Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋରିସ୍ ଜନସନଙ୍କ ପରେ କରୋନା ସଂକ୍ରମିତ ହେଲେ ଋଷ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ

1/05/2020 at 9:01 AM

ମସ୍କୋ ୧।୫: କରୋନା ଭାଇରସ୍ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ବ୍ୟତୀତ ବଡ ବଡ ଲୋକ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପରେ ବର୍ତ୍ତମାନ ଋଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି ।

ଟେଲି କନଫରେନ୍ସିଂ ମାଧ୍ୟମରେ ବୈଠକ କରି ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ପରାମର୍ଶ ଦେଇଛନ୍ତି ଯେ, ପ୍ରଥମ ଉପପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ବେଲୁସୋଭଙ୍କୁ ତାଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ପ୍ରଧାନମନ୍ତ୍ରୀ ମିଶୁଷ୍ଟିନଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମର୍ଥନ କରିଛନ୍ତି ।

କରୋନା ଭାଇରସ୍ ଋଷରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି । ଋଷ ଦୁନିଆର ଶ୍ରେଷ୍ଠ ୮ ଦେଶ ମଧ୍ୟରୁ ଗୋଟିଏ ହୋଇପାରିଛି ଯେଉଁଠାରେ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷରେ ୧,୦୬,୪୯୮ ମାମଲା ଏବଂ ୧,୦୭୩ କରୋନୋ ଭାଇରସଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ସମଗ୍ର ବିଶ୍ବରେ କରୋନରେ ଏପର୍ଯ୍ୟନ୍ତ ୨୩୦,୬୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨,୪୭୬୪୮ ସଂକ୍ରମିତ ରିପୋର୍ଟ ହୋଇଛି ।

ଋଷର ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ସେ କରୋନା  କବଳରୁ ସୁସ୍ଥ ହୋଇଛନ୍ତି ।

   Related Posts