଛି । ଏହାଦ୍ୱାରା ରୁଷ ପ୍ରତି ପ୍ରତ୍ୟେକ ସୈନିକମାନଙ୍କ ମନରେ ଘୃଣା ମନୋଭାବ ଆସିଯିବ ।ବିଶ୍ୱରେ ଏହା ପ୍ରଥମ ଘଟଣା ହେବ, ଯେଉଁ ଦେଶର ଗୁଇନ୍ଦା ସଂସ୍ଥା ଅନ୍ୟ ଦେଶର ସୈନ୍ୟମାନଙ୍କୁ ହତ୍ୟା କରିବା ପାଇଁ ଏଭଳି ରଣନୀତି ଆପଣାଉଛି । ଏଭଳି ଘଟଣାର ସାମ୍ନାକୁ ଆସିବା ପରେ ଆମେରିକା ସିଧା ଚେତାବନୀ ଦେଇଛି । ଯଦି ତାଲିବାନ କିମ୍ବା ଅନ୍ୟ ଆତଙ୍କୀ ସଂଗଠନ ରୁଷ ସହଯୋଗରେ ଆମେରିକାର କୌଣସି ବି ସୈନ୍ୟଙ୍କ ମୃତ୍ୟୁ ହୁଏ, ତେବେ ଆଗାମୀ ଦିନରେ ଏହାର ପରିଣତି ଭୋଗିବାକୁ ପଡିବ । ବିଶ୍ୱରେ ଆଉ ଏକ ଯୁଦ୍ଧର ଆଭାସ ମିଳିବ । ସମୟ ଆସିଲେ ଆମେରିକା ଯୁଦ୍ଧ କରିବା ପାଇଁ ବି ପଛକୁ ହଟିବା ନାହିଁ । ଅଶାନ୍ତ ସୃଷ୍ଟି କରିବା ପାଇଁ ସାଇବର ଆଟାକ୍‌ ମଧ୍ୟ କରାଯିବ । ବିରୋଧୀମାନଙ୍କୁ ଅସ୍ଥିରତା କରିବା ପାଇଁ ଦୃଢ ପଦକ୍ଷେପ ନିଆଯିବ । ସ୍ୱତନ୍ତ୍ର ରଣନୀତି ମଧ୍ୟ ଆପଣାଯିବା ବୋଲି ଆମେରିକା ଚେତାବନୀ ଦେଇଛି ।

   Related Posts