Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆସନ୍ତା ବର୍ଷ ପଦ ଛାଡିପାରନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ସ୍ବାସ୍ଥ୍ୟଗତ ସମସ୍ୟା ହୋଇପାରେ କାରଣ

6/11/2020 at 1:25 PM

ମସ୍କୋ ୬।୧୧: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଗାମୀ ବର୍ଷ ନିଜ ପଦ ଛାଡିପାରନ୍ତି । ଏକ ରିପୋର୍ଟରେ ଏହା କୁହାଯାଇଛି ଯେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାର୍କିସନ୍ସ ରୋଗରେ ପୀଡିତ ଅଛନ୍ତି । ତେଣୁ ସେ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି । ମସ୍କୋ ରାଜନୈତିକ ବୈଜ୍ଞାନିକ ଭେଲେରି ସୋଲୋଭି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନ୍ ଙ୍କ ଗର୍ଲଫ୍ରେଣ୍ଡ ଏଲିନା କୋବେବା ଏବଂ ତାଙ୍କ ଦୁଇ ଝିଅ ତାଙ୍କୁ ପଦ ଛାଡିବା ପାଇଁ କହୁଛନ୍ତି ।

ସୋଲୋଭି କହିଛନ୍ତି ଯେ, ତାଙ୍କର ଗୋଟିଏ ପରିବାର ଅଛି । ତାଙ୍କର ତାଙ୍କ ଉପରେ ପ୍ରଭାବ ମଧ୍ୟ ରହିଛି । ସେ ଜାନୁଆରୀରେ ନିଜ ପଦ ଛାଡିବା ପାଇଁ ଯୋଜନାକୁ ସାର୍ବଜନୀନ କରିପାରନ୍ତି । ସୋଲାଭି ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ପୁଟିନ୍ ପାର୍କିସନ୍ସରେ ପୀଡିତ ହୋଇପାରନ୍ତି । କାରଣ ତାଙ୍କଠାରେ ରୋଗର ଲକ୍ଷଣ ଦେଖାଯାଉଛି ।

ଜଣେ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ସମୀକ୍ଷା କରାଯାଇଥିବା ଫୁଟେଜ ଅନୁସାରେ ପୁଟିନ୍ ନିକଟରେ ନିଜ ଗୋଡକୁ ବାରମ୍ବାର ହଲାଉଥିବା ଦେଖିବାକୁ ମିଳିଥିଲେ । ଏହାସହ ପୁଟିନ୍ ନିଜ ଆଙ୍ଗୁଠିଗୁଡିକୁ ଚଳପ୍ରଚଳ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହ ତାଙ୍କ ହାତରେ ଏକ କପ୍ ମଧ୍ୟ ରହିଥିଲା । ଯେଉଁଥିରେ ସମ୍ଭବତଃ ଔଷଧ ଥିବା ପରି ଜଣାପଡୁଛି ।

ପୁଟିନ୍ ପଦ ଛାଡିବା ନେଇ କଳ୍ପନାଜଳ୍ପନା ଏଭଳି ସମୟରେ ହେଉଛି ଯେତେବେଳେ ଋଷ ବିଧାୟକମାନେ ରାଷ୍ଟ୍ରପତି ଦ୍ବାରା ପ୍ରସ୍ତାବିତ ଏକ ଆଇନ ଉପରେ ବିଚାର କରୁଛନ୍ତି । ଏଥିରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଅପରାଧିକ କାର୍ଯ୍ୟାନୁଷ୍ଠାନରୁ ଆଜୀବନ ପ୍ରତିରକ୍ଷା ପ୍ରଦାନ କରିବା ବିଷୟରେ କୁହାଯାଉଛି ।

   Related Posts