୬୩ବର୍ଷ ବୟସ୍କ ଅଧ୍ୟାପକ ନୃଶଂସଭାବେ ହତ୍ୟା କଲେ ତାଙ୍କ ୨୪ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡଙ୍କୁ : ବ୍ୟାଗରୁ ମିଳିଲା କଟା ହାତ

Published By : Prameya-News7 Bureau | November 12, 2019 IST

ମସ୍କୋ ୧୨/୧୧: ଇତିହାସ ଅଧ୍ୟାପକ ଏକ ଏପରି କାଣ୍ଡ କରିଛନ୍ତି ଯାହା ବିଷୟରେ ଆପଣ ସ୍ବପ୍ନରେ ସୁଦ୍ଧା କେବେ ଭାବିନଥିବେ। ଘଟଣାଟି ଘଟିଛି ରୁଷର ସେଣ୍ଟ ପିଟସବର୍ଗରେ ଯେଉଁଠାରେ ଜଣେ ୬୩ବର୍ଷ ବୟସ୍କ ଇତିହାସ ଅଧ୍ୟାପକ ନିଜର ୨୪ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଛନ୍ତି। ଅଧ୍ୟାପକଙ୍କ ବ୍ୟାଗରୁ ଯୁବତୀଙ୍କ ହାତ ମିଳିବାରୁ ପୋଲିସ୍ ଘଟଣା ସମ୍ପର୍କରେ ଜାଣି ପାରିଥିଲା। ଅଧ୍ୟାପକ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଯୁବତୀ ତାଙ୍କ ଛାତ୍ରୀ ମଧ୍ୟ ଥିଲେ। ଏହି ଘଟଣା ସାମନାକୁ ଆସିବାରୁ ସବୁ ଦେଶର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବିଶ୍ବାସ କରି ପାରୁନାହାନ୍ତି ଯେ ଜଣେ ଅଧ୍ୟାପକ ଏପରି ଅପରାଧ କିପରି କରି ପାରିଲା।

{"id":182813}

 ରୁଷିଆର ଓଲେଗ ସୋକୋଲୋଭ ଜଣେ ନେପୋଲିୟନ ଯୁଗର ଏକ୍ସପର୍ଟ। ସେ କେବଳ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ହତ୍ୟା କରିନଥିଲେ ବରଂ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ସୋକୋଲୋଭଙ୍କୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜ୍ୟାକ୍ ଶିରାକଙ୍କ ତରଫରୁ ୨୦୦୩ମସିହାରେ ଫ୍ରାନ୍ସର ସମ୍ମାନ ଲିଗନ୍ ଡି ହାନେର ମିଳିଥିଲା। ତାଙ୍କୁ ପୋଲିସ୍ ଶନିବାର ଗିରଫ କରିଛି । ପ୍ରଥମେ ପୋଲିସ୍ ତାଙ୍କ ସନ୍ଦେହ ଆଧାରରେ ଗିରଫ କରିଥିଲେ। ସେ ମୋଇକା ନଦୀରୁ ବାହାରି ଆସୁଥିବାବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରେ ଏକ ବ୍ୟାଗ୍ ଥିଲା ଯେଉଁଥିରେ ଜଣେ ମହିଳାଙ୍କ ଦୁଇଟି ହାତ ଥିଲା।

{"id":182814,"width":586,"height":312}

ବର୍ତ୍ତମାନ ସୋକୋଲୋଭ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କାରଣ ସେ ହାଇପୋଥରମିଆରେ ପୀଡ଼ିତ। କୁହାଯାଇଥିଲା ଯେ ସେ ମଦ ପିଇ ମୋଇକା ନଦୀରେ ପଡ଼ିଯାଇଥିଲେ। ସେ ଅନୁସନ୍ଧାନକାରୀଙ୍କ ଅଫିସ ନିକଟରେ ଯୁବତୀଙ୍କ ମୃତ ଶରୀର ପୋତିବାକୁ ଉଦ୍ୟମ କରୁଥିଲେ। ଯୁବତୀଙ୍କ ଗଣ୍ଡିକୁ ସେ ପୋତିସାରିଥିଲେ ଏବଂ ପିଟର ଆଣ୍ଡ ପଲ କିଲ୍ଲାରେ ଆତ୍ମହତ୍ୟାର ଯୋଜନା କରିଥିଲେ। ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ସେ ନେପୋଲିୟନଙ୍କ ଭଳି ପୋଷାକ ପିନ୍ଧିଥିଲେ।

