ଶତ୍ରୁଙ୍କୁ ଖୋଜିବାକୁ ଋଷ୍‌ ପ୍ରସ୍ତୁତ କଲା ଗୁଇନ୍ଦା ଚଟାଣ, ଜାଣନ୍ତୁ ଏହା କିପରି କରିବ କାମ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ, ୦୧।୧୨:  ଶତ୍ରୁଙ୍କୁ ଖୋଜିବା ପାଇଁ ଟେକ୍ନୋଲୋଜି କ୍ଷେତ୍ରରେ ଋଷ୍‌ ଏବେ ଆଉ ଏକ ପାଦ ଆଗକୁ ଆଗେଇଛି । ଏଥିପାଇଁ ଋଷ୍‌ର ରକ୍ଷା ମନ୍ତ୍ରଣାଳୟ ଏକ ଗୁଇନ୍ଦା ଚଟାଣର ବିକଶିତ କରିଛି । ଏକ ସରକାରୀ ଟିଭି ଚ୍ୟାନେଲ୍‌ ଏନେଇ କହିଛି ଯେ ଏହି ଚଟାଣ ଗୁଇନ୍ଦା ଗିରି କରିପାରିବ । ଯାହାକି ଶତ୍ରୁ ପକ୍ଷର ସ୍ଥିତି ଅନୁସାରେ ନିଜର ପୋଜିସନ୍‌ ବଦଳାଇ ପାରିବ । ଯାହାଫଳରେ ଏହା ଯୁଦ୍ଧ ସମୟରେ ବହୁତ କାମରେ ଆସି ପାରିବ ।

ଋଷ୍‌ର ରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଶତ୍ରୁଙ୍କୁ ଖୋଜିବା ପାଇଁ ଏହି ଚଟାଣରେ ଏକ କ୍ୟାମେରା ଲଗାଯାଇଛି । ଯାହାକି ଫଟୋ ଉଠାଇ ପଠାଇ ପାରିବ । ଏଥିସହତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ  ଏଥିରେ ଚକ ଲଗାଯାଇଛି । ଏନେଇ ଏକ ଭିଡିଓ ମନ୍ତ୍ରଣାଳୟ ଜାରି କରଛି । ଶତ୍ରୁଙ୍କୁ ସହଜରେ ପରାସ୍ତ କରିବା ପାଇଁ ଏହାକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ ମୁତାବିକ, ଏହି ଗୁଇନ୍ଦା ଚଟାଣକୁ ଦେଢ଼ କିଲୋମିଟର ଦୂରରେ ବସିଥିବା ଜଣେ ବ୍ୟକ୍ତି ସହଜରେ ଅପରେଟ୍‌ କରିପାରିବ । କ୍ୟାମେରାରେ ଶତ୍ରୁର ସ୍ଥିତିକୁ ଦେଖି ଏହା ଅପରେଟ୍‌ ହେବ । ଶବ୍ଦ ଶୁଣି ମଧ୍ୟ ଏହା କାର୍ଯ୍ୟ କରିପାରିବ । ସରକାରୀ ଭାବେ ଏହାର ନାମ 'ପର୍ଯ୍ୟବେକ୍ଷଣ କମ୍ପ୍ଲେକ୍ସ' ରଖାଯାଇଥିବା ଜଣାପଡ଼ିଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.