ପ୍ରଧାନମନ୍ତ୍ରୀଙ୍କ ସମେତ ଋଷ ମନ୍ତ୍ରୀମଣ୍ଡଳର ଇସ୍ତଫା, ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ପୁତିନ୍

Published By : Prameya-News7 Bureau | January 15, 2020 IST

ମସ୍କୋ ୧୫।୧: ମନ୍ତ୍ରୀମଣ୍ଡଳ ସହ ଋଷ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡଭେଡଭ ବୁଧବାର ଇସ୍ତଫା ଦେଇଛନ୍ତି। ମେଡଭେଡଭ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଇସ୍ତଫା ପତ୍ର ଗ୍ରହଣ କରିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କାମ କରିବ ବୋଲି କହିଛନ୍ତି। ତେବେ ଋଷିଆ ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଷ୍ଟ୍ରପତି ପୁତିନଙ୍କ ନୂଆ କ୍ଷମତା କସରତ ବୋଲି ଲୋକେ ବିଚାର କରୁଥିବା ବେଳେ ସେ ଭିନ୍ନ କଥା କହିଛନ୍ତି।

{"id":211790,"sizeSlug":"large"}

ରାଷ୍ଟ୍ରପତି ପୁତିନ ଦେଶକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ। ପୁତିନ ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ଭାବେ ସେ ଧାର୍ଯ ଲକ୍ଷ ହାସଲ କରିବାରେ ବିଫଳ ହୋଇଥିବା କହିଛନ୍ତି। ପୁତିନ ତାଙ୍କ ଅଭିଭାଷଣରେ  ସମ୍ବିଧାନ ସଂଶୋଧନ ଓ କ୍ୟାବିନେଟର କ୍ଷମତା ସମ୍ପ୍ରସାରଣ ନେଇ ସୂଚିତ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ପୁତିନ ଚତୁର୍ଥ ଥର ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ତେବେ ଆଗକୁ ଏହି ପ୍ରଥା ପରିବର୍ତ୍ତନ ହେବ ବୋଲି ସୂଚିତ କରିଛନ୍ତି।

{"id":211791,"sizeSlug":"large"}

ନୂଆ ପରିବର୍ତ୍ତନରେ ଆମେରିକା ଭଳି ୨ ଥରରୁ କେହି ଅଧିକବାର ଦେଶର ରାଷ୍ଟ୍ରପତି ରହିପାରିବେ ନାହିଁ ବୋଲି କହିଛନ୍ତି ପୁତିନ।   ସେହିପରି ମନ୍ତ୍ରୀମଣ୍ଡଳକୁ ଅଧିକ କ୍ଷମତା ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚିତ କହିଛନ୍ତି। ଏହି ଅଭିଭାଷଣର ପରେ ପରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ। ମେଡଭେଡଭ ଗତ ୨୦୧୨ ମସିହାରୁ ରାଷ୍ଟ୍ରପତି ପୁତିନଙ୍କ ସହ ମିସି କାର୍ଯ୍ୟ କରିଆସୁଛନ୍ତି। ଏଥିରେ ସେ ୨୦୦୮ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ତେବେ ରାଷ୍ଟ୍ରପତି ସମ୍ବିଧାନ ସଂଶୋଧନ ଲାଗି ପ୍ରସ୍ତାବ ରଖିଥିବାରୁ ତାଙ୍କ ସରକାର ଇସ୍ତଫା ଦେଇଥିବା କହିଛନ୍ତି ମେଡଭେଡଭ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.