Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଋଷ ନିର୍ମାଣ କରିଛି ଭୟଙ୍କର ମିସାଇଲ, ଯେକୌଣସି ସମୟରେ କରିପାରିବ ପରମାଣୁ ଆକ୍ରମଣ

14/09/2020 at 4:06 PM

ମସ୍କୋ ,୧୪|୦୯: ଋଷ ନିର୍ମାଣ କରିଛି ଏକ ଭୟଙ୍କର ମିସାଇଲ୍ । ଯାହା ପୃଥିବୀ ଚାରିପଟେ ଘୁରିବା ସହ ଯେକୌଣସି ସମୟରେ ପରମାଣୁ ଆକ୍ରମଣ କରିପାରିବ । ବ୍ରିଟେନର ସାମରିକ ଗୁଇନ୍ଦା ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଜିମ୍‌ ହକେନହଲ ଏହା ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ରୁଷ ଏଭଳି ଏକ ମିସାଇଲ ନିର୍ମାଣ କରିଛି ଯାହାକି ବହୁ ବର୍ଷ ଯାଏଁ ପୃଥିବୀ ଚାରିପଟେ ପ୍ରଦକ୍ଷଣ କରିପାରିବ । ଏହା ଯେକୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ କରିପାରିବ । ଏହି ମିସାଇଲର ନାମ ହେଉଛି ୯ଏମ ୭୩୦ ବୁରେଭେସ୍ତନିକ୍‌ ।

ନାଟୋ ଦ୍ୱାରା ଏହାକୁ ‘ସ୍କାଏଫଲ’ ମିସାଇଲ ବୋଲି କୁହାଯାଉଛି । ଏହି ମିସାଇଲ କେଉଁ ଦିଗରୁ ଶତ୍ରୁ ଉପରେ ପରମାଣୁ ଆକ୍ରମଣ କରିବ, ତାହା ଅନିଶ୍ଚିତ । ତେଣୁ ଏହା ଅତି ବିପଦଜନକ । ରୁଷ ଗତ ବର୍ଷ ଘୋଷଣା କରିଥିଲା ଯେ, ୨୦୨୫ ମସିହା ସୁଦ୍ଧା ସିଏ ଏଭଳି ମିସାଇଲ ପ୍ରସ୍ତୁତ କରିବ । କିନ୍ତୁ ଗତ ଅଗଷ୍ଟରେ ରୁଷ ଏହାର ଏକ ଗୋପନୀୟ ପରୀକ୍ଷଣ କରିଛି । ତେବେ ପରୀକ୍ଷଣ ବେଳେ ଦୁର୍ଘଟଣା ଘଟିବାରୁ ରୁଷର ୫ ଜଣ ବୈଜ୍ଞାନିକ ପ୍ରାଣ ହରାଇଥିଲେ । କାରଣ ଏହି ଦୁର୍ଘଟଣାରୁ ବ୍ୟାପକ ମାତ୍ରାରେ ତେଜଷ୍କ୍ରିୟ ବିକିରଣ ନିର୍ଗତ ହୋଇଥିଲା ।

   Related Posts