Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ପ୍ରଥମ କରୋନା ଟିକା ନେଲେ ରାଷ୍ଟ୍ରପତି ପୁଟିନ୍‌ଙ୍କ ଝିଅ, ଋଷ୍ ରଚିଲା ଇତିହାସ

11/08/2020 at 2:58 PM

ମସ୍କୋ ୧୧।୮: କରୋନା ଭାଇରସ୍ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ବର ବୈଜ୍ଞାନିକ ଟିକା ବିକାଶ କରିବାରେ ଲାଗିଛନ୍ତି । ଏହି ସମୟର ବିଶ୍ବର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଛି ଋଷ୍ । କରୋନା ଟିକାର ପଞ୍ଜୀକରଣ କରିଛି ଋଷ୍ । ଏ ନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ଋଷ୍ କରୋନା ଭାଇରସ୍ ର ପ୍ରଥମ ଟିକା ପ୍ରସ୍ତୁତ କରିସାରିଛି । ଏହା ବିଶ୍ବର ପ୍ରଥମ ସଫଳ ଟିକା । ଏହି ଟିକାକୁ ଋଷ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିସାରିଛି । କେବଳ ଏତିକି ନୁହେଁ ପୁଟିନ୍ କହିଛନ୍ତି ଯେ, ଏହି କରୋନା ଟିକାକୁ ତାଙ୍କ ଝିଅଙ୍କଠାରେ ପ୍ରଥମେ ପ୍ରୟୋଗ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି AFPର ସୂଚନା ଅନୁଯାୟୀ, ଏହି ଟିକା ମସ୍କୋର ଗାମେଲିଆ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ସଫଳ ବୋଲି କହିଛି । ଏହା ସହ ଭ୍ଲାଦିମର ପୁଟିନ ଘୋଷଣା କରିଛନ୍ତି ଯେ, ଖୁବ୍ ଶୀଘ୍ର ଋଷରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ପ୍ରସ୍ତୁତ କରାଯିବ।

ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ, ତାଙ୍କ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କୁ ଏହି ଟିକା ଦିଆଯାଇଛି । ଟିକା ଦିଆଯିବାର ଅଳ୍ପ ସମୟ ପରେ ତାଙ୍କ ଶରୀରର ତାପମାତ୍ର ବଢିଯାଇଥିଲା । ମାତ୍ର ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

   Related Posts