ବିଶ୍ଵରେ ରୁଷ୍ ପ୍ରଥମ କରୋନା ଭାଇରସ୍ ଟିକା ବିକଶିତ କରିନାହିଁ- କିରନ ମଜୁମଦାର ସୋ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ବିଶ୍ଵରେ ରୁଷ ପ୍ରଥମ କରୋନା ଭାଇରସ ଟିକା ଆବିଷ୍କାର କରିଥିବା ଦାବି କରୁଛି। ଦେଶର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସ୍ପୁଟୋନିକ ଭି ଭାକସିନକୁ ମଧ୍ୟ ମଞ୍ଜୁରୀ ଦେଇଛି।  ହେଲେ ରୁଷର ଏହି ଭାକସିନକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କାରଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବିନା ଏହାକୁ ଦେଶର ନିୟାମକ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏହି କ୍ରମରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀର ଭେଟେରାନ କିରନ ମଜୁମଦାର ସୋ ରୁଷର ଏହି ଭାକସିନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଦୁନିଆରେ ପୂର୍ବରୁ ଭାକସିନର କ୍ଲିନିକାଲ୍ ପରୀକ୍ଷା ଏବଂ ଭାକସିନ ବିକଶିତ ନେଇ “ଅଧିକ ଉନ୍ନତ”କାର୍ଯ୍ୟକ୍ରମ ଜାରି ରହିଛି। ଯାହା ରୁଷ ଭାକସିନ କ୍ଷେତ୍ରରେ ଏମିତି ଦେଖିବାକୁ ମିଳିନାହିଁ।

ମସ୍କୋ ସ୍ଥିତ ଗାମାଲିୟା ଇନଷ୍ଟିଚ୍ୟୁୟଟ୍ ଦ୍ଵାରା ଆୟୋଜିତ ପ୍ରଥମ କିମ୍ବା ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଦୁନିଆ ପାଖରେ କୌଣସି ତଥ୍ୟ ନାହିଁ ବୋଲି ବେଙ୍ଗାଲୁରୁ ମୁଖ୍ୟାଳୟ ବାୟୋନିକ ଲିମିଟେଡର କାର୍ଯ୍ୟକାରୀ ସଭାପତି  କହିଛନ୍ତି।

ମଜୁମଦାର କହିଛନ୍ତି ଯଦି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବିନା ରୁଷ ପାଇଁ ଭାକସିନ ଲଞ୍ଚ କରିବା ସ୍ଵୀକାର୍ଯ୍ୟ ତେବେ ତାହା ବି ହେଉ। କିନ୍ତୁ ରୁଷକୁ ଏହା ଦୁନିଆ ପାଇଁ ପ୍ରଥମ ଟିକା ବୋଲି କହିବା ଉଚିତ୍ ନୁହେଁ କାରଣ ଅନେକ ଟିକା କାର୍ଯ୍ୟକ୍ରମ ରୁଷଠୁ ମଧ୍ୟ ଅଧିକ ଉନ୍ନତ ରହିଛି।

ରୁଷ ମଙ୍ଗଳବାର ଭାକସିନକୁ ନିୟାମକ ମଞ୍ଜୁରୀ ଦେବାରେ ବିଶ୍ଵର ପ୍ରଥମ ଦେଶ ହୋଇଛି। ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଓ ଋଷିୟାନ ହେଲ୍‌ଥକେୟାର ମିଲିଟାରୀ ଦ୍ଵାରା ବିକଶିତ ସ୍ପୁଟୋନିକ ଭିର ପ୍ରଥମ ଟିକା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.