{"id":182815}

ପିଟର ଆଣ୍ଡ ପଲ କିଲ୍ଲା ସେଣ୍ଟ ପିଟସବର୍ଗର ଏକ ଲ୍ୟାଣ୍ଡମାର୍କ। ଏଠାରେ ଅଧିକାଂଶ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ସୋକୋଲୋଭ, ସେଣ୍ଟ ପିଟସବର୍ଗ ୟୁନିଭର୍ସିଟିରେ ଇତିହାସ ପଢ଼ାନ୍ତି। ଏହା ସେହି ୟୁନିଭର୍ସିଟି ଯେଉଁଠାରେ ରଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଶିକ୍ଷାଲାଭ କରିଥିଲେ।

{"id":182816}

ଏହି ୟୁନିଭର୍ସିଟି ରଷିଆନ ଅଥୋରିଟିଜର ଯଥେଷ୍ଟ ନିକଟତର। କୌଣସି କଥାରେ ଝଗଡ଼ା ହେବାରୁ ସେ ତାଙ୍କ ଗାର୍ଲଫ୍ରେଣ୍ଡକୁ ଗୁଳି କରି ଦେଇଥିଲେ। ଏହା ପରେ ସେ ତାଙ୍କ ପ୍ରେମିକାଙ୍କ ମୁଣ୍ଡ,ଗଣ୍ଡି,ଗୋଡ଼ ଅଲଗା କରି ଦେଇଥିଲେ। ଓକିଲଙ୍କ କହିବାନୁଯାୟୀ ସୋକୋଲୋଭ ମାନସିକ ଅବସାଦରେ ରହୁଥିଲେ।

{"id":182817}

ସୋକୋଲୋଭ ଫ୍ରାନ୍ସର ଶାସକ ନେପୋଲିୟନ ବୋନାପାର୍ଟଙ୍କ ଉପରେ ଅନେକ ପୁସ୍ତକ ଲେଖିଥିଲେ। ସେ ଅନେକ ଫିଲ୍ମର ପରାମର୍ଶଦାତା ଭାବେ କାମ କରି ସାରିଛନ୍ତି ଏବଂ ଏହା ସହିତ ସେ ନେପୋଲିୟନ ଯୁଦ୍ଧକୁ ପୁଣି ଥରେ ଜୀବିତ କରି ଦେଖାଇଥିଲେ। ସୋକୋଲୋଭ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଫ୍ରେଞ୍ଚ ଇତିହାସ ଅଧ୍ୟୟନ କରିଥିଲେ। ଦୁହେଁ ସେହି ସମୟର ପୋଷାକ ପିନ୍ଧୁଥିଲେ ଏବଂ ସୋକୋଲୋଭ ଅଧିକାଂଶ ସମୟରେ ନେପୋଲିୟନଙ୍କ ଭଳି ପୋଷାକ ପିନ୍ଧୁଥିଲେ।

{"id":182818}

ତାଙ୍କ ଛାତ୍ରଛାତ୍ରୀଙ୍କ କହିବାନୁସାରେ ସୋକୋଲୋଭ ବେଶ୍ ପ୍ରଭାବଶାଳୀ ଅଧ୍ୟାପକ ଥିଲେ। ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଜୋସେଫିନ୍ କହି ଡାକୁଥିଲେ। ମିଡିଆରୁ ସୂଚନା ମିଳିଥିଲା ଯେ ସୋକୋଲୋଭ ୨୦୦୮ମସିହାରେ ଜଣେ ଯୁବତୀଙ୍କୁ ଗରମ ରଡ଼ରେ ଜଳାଇବା ଏବଂ ଜଣେ ଛାତ୍ରୀଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ।

{"id":182819}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.