ଋଷର ଦାବି, ଅକ୍ଟୋବରରେ ଦିଆଯିବ କରୋନା ଭ୍ୟାକସିନ : ପ୍ରଥମେ ଡାକ୍ତର ଓ ଶିକ୍ଷକଙ୍କୁ ମିଳିବ

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ ୦୩/୦୮ : ଦୁନିଆର ଶହ ଶହ ଟିମ କରୋନା ଭ୍ୟାକସିନ ତିଆରିରେ ଲାଗିଛନ୍ତି | ଋଷ, ବ୍ରିଟେନ, ଆମେରିକା, ଚୀନର ଭ୍ୟାକସିନ ଏହି ଦୌଡରେ ସବୁଠାରୁ ଆଗରେ ରହିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାନୁଯାୟୀ, ଆସନ୍ତା ବର୍ଷ ସୁଦ୍ଧା ଭ୍ୟାକସିନ ମିଳିପାରିବ କିନ୍ତୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବାରେ ଆହୁରି ସମୟ ଲାଗିବ | ଋଷ ସମସ୍ତଙ୍କୁ ଚକିତ କରି ଘୋଷଣା କରିଛି ଯେ ଦେଶରେ ଅକ୍ଟୋବର ମାସରେ ମାସ ଭ୍ୟାକସିନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି | ସବୁଠାରୁ ପ୍ରଥମେ ଡାକ୍ତର ଓ ଶିକ୍ଷକଙ୍କୁ ଭ୍ୟାକସିନ ଦିଆଯିବ | ଏହାପରେ ଜରୁରୀକାଳୀନ ସେବା ସହ ଜଡିତ ଲୋକଙ୍କୁ ଭ୍ୟାକସିନ ଦିଆଯିବ |

ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶାକୋ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅକ୍ଟୋବର ମାସରୁ କରୋନା ଭ୍ୟାକସିନର ମାସ ଭ୍ୟାକସିନେସନ ଉପଲବ୍ଧ ହେବା ନେଇ ଘୋଷଣା କରିଛନ୍ତି | ମିଖାଇଲ କହିଛନ୍ତି ଯେ, ଗାମାଲେୟା ଇନଷ୍ଟିଚ୍ୟୁଟ କରୋନା ଭ୍ୟାକସିନକୁ ନେଇ ସମସ୍ତ କ୍ଲିନିକାଲ ଟ୍ରାଏଲ ପୁରା କରିସାରିଛନ୍ତି ଓ ଫଳାଫଳ ସକାରାତ୍ମକ ଆସିଥିବା ଜଣାପଡିଛି | ଭ୍ୟାକସିନ ରେଜିଷ୍ଟ୍ରେସନ ଓ ଡିଷ୍ଟ୍ରିବ୍ୟୁସନ ପ୍ରକ୍ରିୟାରେ ରହିଛି | ଅକ୍ଟୋବରରେ ସର୍ବ ପ୍ରଥମେ ଡାକ୍ତର ଓ ଶିକ୍ଷକମାନଙ୍କ ପାଇଁ ଭ୍ୟାକସିନ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି | ମିଖାଇଲଙ୍କ କହିବାନୁଯାୟୀ, ଅଗଷ୍ଟ ଶେଷ ସୁଦ୍ଧା ଋଷ ଭ୍ୟାକସିନକୁ ମଞ୍ଜୁରୀ ମିଳିଯିବ |

wp:core-embed/twitter {"url":"https://twitter.com/RFERL/status/1289939356216512514","type":"rich","providerNameSlug":"twitter","className":""}
https://twitter.com/RFERL/status/1289939356216512514
/wp:core-embed/twitter

ଅନେକ ବୈଜ୍ଞାନିକ ଋଷର ଏହି ପଦକ୍ଷେପକୁ ନେଇ ଚିନ୍ତା ଜାହିର କରିଛନ୍ତି | ବୈଜ୍ଞାନିକ କହୁଛନ୍ତି ଯେ, ଋଷ ନିଜକୁ ସବୁଠାରୁ ଶ୍ରେୟସ୍କର ଓ ମଜବୁତ ଦେଶ ଭାବେ ସ୍ଥାପିତ କରିବା ଚକ୍କରରେ ଭେକସିନ ଯାଞ୍ଚ ତରତରରେ ଶେଷ କରିଦେଉଛି |

ଆମେରିକା କରୋନା ଏକ୍ସପର୍ଟ ଏଂଥନୀ ଫସି କହିଛନ୍ତି ଯେ ଆମେରିକା ଋଷ କିମ୍ବା ଚୀନରେ ତିଆରି ହୋଇଥିବା ଭ୍ୟାକସିନ ବ୍ୟବହାର କରିପାରିବ ନାହିଁ କାରଣ ନିୟମ ଅନୁଯାୟୀ ଏବଂ କ୍ଲିନିକାଲ ଟ୍ରାଏଲ ସହ ଜଡିତ କାଏଦା ଏହି ଦୁଇ ଦେଶରେ ବହୁତ ଶକ୍ତ ଏବଂ ଭିନ୍ନ | ଏହି ଭ୍ୟାକସିନ ତାଙ୍କ ସିଷ୍ଟମ ପାସ ନ ହୋଇପାରେ | ଚୀନ-ଋଷ ଏହି ଭାଇରସକୁ ଗମ୍ଭୀରତାର ସହ ବୁଝୁଥିବେ ଏବଂ କ୍ଲିନିକାଲ ଟ୍ରାଏଲ ଟାର୍ଟାରରେ ପୁରା କରାଯାଇନଥିବ ବୋଲି ସେ କହିଛନ୍ତି | ଏହା ପୂର୍ବରୁ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଋଷ ହ୍ୟାକର୍ସ କରୋନା ଭେକସିନ ଜଡିତ ଡାଟା ଚୋରି ଚୋରି ଅଭିଯୋଗ କରିଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.