ପାକିସ୍ତାନକୁ ପୁଣି ଝଟ୍‌କା : ଭାରତର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସାମ୍ବିଧାନିକ ବୋଲି କହିଲା ରୁଷ

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦|୮: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତର ନିଷ୍ପତ୍ତି ଉପରେ ପାକିସ୍ତାନ ବିଶ୍ବର ଅନ୍ୟ ଦେଶମାନଙ୍କର ସହାନୁଭୂତି ପାଇବାକୁ ପ୍ରୟାସ କରୁଛି । ମାତ୍ର ପାକିସ୍ତାନକୁ କେବଳ ଝଟକା ପରେ ଝଟକା ମିଳୁଛି । ଆମେରିକା, ଚୀନ ଏବଂ ଜାତିସଂଘ ପରେ ଏବେ ରୁଷଠାରୁ ପାକିସ୍ତାନକୁ ଝଟ୍‌କା ମିଳିଛି। ଜାମ୍ମୁକାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ରୁଷ ସମର୍ଥନ କରିବା ସହିତ ଏହା ସାମ୍ବିଧାନିକ ବୋଲି ମଧ୍ୟ କହିଛି ।

{"id":142812}

ରୁଷର ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତ ସମ୍ବିଧାନ ଅନୁସାରେ ଜାମ୍ମୁକାଶ୍ମୀରର ପୁର୍ନଗଠନ ଏବଂ ଜାମ୍ମୁକାଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚରେ ବିଭକ୍ତ କରିଛି । ବିଦେଶ ମନ୍ତ୍ରଣାଳୟ କହିଛି ଯେ, ତଥ୍ୟର ଅନୁସନ୍ଧାନ କରି ମସ୍କୋ ଏଭଳି ନିଷ୍ପତ୍ତିରେ ପହଞ୍ଚିଛି । ବୟାନରେ କୁହାଯାଇଛି ଯେ, ଜାମ୍ମୁକାଶ୍ମୀର ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ବିବାଦକୁ ଦ୍ବିପାକ୍ଷିକ, ରାଜନୈତିକ ଏବଂ କୂଟନୈତିକ ପ୍ରୟାସରେ ସମାଧାନ କରାଯିବା ଜରୁରୀ।

{"id":142810}

ପୂର୍ବରୁ ଆମେରିକାରୁ ମଧ୍ୟ ପାକିସ୍ତାନକୁ କୌଣସି ସମର୍ଥନ ମିଳିନଥିଲା । କାଶ୍ମୀର ପ୍ରସଙ୍ଗରେ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରି ଦେଇଥିଲେ । ଭାରତ ସହ ସଂପର୍କ ବୃଦ୍ଧି ପାଇଁ ଆମେରିକା ତାଆଡୁ ପ୍ରୟାସ ଆରମ୍ଭ କରିଛି । ଅନ୍ୟପଟେ ଚୀନ ଆଡୁ ମଧ୍ୟ ସେମିତି କିଛି ପାକିସ୍ତାନକୁ ସୁହାଇବା ଭଳି ସମର୍ଥନ ମିଳିନି । କାଶ୍ମୀର ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେଉ ବୋଲି ଚୀନ ମଧ୍ୟ ସ୍ପଷ୍ଟ କରିଛି । ଜାତିସଂଘ ମଧ୍ୟ କାଶ୍ମୀର ମାମଲାରେ ଭାରତ ଏବଂ ପାକିସ୍ତାନକୁ ସଞ୍ଜମତା ରକ୍ଷା କରିବାକୁ କହିଛନ୍ତି । ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି ଜାତିସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.