Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ସୀମାରୁ ସେନା ପ୍ରତ୍ୟାହାର ନେଇ ପୁଟିନଙ୍କ ଇଶାରା, ୟୁକ୍ରେନ୍‌ କହିଲା- ଋଷର ନିଷ୍ପତ୍ତିକୁ ସ୍ବାଗତ

22/04/2021 at 9:12 PM

ନୂଆଦିଲ୍ଲୀ ୨୨/୪: ୟୁକ୍ରେନ ସୀମାରେ ଋଷ ସେନାକୁ ନେଇ ତିକ୍ତତା ବଢ଼ିଥିବା ବେଳେ ପୁଟିନଙ୍କ ଇଶାରା ଟ୍ବିଷ୍ଟ ଭରିଛି। ୟକ୍ରେନ ସୀମାରୁ ସେନା ପ୍ରତ୍ୟାହାର କରିବାକୁ ଭ୍ଲାଦମିର ପୁଟିନ୍ ଇଶାରା କରିଥିବା ଅନ୍ତର୍ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି। କ୍ରିମେରେ ବଡ଼ ଧରଣର ସମରାଭ୍ୟାସରେ ଭାଗ ନେଇଥିଲେ ଋଷର ୧୦ ହଜାର ସୈନିକ, ୪୦ ଯୁଦ୍ଧ ଜାହାଜ ଏବଂ ୨୦୦ ବିମାନ ଭାଗ ନେଇଥିଲା। ଏହାପରେ ନିଜର ସେନା ପ୍ରତ୍ୟାହାର ପାଇଁ ପୁଟିନ୍‌ଙ୍କ ଇଶାରା ମିଳିଥିବା କୁହାଯାଉଛି।  ଯଦିଓ ଏହା ୟୁକ୍ରେନ ପାଇଁ ଆଶ୍ବସ୍ତିର ଖବର କିନ୍ତୁ ଦେଶ ଏବେ ବି ଚିନ୍ତାରେ ରହିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି କହିଛନ୍ତି, ‘ଋଷର ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ଦେଶର ସୀମାର ଋଷର ସେନା କମ୍‌ କରିବା ନିଷ୍ପତ୍ତି ଚିନ୍ତା କମାଇବ। ୟୁକ୍ରେନ୍‌ ସତର୍କ ରହିଛି। ତଥାପି ସୈନ୍ୟ ଉପସ୍ଥିତି କମ୍‌ କରିବା ଏବଂ ଡୋନବାସ୍‌ରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ନିଷ୍ପତ୍ତିକୁ ସ୍ବାଗତ କରୁଛି।’ ପ୍ରୋ-କ୍ରେମାଲିନ୍‌ ମିଡିଆରୁ ଜଣାପଡ଼ିଛି ଶୀର୍ଷ ନେତୃତ୍ବ ସୈନିକଙ୍କୁ ସେମାନଙ୍କ ସ୍ଥାୟୀ ଠିକାଣାକୁ ଫେରିବାକୁ ନିର୍ଦେଶ ଦେଇଥିଲେ। ସମସ୍ତ ସୈନିକଙ୍କୁ ନା ଆଜି କୃଷ୍ଣ ସାଗରରେ ହୋଇଥିବା ସମରାଭ୍ୟାସରେ ନିୟୋଜିତ ସୈନିକଙ୍କୁ  ଫେରିବା ପାଇଁ ନିର୍ଦେଶ ଦିଆଯାଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

ସେପଟେ ମିଳିଥିବା ସୂଚନା ଅନୁସାରେ, ଋଷର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନ୍‌ ସୀମାରେ ହେଉଥିବା ସମରାଭ୍ୟାସ୍‌ ଦେଖିବାକୁ ପହଞ୍ଚିଥିଲେ। ହେଲିକପ୍ଟରରେ ସେ ସେନାର ବୀରତ୍ବ ଦେଖିଥିବା କହିଛନ୍ତି। ଏହା ସହ ସେନା ନିଜର ପରାକ୍ରମ ଦେଖାଇଛି ଏବଂ ଏହି ଡ୍ରିଲ୍‌ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ମେ ୧ ସୁଦ୍ଧା ସେନା ନିଜର ସ୍ଥାୟୀ ବେସ୍‌କୁ ଫେରିବା ପାଇଁ ସେ ନିର୍ଦେଶ ଦେଇଥିବା ବେଳେ ନିଜ ସହ ଭାରୀ ଯୁଦ୍ଧାସ୍ତ୍ର ରଖିବାକୁ କହିଛନ୍ତି।  ଗୋଟିଏ ପଟେ ୟୁକ୍ରେନ୍‌ ସୀମାରୁ ସେନା ପ୍ରତ୍ୟାହାର ନେଇ ଋଷିଆ ଇଶାରା କରୁଥିବା ବେଳେ ପଶ୍ଚିମୀ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛି ଋଷ । ଋଷ ସହ ଥିବା ଲକ୍ଷ୍ମଣ ରେଖା ପାର ନକରିବାକୁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଚେତାବନୀ ଦେଇଛନ୍ତି।

   Related Posts